କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ…ଏସବୁ ଦିଗପ୍ରତି ରୁହନ୍ତୁ ସଜାଗ

ଶପିଂଠାରୁ ଆରମ୍ଭକରି ଅନ୍‌ଲାଇନ ବିଲ୍‌ ପେମେଣ୍ଟ ପର୍ଯ୍ୟନ୍ତ ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ କ୍ରେଡିଟ୍‌ କାର୍ଡ ଦ୍ୱାରା ସହଜରେ କରିହେଉଛି। ସେଥିପାଇଁ ଅଧିକାଂଶ ମହିଳା ପାଖରେ କ୍ୟାଶ୍‌ ନ ରଖି ଏହା ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ହେଲେ ବ୍ୟବହାର ସମୟରେ ସାମାନ୍ୟ ଅସତର୍କତା ବି ବେଳେବେଳେ ବଡ଼ ଅସୁବିଧାର କାରଣ ସାଜୁଛି। ତେଣୁ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ କେଉଁସବୁ ଦିଗ ପ୍ରତି ସଜାଗ ରହିବେ ଜାଣି ରଖନ୍ତୁ…

କେତେ ମୂଲ୍ୟ ପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡ କରିବେ, କେଉଁ ବ୍ୟାଙ୍କ ବା ସଂସ୍ଥା ପକ୍ଷରୁ ଆଣିବେ, କେତେ ସୁଧ ଦେବାକୁ ପଡ଼ିବ, କାର୍ଡର ଅବଧି କେତେ ଇତ୍ୟାଦି ଭଳି ବିଭିନ୍ନ ତଥ୍ୟ କୌଣସି ଫାଇନାନ୍ସିଆଲ୍‌ ଏକ୍ସପର୍ଟଙ୍କଠାରୁ ପରାମର୍ଶ ନିଅନ୍ତୁ। ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ସେହିପରି କ୍ରେଡିଟ୍‌ କାର୍ଡ ଆପ୍ଲାଏ କରିବା ସମୟରେ ମଧ୍ୟ ଫର୍ମକୁ ଭଲ ଭାବେ ପଢ଼ି ପୂରଣ କରନ୍ତୁ।
ମୋବାଇଲରେ ଆସୁଥିବା ମେସେଜ୍‌ କିମ୍ବା ଇ-ମେଲ୍‌ରେ କ୍ରେଡିଟ୍‌ କାର୍ଡର ଆକର୍ଷଣୀୟ ଅଫର ଦେଖି ତତ୍‌କ୍ଷଣାତ୍‌ ଏହାକୁ ନେବାର ନିଷ୍ପତ୍ତି ନ ନେଇ ପ୍ରଥମେ ବ୍ୟାଙ୍କ ପକ୍ଷରୁ ଭଲ ଭାବେ ଡାଟା ସଂଗ୍ରହ କରନ୍ତୁ। କାରଣ ଏଥିରେ ଅନେକ ନିୟମ ଏବଂ ସର୍ତ୍ତାବଳୀ ଲାଗୁଥାଏ, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ।
ନିଜ ଆବଶ୍ୟକତା ଅନୁସାରେ କ୍ରେଡିଟ୍‌ କାର୍ଡ ନିଅନ୍ତୁ। ଅଧିକ ଅଫର କିମ୍ବା ରିଓ୍ବାର୍ଡ ପଏଣ୍ଟ ଆଦିର ଲୋଭରେ ଅଧିକ ଟଙ୍କାର କାର୍ଡ କରନ୍ତୁ ନାହିଁ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କ ଖର୍ଚ୍ଚ ବଢ଼ିପାରେ।
କ୍ରେଡିଟ୍‌ କାର୍ଡ ମିଳିବା ପରେ କାର୍ଡର ନମ୍ବର, ପିନ୍‌, ବୈଧତା, କାର୍ଡ କମ୍ପାନୀ ନମ୍ବର ଏବଂ ଏହା ସମ୍ବନ୍ଧିତ ସବୁ ଜରୁରୀ ତଥ୍ୟ ଯତ୍ନରେ ଲେଖି ରଖନ୍ତୁ ଏବଂ ଧ୍ୟାନଦିଅନ୍ତୁ ଏହା ଯେପରି ଅନ୍ୟମାନଙ୍କ ହାତରେ ନ ପଡ଼େ। ଏହାର ଫଟୋ କପି ରଖନ୍ତୁ।
କ୍ରେଡିଟ୍‌ କାର୍ଡରେ ନିଜେ ସାଇନ୍‌ କରନ୍ତୁ। ଏହାଦ୍ୱାରା ଅନ୍ୟ କେହି ଏହାର ନକଲ କରିପାରିବେ ନାହିଁ ବା ଅପବ୍ୟବହାର କରିପାରିବେ ନାହିଁ।
କ୍ରେଡିଟ୍‌ କାର୍ଡ ଟ୍ରାଞ୍ଜାକ୍‌ଶନ ଲାଗି ବ୍ୟବହାର କରୁଥିବା ପାସ୍‌ଓ୍ବାର୍ଡକୁ ଏଭଳି କରନ୍ତୁ, ଯାହାକୁ ସହଜରେ ହ୍ୟାକ୍‌ କରିହେବ ନାହିଁ। ପାସ୍‌ଓ୍ବାର୍ଡକୁ ଗୋପନ ରଖନ୍ତୁ। ଏହାକୁ ଏଣେତେଣେ ଲେଖିବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। କ୍ରେଡିଟ୍‌ କାର୍ଡର ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ବ୍ୟବହାର କରନ୍ତୁ। ସେହିପରି ସମୟ ମଧ୍ୟରେ ଟଙ୍କା ଶୁଝିଦେବାକୁ ଚେଷ୍ଟାକରନ୍ତୁ। ନଚେତ୍‌ ଆପଣଙ୍କୁ ଅଧିକ ସୁଧ ସହ ଜରିମାନା ବାବଦକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?