କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ

ଜୁନାଗଡ,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ ଫସଲ ଏବେ ମରିବାକୁ ବସିଛି। ରବି ଚାଷ ଆରମ୍ଭ ପୂର୍ବରୁ କେନାଲ ବିଭାଗ ୨୫ କ୍ୟୁବିକ ପାଣି ଦେବା ପାଇଁ ସର୍ତ୍ତ ରଖିଥିଲେ ମଧ୍ୟ ବିଜୁଳି ଉପତ୍ାଦନ ହେଉ ନ ଥିବା କାରଣ ଦର୍ଶାଇ ୧୫କ୍ୟୁବିକ ଦେବାରୁ ଏହି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ୨୧ ତାରିଖ ଧରିତ୍ରୀରେ ଖବର ପ୍ରକାଶନ ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ମଙ୍ଗଳବାର ଜୁନାଗଡ କୃଷି ଜିଲା ଅଧିକାରୀ ପରମେଶ୍ୱର ମଳ୍ଲିକ, ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ଓ ଗ୍ରାମ୍ୟ କୃଷି କର୍ମଚାରୀ ହେମନ୍ତ ରାଉତ ପ୍ରମୁଖ ତଳଜାରିଙ୍ଗ ପଞ୍ଚାୟତର ଘଣ୍ଟବାହାଲି, ଗୁଞ୍ଜୁଗୁଡା ଓ ଲବଣୀପୁର ଗ୍ରାମର ରବିଧାନ କ୍ଷେତ ପରିଦର୍ଶନ କରିଥିଲେ। ଏହି ସମୟରେ ପାଣି ଅଭାବରୁ ନଷ୍ଟ ହେବାକୁ ବସିଥିବା ଚାଷ ଜମି ବୁଲି ଦେଖିଥିଲେ। ପରେ ସେମାନେ ଇନ୍ଦ୍ରାବତୀ ଏସ୍‌ଡିଓଙ୍କୁ ଶୀଘ୍ର ଏହି ଅଞ୍ଚଳକୁ ପାଣି ଯୋଗାଇଦେବା ପାଇଁ ଫୋନ୍‌ ଯୋଗେ କଥା ହୋଇଥିଲେ। ତେବେ ଦୁଇଦିନ ଭିତରେ ଏହି ଅଞ୍ଚଳକୁ ଆବଶ୍ୟକ ପରିମାଣରେ ପାଣି ଯୋଗାଇ ଦିଆଯିବ ବୋଲି ଏସ୍‌ଡିଓ କହିଥିଲେ। ଉଲ୍ଲେଖନୀୟ ଯେ, ପାଣି ଅଭାବରୁ ଅଞ୍ଚଳର ଲବଣୀପୁର ଗ୍ରାମର କେତେକ ଚାଷୀଙ୍କ ପ୍ରାୟ ୨୦ଏକର ଧାନ ଚାଷ ନଷ୍ଟ ହୋଇଥିବା ସେଠାକାର ଚାଷୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ...

ବିଏସ୍‌ଏଫ୍‌ ଏଏସ୍‌ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍‌ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି

ଜୟପୁର,୧୪ା୮(ନି.ପ୍ର./ଡି.ଏନ୍‌.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍‌ରୁ ମଙ୍ଗଳବାର ଇନସାସ୍‌ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା...

ମା’ ହିଙ୍ଗୁଳାଙ୍କ ମନ୍ଦିର ନିମନ୍ତେ ଭକ୍ତଙ୍କ ଦାନ, ରତ୍ନମୁଦ ଉତ୍ସବରୁ ମିଳିଲା ୨୩ ଲକ୍ଷ

ତାଳଚେର,୯ା୭(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବା ସହ...

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର...

କୋଟିଆ ଡାକଘରୁ ଗଲା ଚିଠି

କୋରାପୁଟ,୨୮ା୫(ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ହେଉଛି ଓଡ଼ିଶାର। ଏ ନେଇ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସ୍ବୀକୃତି ଦେଇଥିବାରୁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଜାରି...

ଉତ୍ପାଦିତ ଛତୁ ପାଇଁ ମଣ୍ଡିର ଅଭାବ

କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର...

ପାଣି ପିଇବାକୁ ଯାଇ ଆଉ ଫେରିଲେନି

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ପାପରମେଟେଲା ପଞ୍ଚାୟତ ତଣ୍ଟାଗୁଡା ଗ୍ରାମର ଜଗବନ୍ଧୁ ଖରା ନିକଟସ୍ଥ ଜଙ୍ଗଲକୁ...

ଭିତରକନିକାକୁ ଚାରିଆଡୁ ବିପଦ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨:ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟପ୍ରାଣୀ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ...

Advertisement
Archives

Model This Week