କ୍ଷତିପୂରଣ ଦାବି କଲେ ଚାଷୀ

ଭଦ୍ରକ ଅଫିସ, ୨୮ା୫- ବାତ୍ୟା ଅମ୍ଫନ୍‌ ଓଡ଼ିଶାରେ ଅତ୍ୟନ୍ତ କ୍ଷତିଗ୍ରସ୍ତ କରିଛି। ମୁଖ୍ୟତଃ ଏହାଦ୍ୱାରା ଚାଷୀ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ଜିଲାର ଚାଷୀ, କୃଷି ଶ୍ରମିକ, ମାଛଧରା ଶ୍ରମିକ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବି ନେଇ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାନ୍ଦବାଲି ବ୍ଲକର ଧାମରା, ଚର୍ଦିଆ, ଆରଡି ଓ ବାସୁଦେବପୁର ବ୍ଲକର ଚାନ୍ଦିମାଳ, ବିଦେଇପୁର, ଚୁଡ଼ାମଣି ଆଦି ଅଞ୍ଚଳର ୫୦,୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଲୁଣା ପାଣି ମାଡ଼ିଯାଇଛି। ୪୫୦୦ରୁ ଊର୍ଦ୍ଧ୍ୱ ଘର ଜିଲାରେ ଭାଙ୍ଗିଯାଇଛି। ୫୦୦ରୁ ଅଧିକ ମାଛଧରା ଡଙ୍ଗା ଭାଙ୍ଗି ଯାଇଛି। ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ, କରୋନା ଭୂତାଣୁ ଜନିତ ଲକ୍‌ଡାଉନ ଫଳରେ କାମ ହରାଇ ଥିବା ପରିବାର ଗୁଡିକୁ ମାସିକ ୧୦ହଜାର ଟଙ୍କା ପ୍ରଦାନ, ସମସ୍ତ କୃଷି ଋଣ ଛାଡ଼ କରାଯିବା ଆଦି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଜିଲା ପ୍ରଶାସନ ମାଧ୍ୟମରେ ପଠାଇଥିଲେ। ଏହି ପ୍ରତିନିଧି ଦଳରେ ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା ସଭାପତି ଚନ୍ଦ୍ର ଶେଖର ନାୟକ, ଜିଲା ଯୁଗ୍ମ ସମ୍ପାଦକ ବିକାଶ ନାଥ, କୋଷାଧ୍ୟକ୍ଷ ଅଭିରାମ ବଳ, ଏସ୍‌ଏଫ୍‌ଆଇ ଭଦ୍ରକ ଜିଲା ଆବାହକ କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀଙ୍କଠାରୁ ଦେଶୀ ବନ୍ଧୁକ, ୧୪ ଶୁଆ ଉଦ୍ଧାର

ନାକଟିଦେଉଳ,୨୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩ ଶିକାରୀ ଓ ୨ ବନ୍ୟଜନ୍ତୁ ମାଂସ ବ୍ୟବସାୟୀଙ୍କୁ ଗିରଫ...

କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮)...

ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି...

ସୋମ୍‌ ହିରୋ ପକ୍ଷରୁ ନୂତନ ବାଇକ୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ, ୧୯।୬- ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୋମ୍‌ ହିରୋ ଶୋ’ରୁମ ପରିସରରେ ହିରୋ କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳରେ ନିର୍ମିତ ୩ ବାଇକ୍‌ ଓ ସ୍କୁଟର...

ପାରମ୍ପରିକ ବାଦ୍ୟରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ, ୭।୧୧ – ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ବୁଧବାର ଥିଲା ଭସାଣି ଉତ୍ସବ। ଗତ ୨୭ ତାରିଖରୁ ୧୦ ଦିନ ଧରି ପୂଜା ପାଇଆସୁଥିବା...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହିନ୍ଦୋଳ, ୨ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖର୍ଦ୍ଦାଳି ଗ୍ରାମର ଦମୟନ୍ତୀ ବିଶ୍ୱାଳଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସକାଳେ...

ଜିଁବାର ଖାଏବାର ବାଟଖୁଛନ୍‌ ଶାଶ୍‌ବହ

ଲାଠୋର, ୧୬ା୫ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଖଇରାପଡ଼ାର ବୁରୁଧ୍‌ ମନୁ ଭୋଇ(୮୦)କଁର ମୁର୍‌ତୁରେ ପରିବାରଟା ପୂରାପୂରି ବେସାହାରା ହେଇଯାଇଛନ୍‌। ସୂଚନା ଅନ୍‌ସାରେ ମନୁ...

ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ, ଡ୍ରାଇଭର ଫେରାର

ଓଡ଼ଗାଁ,୫ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ବନ ବିଭାଗ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳଗଣ୍ଡି ବୋଝେଇ...

Advertisement
Archives

Model This Week