Posted inଖେଳ

କ୍ଲିନ୍‌ ସୁଇପ୍‌ଠାରୁ ଭାରତ ୨ ଉଇକେଟ ଦୂରରେ : ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ୧୬ ଉଇକେଟର ପତନ

ରଞ୍ଚି,୨୧।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ ଦ୍ୱିତୀୟଥର ଇନିଂସ ବିଜୟର ଦ୍ୱାରରେ ଭାରତ ପହଞ୍ଚିଛି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଇନିଂସ ବିଜୟଠାରୁ ଆଉ ମାତ୍ର ୨ ଉଇକେଟ ଦୂରରେ ରହିଛି। ସଫଳ ହେଲେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ କରିବ। ତାରକା ଓପନର ରୋହିତ ଶର୍ମାଙ୍କ ଦ୍ୱିଶତକ ଓ ଅଜିଙ୍କ୍ୟ ରାହାନେଙ୍କ ଶତକ ସହାୟତାରେ ଭାରତ ଟସ୍‌ ଜିତି ପ୍ରଥମ ଇନିଂସରେ ୧୧୬.୩ ଓଭରରେ ୯ ଉଇକେଟ ହରାଇ ୪୯୭ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୬.୨ ଓଭରରେ ୧୬୨ ରନ କରି ଅଲଆଉଟ ହୋଇ ୩୩୫ ରନ ପଛରେ ପଡିଥିଲା। ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା। ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୬ ଓଭରରେ ୮ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ୨ ଉଇକେଟ ହାତରେ ରଖି ଇନିଂସ ପରାଜୟ ଏଡାଇବାକୁ ଆହୁରି ୨୦୩ ରନ ଆବଶ୍ୟକ କରୁଛି। ସୋମବାର ଷ୍ଟମ୍ପ ଅପସାରଣ ବେଳକୁ ଥେଉନିସ ଡି ବ୍ରୁଇନ ୩୦ ଓ ଅନରିଚ ନୋର୍ଜ ୫ ରନକରି ଅପରାଜିତ ରହିଛନ୍ତି। ଗୋଟିଏ ଦିନରେ ୧୬ଟି ଉଇକେଟ ହରାଇ ଦକ୍ଷିଣ ଆଫ୍ରିକା ଏକ ପ୍ରକାର ଆତ୍ମ ସମର୍ପଣ କରିଛି। ଚତୁର୍ଥ ଦିବସରେ କେବଳ ଭାରତ ଇନିଂସ ବିଜୟର ଔପଚାରିକତା ସମ୍ପନ୍ନ କରିବ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୯/୨ରୁ ଦକ୍ଷିଣ ଆଫ୍ରିକା ଖେଳି ଆରମ୍ଭ କରି ସୋମବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ୨୪ ବର୍ଷୀୟ ଜୁବେର ହମ୍‌ଜା ବିନା ସ୍କୋରରୁ ଇନିଂସ ଆରମ୍ଭ କରି ୬୨ ରନର ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳି ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଅଧିନାୟକ ଫାଫ୍‌ ଡୁପ୍ଲେସି ୧ ରନରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ କୌଣସି ରନ୍‌ ସଂଗ୍ରହ କରି ନ ପାରି ଉମେଶ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେମ୍ବା ବଭୁମା ୩୨, ଜର୍ଜ ଲିଣ୍ଡ ୩୭ ରନ କରି ଆଉଟ ହୋଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ ଓପନର ଡିନ୍‌ ଏଲଗାର ଓ କାଗିସୋ ରାବଡ଼ା ଖାତା ଖୋଲିପାରି ନ ଥିବା ବେଳେ କ୍ୱିଣ୍ଟନ ଡିକକ୍‌ ୪, ଉଇକେଟକିପର ବ୍ୟାଟ୍ସମ୍ୟାନ ହେନେରିଚ କ୍ଲସେନ ୬, ଡେନ୍‌ ପିଟ୍‌ ୪, ଅନରିଚ ନୋର୍ଜ ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଉମେଶ ଯାଦବ ୩, ପଦାର୍ପଣ କରିଥିବା ସ୍ଥାନୀୟ ସ୍ପନର ମହମ୍ମଦ ସାମି, ସାହାବାଜ ନଦିମ ଓ ଜାଡେଜା ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଏହାପରେ ଫଲୋଅନ ହେବା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଓ ୩୬ ରନରେ ୫ ଉଇକେଟ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା। ଟପ୍‌ ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ବିଫଳ ହେବା ସହ ହାତ ଟେକି ଦେଇଥିଲେ। ଡିକକ୍‌ ୫ ରନକରିଥିବା ବେଳେ ଉମେଶଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଖାତା ଖୋଲିବା ପୂର୍ବରୁ ହମ୍‌ଜା ସାମିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅନ୍ୟତମ ଓପନ ଡିନ୍‌ ଏଲଗାର ୧୬ ରନ କରିଥିବା ବେଳେ ଉମେଶଙ୍କ ବାଉନ୍ସରରେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଡୁପ୍ଲେସି ପୁଣିଥରେ ବିଫଳ ହୋଇ ମାତ୍ର ୪ ରନ କରି ସାମିଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ବଭୁମା ବିନା ସ୍କୋରରେ ସାମିଙ୍କ ବଲ୍‌ରେ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ କ୍ୟାଚ ଦେଇ ପ୍ୟାଭଲିୟନ ଫେରିଥିଲେ। ୫ ରନ କରିଥିବା ବେଳେ କ୍ଲସେନ ଉମେଶଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ସପ୍ତମ ଉଇକେଟରେ ପିଟ୍‌ ଓ ଲିଣ୍ଡ ୩୧, ଅଷ୍ଟମ ଉଇକେଟରେ ପିଟି ଓ ବ୍ରୁଇନ୍‌ ୩୧, ନବମ ଉଇକେଟରେ ରାବାଡ଼ା ଓ ବ୍ରୁଇନ ୨୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ ମଧ୍ୟ ବିଳମ୍ବ ହୋଇଯାଇଥିଲା। ଲିଣ୍ଡ ୨୭ ରନ କରି ରନ୍‌ ଆଉଟ ହୋଇଥିବା ବେଳେ ପିଟ୍‌ ୨୩ ରନ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୧୨ ରନ କରିଥିବା ବେଳେ ରାବାଡ଼ା ଅଶ୍ୱିନଙ୍କ ବଲ୍‌ରେ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଭାରତ ପକ୍ଷରୁ ସାମି ୩, ଉମେଶ ୨, ଜାଡେଜା ଓ ଅଶ୍ୱିନ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂର୍ବରୁ ପ୍ରଥମ ୨ଟି ଟେଷ୍ଟ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇସାରିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୧୧୬.୩ ଓଭରରେ ୪୯୭/୯ (ଇନିଂସ ଘୋଷଣା)
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୫୬.୨ ଓଭରରେ ୧୬୨ ଅଲଆଉଟ
(ହମ୍‌ଜା- ୬୨, ବଭୁମା- ୩୨, ଲିଣ୍ଡ-୩୭, ଉମେଶ- ୩/୪୦, ସାମି- ୨/୨୨, ନଦିମ- ୨/୨୨, ଜାଡେଜା- ୨/୧୯)।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ (ଫଲୋଅନ୍‌)- ୪୬ ଓଭରରେ ୧୩୨/୮
(ବ୍ରୁଇନ୍‌- ୩୦*, ଲିଣ୍ଡ- ୨୭, ପିଟି- ୨୩, ଏଲଗାର- ୧୬, ରାବାଡ଼ା- ୧୨, ସାମି- ୩/୧୦, ଉମେଶ- ୨/୩୫, ଜାଡେଜା- ୧/୩୬, ଅଶ୍ୱିନ- ୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri