କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍‌ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ ଦିଆଯାଇଥିଲା। ହେଲେ ଆଳୁ ମିଶନ୍‌ ନେଇ ଆଶା କରାଯାଉଥିବା ଲକ୍ଷ୍ୟ ପୂରଣ ନ ହେବାରୁ ଶୀତଳଭଣ୍ଡାରରେ ନିବେଶ କରିଥିବା ଉଦ୍ୟୋଗୀମାନେ ଧାରାବାହିକ ଭାବେ କ୍ଷତି ସହି ଚାଲିଲେ। ଆଳୁକୁ ବାଦ୍‌ ଦେଇ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶୀତଳଭଣ୍ଡାରଗୁଡ଼ିକୁ ଯୋଗାଇ ଦିଆଗଲା ନାହିଁ। ଏହା ପରେ ଏବେ ଲକ୍‌ଡାଉନ ଜନିତ କ୍ଷତି ମଧ୍ୟ ଶୀତଳଭଣ୍ଡାରଗୁଡିକ ଉପରେ ପଡିଛି।
ଓଡ଼ିଶା ଶୀତଳଭଣ୍ଡାର ସଂଘର ସଭାପତି ଜନାର୍ଦ୍ଦନ ସାହୁ କହିଛନ୍ତି ଯେ, ପୂର୍ବରୁ ସାମଗ୍ରୀ ଅଭାବରୁ ଶୀତଳଭଣ୍ଡାରଗୁଡ଼ିକ କ୍ଷତି ସହି ଆସୁଥିଲେ। କୌଣସିମତେ କାଁ ଭାଁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ରହୁଥିଲା। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି। ଏହାଦ୍ୱାରା ଶ୍ରମିକ ମିଳୁ ନାହାନ୍ତି। ତେଣୁ ଭଣ୍ଡାରଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜନାର୍ଦ୍ଦନ କହିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପ୍ରାୟ ୧୪୦ଟି ଶୀତଳଭଣ୍ଡାର ରହିଛି। ତନ୍ମଧ୍ୟରୁ ୧,୬୫,୦୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ମାତ୍ର ୩୩ଟି ଭଣ୍ଡାର କୌଣସି ମତେ କାର୍ଯ୍ୟକ୍ଷମ ହେଉଛି। ୭୫,୦୦୦ ମେଟ୍ରିକ ଟନ୍‌ କ୍ଷମତାବିଶିଷ୍ଟ ୧୫ ଶୀତଳଭଣ୍ଡାର ଅଚଳ ହୋଇଯାଇଛି। କାର୍ଯ୍ୟକ୍ଷମ ହେଉଥିବା ଭଣ୍ଡାରଗୁଡ଼ିକରେ ସେମାନଙ୍କ କ୍ଷମତା ତୁଳନାରେ ମାତ୍ର ୩୫ରୁ ୫୦% କାମରେ ଲାଗୁଛି। ନିକଟ ଅତୀତରେ ପ୍ରତିଷ୍ଠା ହୋଇଥିବା ୪୮ ଶୀତଳଭଣ୍ଡାର ମଧ୍ୟରୁ ୨୦ଟି ଏନ୍‌ପିଏ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୫ଟିକୁ ନୋଟିସ ଜାରି କରାଯାଇଛି। ଯଦି ଏବର ସ୍ଥିତି କୁ ବିଚାରକରି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଉ ୧୫ଟି ଖୁବ୍‌ଶୀଘ୍ର ଏନ୍‌ପିଏ ଅନ୍ତର୍ଭୁକ୍ତ ହେବା ସ୍ପଷ୍ଟ ବୋଲି ସଂଘ କହିଛି। ଏହିପରି ପ୍ରକ୍ରିୟା ଯଦି ଚାଲୁ ରହେ, ତେବେ କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ମାତ୍ର ୧୦ଟି ଶୀତଳଭଣ୍ଡାର କାର୍ଯ୍ୟ କରିବ। ଏହି ସମସ୍ୟା ସମ୍ପର୍କରେ ସମସ୍ତ ଫୋରମରେ ଦାବି ଉଠାଯାଇଥିଲେ ବି ସରକାର ନିର୍ଦ୍ଦିଷ୍ଟ ଭାବେ କିଛି ପଦକ୍ଷେପ ଗ୍ରହଣ କରି ନ ଥିବା କୁହାଯାଇଛି। କରୋନା ଦ୍ୱାରା ଶୀତଳଭଣ୍ଡାରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତି ସହିବା ପୂର୍ବରୁ ରାଜ୍ୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ଶୀତଳଭଣ୍ଡାର ଉଦ୍ୟୋଗୀମାନେ ମତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ସଂଘ ପକ୍ଷରୁ ସମସ୍ତ ସମସ୍ୟା ନେଇ ବିଭିନ୍ନ ଦାବି ସମ୍ବଳିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)କୁ ପ୍ରଦାନ କରାଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଶୀତଳ ଭଣ୍ଡାରଗୁଡ଼ିକ ଅଚଳ ହେବା ଦ୍ୱାରା ପ୍ରାୟ ୨୦୦୦ ବ୍ୟକ୍ତିବିଶେଷଙ୍କ ସିଧାସଳଖ ରୋଜଗାର ଉପରେ ପ୍ରଭାବ ପଡ଼ିଛି। ଅନୁରୂପଭାବେ ପରୋକ୍ଷ ଭାବରେ ଏହା ୧୫,୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନ ହାତଗଣତି ଶୀତଳଭଣ୍ଡାରଗୁଡିକ ପୂର୍ବାପେକ୍ଷା ଅଧିକ ପରିବହନ ଖର୍ଚ୍ଚ ବହନ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି...

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ...

୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ

ପୁରୀ ଅଫିସ/ କୋଣାର୍କ (ଡି.ଏନ୍‌.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର...

୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ...

ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ୱର,୯।୧୦(ବ୍ୟୁରୋ)- ୧୯୯୯ ମହାବାତ୍ୟା ଠାରୁ ସ୍ଥାଣୁ ପାଲଟିଯାଇଥିବା ଓଡ଼ିଶାର ଏକମାତ୍ର ଫିଲ୍ମ ଶୁଟିଂ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’ ଚଳଚଞ୍ଚଳ ହୋଇଉଠିଛି। ଧାରାବାହିକ ଓ ବିଭିନ୍ନ କାର୍ଯ୍ୟକ୍ରମର...

ବାବୁସାନ୍‌ଙ୍କ ଜାମିନ ଆବେଦନରେ ପୂର୍ଣ୍ଣଚ୍ଛେଦ

କଟକ ଅଫିସ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ...

ବଡ଼ଗଡ଼ରେ ମୁଣ୍ଡ ଟେକୁଛି ବଡ଼ ଗ୍ୟାଙ୍ଗ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ଖେଳାଇବା ଘଟଣାରେ ରବିବାର ପୋଲିସ ଆଉ ୩ଜଣ...

Advertisement
Archives

Model This Week