କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌ ଟ୍ରି’ କରିଥିବା ମଧ୍ୟ ଦେଖାଯାଇଛି। ଏହି ଅବସରରେ ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍‌ ରୋମାଣ୍ଟିକ ହୋଇଥିବା ଦେଖିବାକୁ ମିଳୁଛି। ଦୀପିକା ଓ ପ୍ରିୟଙ୍କା ଇନ୍‌ଷ୍ଟା ଆକାଉଣ୍ଟରେ ନିଜ ନିଜ ସାଥୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଏଥିସହ ସେମାନେ ପ୍ରଶଂସକଙ୍କୁ ଏହି ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପ୍ରକାଶ ଥାଉ କି, ଆଗାମୀ ଦିନରେ ଦୀପିକାଙ୍କ ଫିଲ୍ମ ‘ଛପାକ’ ରିଲିଜ ହେବାକୁ ଯାଉଛି। ଏକ ସତ୍ୟ ଘଟଣା ଉପରେ ଆଧାରିତ ରହିଛି ଫିଲ୍ମ। ଏଥିରେ ତାଙ୍କୁ ଜଣେ ଏସିଡ ପୀଡ଼ିତା ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ନିକଟରେ ରିଲିଜ କରାଯାଇଥିଲା। ଏହାକୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି। ଜାନୁୟାରୀ ୧୦ରେ ଏହା ପରଦାକୁ ଆସିବ। ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ବହୁତ ଖାସ୍‌ ବୋଲି କୁହାଯାଉଛି। ଏହା ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ସେହିଭଳି ନିକଟରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ...

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

‘ଗଲି ବୟ’ ଫିଲ୍ମର ପୋଷ୍ଟର ଶେୟାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ଏକ ପୋଷ୍ଟର ମୁମ୍ବାଇ ପୋଲିସ ଦ୍ୱାରା ମଙ୍ଗଳବାର ସୋସିଆଲ ମିଡିଆରେ ଶେୟାର...

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଅଡୁଆରେ ୟଶରାଜ ଫିଲ୍ମସ୍‌

ବମ୍ବେ: ଦୀର୍ଘ ୬ ମାସ ଧରି ଡିପ୍ରେସନରେ ଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଶେଷରେ ଆତ୍ମହତ୍ୟା କରିବାକୁ ସେ ବାଛିନେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ...

କ୍ଷମା ମାଗିଲେ ଫରହା

ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା...

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି...

କରିନାଙ୍କ ପାଇଁ ହାତ କାଟି ଦେଇଥିଲେ ସୈଫ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ବମ୍ବେ: ଆଜି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ହାପି ବର୍ଥ ଡେ। ପଟୌଦୀ ପରିବାରର ଦଶମ ନବାବ ସୈଫ ୧୯୯୨ରେ ଫିଲ୍ମ ‘ବେଖୁଦି’ରୁ ନିଜ ଅଭିନୟ...

Coronavirus Update


Archives

Model This Week

Why Dharitri