Posted inଖେଳ

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର ଭରଣା ପାଇଁ ବିଶ୍ୱ କ୍ରିକେଟରେ ସବୁଠାରୁ ବିିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିିଆଇ) ଯୋଜନା ପ୍ରସ୍ତୁତ କରୁଛି। କ୍ଷତି ସହିଥିବା କ୍ରିକେଟ ବୋର୍ଡଗୁଡ଼ିକ କିପରି ଅଧିକ ଆୟ କରିପାରିବେ ସେ ସମ୍ପର୍କରେ ବିସିସିଆଇ ଚିନ୍ତା କରୁଥିବା ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଏପରି କରିିବା ପାଇଁ ବିସିସିଆଇ ଛୋଟ ଦଳ ଗୁଡ଼ିକ ବିପକ୍ଷରେ ଅଧିକ ଦ୍ୱିପାକ୍ଷିକ ସିରିଜ ଖେଳିବ। ଏପରି ହେଲେ ସମ୍ପୃକ୍ତ କ୍ରିକେଟ ବୋର୍ଡ ରାଜସ୍ବ ପାଇପାରିବ। ଚଳିତ ବର୍ଷ ଶେଷରେ ୨୦୨୩-୨୦୩୨ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଚୂଡ଼ାନ୍ତ ହେବ। ପୂର୍ବଭଳି ରାଜସ୍ବ ପାଇଁ ଆଇସିସି ବିସିସିଆଇ ଉପରେ ବହୁ ପରିମାଣରେ ନିର୍ଭର କରିବ।
ଆଗାମୀ ୧୨ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ୪ଟି ଦେଶକୁ ଟୁର୍‌ରେ ଯିବାର ଯୋଜନା ରହିଛି। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ୬ଟି ଏକଦିବସୀୟ ମ୍ୟାଚ, ଅଷ୍ଟ୍ରେଲିଆରେ ୪ଟେଷ୍ଟ, ଜିମ୍ବାୱେରେ ୩ ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକାରେ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଟି୨୦ ବିଶ୍ୱକପ୍‌ ଅଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ସ୍ବାଭାବିକ ହେଲେ ଯାଇ ଏହା ସମ୍ଭବ ହୋଇପାରିବ। ଆଇସିସି କିନ୍ତୁ ଟି୨୦ ବିଶ୍ୱକପ ବାତିଲ କରିବା ପୂର୍ବରୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। ତେବେ ଏହି ମେଗା ଇଭେଣ୍ଟ ଆୟୋଜନ ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ବିଶ୍ୱକପ ହେଲେ ୮ଟି ଭେନ୍ୟୁ ଆବଶ୍ୟକ ହେବ। ଏଥିରେ ୧୬ଟି ଦଳ ଭାଗ ନେବାକୁ ଥିବାରୁ ସେହି ଦେଶର ସରକାର ଦଳ ଗୁଡ଼ିକୁ ବିଦେଶ ଯିବାପାଇଁ ଅନୁମତି ଦେବେ କି ନାହିଁ ତାହା ଏକ ପ୍ରଶ୍ନ। ଆସନ୍ତା ଡିସେମ୍ବରରେ ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ଗୋଟିଏ ଭେନ୍ୟୁରେ କରିବା ପାଇଁ ଚିନ୍ତା କରୁଛି। ଏପରିସ୍ଥଳେ ତା’ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବରରେ କିପରି ୮ଟି ଭେନ୍ୟୁ ପ୍ରସ୍ତୁତ କରିପାରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ ପ୍ରଶ୍ନ ଉଠାଇଛନ୍ତି। ବିସିସିଆଇ ପାଇଁ ଟି୨୦ ବିଶ୍ୱକପ୍‌ କିିମ୍ବା ଏସିଆ କପ୍‌ ମୁଖ୍ୟ ନୁହେଁ। ୨୦୨୦-୨୧ ସିଜନରେ ଭାରତୀୟ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୨୫୦୦ କୋଟି ଏବଂ ଦ୍ୱିପାକ୍ଷିକ କ୍ରିକେଟରୁ ୯୫୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। ଆଇସିସି ରାଜସ୍ବରୁ ଏହାର ଅଂଶ ବାବଦରେ ୩୮୦ କୋଟି (୮ବର୍ଷରେ ୪୦୫ମିଲିୟନ ଡଲାର) ଟଙ୍କା ଅର୍ଜନ କରିବ।
