କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନାହାନ୍ତି ସରକାର: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ଫନୀକୁ ୧୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ”ଜିରୋ କାଜୁଆଲିଟିର“ ନାରା ଦେଉଥିବା ସରକାର ପହଞ୍ଚିପାରି ନାହାନ୍ତି। ରାଜ୍ୟରେ ହଜାର ହଜାର ଲୋକ ବିଶେଷ କରି ପୁରୀ, ଖୋର୍ଦ୍ଧା,ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲାରେ ବିପନ୍ନ ହୋଇଥିଲେ ମଧ୍ୟ ସରକାରଙ୍କ କ୍ଷୟକ୍ଷତି ଆକଳନରେ ବିଳମ୍ବ ଏବଂ ରିଲିଫ ବଣ୍ଟନରେ ପାତର ଅନ୍ତର ଯୋଗୁ ବିପନ୍ନ ପାଖରେ ପ୍ରଶାସନର ସୁବିଧା ପହଞ୍ଚି ପାରିନାହିଁ ବୋଲି ଭାଜପା କୃଷକ ମୋର୍ଚ୍ଚା ଅଭିଯୋଗ କରିଛି। ଭାଜପା କୃଷକ ମୋର୍ଚ୍ଚାର ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲା କଣାସ ବ୍ଲକ୍‌ ତ୍ରିଲୋଚନପୁର ପଞ୍ଚାୟତର କଣ୍ଠପଡା ଗ୍ରାମର ଫନୀ ବାତ୍ୟାରେ କ୍ଷୟକ୍ଷତିରେ ମ୍ରିୟମାଣ ହୋଇ କୀଟନାଶକ ପିଇ ଆମତ୍ହତ୍ୟା କରିଥିବା ଯୁବଚାଷୀ ବିଶ୍ୱନାଥ ଦଳେଇଙ୍କ ପରିବାରକୁ ଭେଟିଛନ୍ତି। ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ କହିଛନ୍ତି, ବିଶ୍ୱନାଥ ନିଜର ୧ଏକର ଡାଲୁଆ ଧାନ ଏବଂ ପ୍ରାୟ ୩ ଏକର ଜମିରେ ଭାଗ ଚାଷ କରୁଥିଲେ। ସ୍ଥାନୀୟ ସମବାୟ ସମିତିର ଋଣ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଋଣ ଏବଂ ହାତଉଦ୍ଧାରି ପ୍ରାୟ ୩ଲକ୍ଷ ଟଙ୍କାର କରଜ ସହିତ ଚାଷ କ୍ଷୟକ୍ଷତିର ଦୁଃଖକୁ ସମ୍ଭାଳି ନ ପାରି କୀଟନାଶକ ପିଇଲେ। ୧୦ଦିନ ମେଡିକାଲରେ ରହି ଜୀବନ ସହ ସଂଘର୍ଷ କରିବାପରେ ତାଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବ।...

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି...

ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର,୨୦।୨ (ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦି ବଜାର’ ଉଦ୍‌ଘାଟିତ...

ବିବାଦରେ ଶ୍ରୀମନ୍ଦିର ଫୁଲ ସଜ୍ଜା: ଜୟ ବିଜୟ ମୂର୍ତ୍ତି ଉପରେ ଚଢ଼ିଲେ କାରିଗର

ପୁରୀ ଅଫିସ,୩ା୭: ପ୍ରଥମ ଥର ପାଇଁ ଦିଲ୍ଲୀର ଜଣେ ଭକ୍ତ କେ.କେ. ଶର୍ମା ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବ ରଖି ଆଗେଇ ଆସିଛନ୍ତି।...

ପ୍ରାଥମିକ ସଦସ୍ୟ ପଦରୁ ଇତିଶଙ୍କୁ ନିଲମ୍ବନ କଲା ଏନ୍‌ଏସୟୁଆଇ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେବାପରେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନଙ୍କ ବିରୋଧରେ...

କାନାଗାଁରୁ କଟକ ଷ୍ଟୁଡିଓ

କଟକ ଅଫିସ,୨୧।୯: ବଣମଲ୍ଲୀ, ବଣରେ ମଉଳି ଯାଇନି। ଅପହଞ୍ଚ ଦୁର୍ଗମ ପାହାଡ଼ି ଇଲାକାର ପ୍ରତିଭା ମୁଖ୍ୟସ୍ରୋତକୁ ଆସିଛି। ସୁଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ...

ଦୁଇ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ୬.୮୧ କୋଟି ସବ୍‌ସିଡି ଟଙ୍କା ହଡ଼ପ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ...

ରାଉରକେଲାରେ ମୁଖ୍ୟ ଶାସନ,ଫାଇଭ-ଟି ସଚିବ: ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ

ସୁନ୍ଦରଗଡ଼ ଅଫିସ,୧୮।୩: ସୁନ୍ଦରଗଡ଼ ଜିଲା ରାଉରକେଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଯାଇଛନ୍ତି। ସେମାନେ...

Advertisement
Archives

Model This Week