ଚଳିତ ୮ ବର୍ଷିଆ ଏଫ୍‌ଟିପି ଅନୁସାରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଆଇସିସିଠାରୁ ୧୩୯ ମିଲିୟନ ଡଲାର ପାଇବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ କ୍ରିକେଟ ବୋର୍ଡ ୧୨୮ ମିଲିୟନ ଡଲାର ଲେଖାଏ ଏବଂ ଜିମ୍ବାୱେ ବୋର୍ଡ ୯୪ ମିଲିୟନ ଡଲାର ପାଇବ। ବିସିସିଆଇକୁ ମିଶାଇ ଏହି ସମସ୍ତ କ୍ରିକେଟ ବୋର୍ଡ ୬୦ରୁ ୯୦ କୋଟି ଟଙ୍କା ଲେଖାଏ ଟି୨୦ ବିଶ୍ୱକପ୍‌ରୁ ପାଇବେ। ମାତ୍ର ପ୍ରସାରଣକାରୀ ସଂସ୍ଥା ଷ୍ଟାର ସହିତ ହୋଇଥିବା ଚୁକ୍ତି ଅନୁସାରେ ବିସିସିଆଇ ଗୋଟିଏ ଘରୋଇ ମ୍ୟାଚରୁ ୬୦ କୋଟି ଟଙ୍କା ପାଇବ। ତେଣୁ ବିସିସିଆଇ ଅଳ୍ପ ସମୟ ମଧ୍ୟରେ କେବଳ ବିଦେଶରେ ସିରିଜ ନ ଖେଳି କିିଛି ଘରୋଇ ମ୍ୟାଚ ମଧ୍ୟ ଆୟୋଜନ କରି ଅନ୍ୟ ବୋର୍ଡ ଗୁଡ଼ିକର କ୍ଷତି ଭରଣା କରିବାକୁ ଯୋଜନା ରଖିଛି। ଆଇପିଏଲ୍‌ ଆୟୋଜନ ହେଲେ କେବଳ ବିସିସିଆଇ ନୁହେଁ ସମସ୍ତ ବୋର୍ଡ ଲାଭବାନ ହୋଇଥାନ୍ତି। କାରଣ ସେମାନେ ସେମାନଙ୍କ ଖେଳାଳିଙ୍କୁ ଅନୁମତି ଦେବା(ରିଲିଜ୍‌ ଫି’) ବାବଦରେ ସେମାନେ ଆୟ କରୁଥିବା ଅର୍ଥର ୨୦ ପ୍ରତିଶତ ପାଇଥାନ୍ତି। ଯଦି ଆଇପିଏଲ୍‌ର ୧୩ତମ ସଂସ୍କରଣ ବାତିଲ ହୁଏ ତେବେ ବିଦେଶୀ ଖେଳାଳିମାନେ ପାଖାପାଖି ୨୪୦ କୋଟି ଟଙ୍କା ହରାଇବେ। ସେହି ଅନୁସାରେ ସେମାନଙ୍କ ବୋର୍ଡ ମଧ୍ୟ ଆର୍ଥିକ କ୍ଷତି ସହିବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଫେଭରାଇଟ୍‌ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ...

କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍‌ସିଏ

ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦...

ଶରନ-ଡିମୋଲିନରଙ୍କମ ବିଦାୟ

ପ୍ୟାରିସ, ୩୧ା୫ (ପି.ଟି.)- ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡେମୋଲିନର ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ...

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର...

କଟକରେ ହେବ ଏସୀୟ ସିନିୟର କୁସ୍ତି

କଟକ ଅଫିସ,୧୨ା୧୧- ଓଡ଼ିଶାକୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ଆୟୋଜନର ସୁଯୋଗ। ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ...

ବିସିସିଆଇ ନିୟମ ଭାଙ୍ଗିଛନ୍ତି ଇର୍ଫାନ

ମୁମ୍ବାଇ,୧୮।୫- କାରବିୟାନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଖେଳିବା ପାଇଁ ଉପଲବ୍ଧ ଥିବା ଦର୍ଶାଇବା ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନଙ୍କୁ ବିଚିତ୍ର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ...

Coronavirus Update

Archives

Model This Week

Why Dharitri