କ୍ରିପ୍ଟୋ କରେନ୍ସି ଟ୍ରେଡିଂ କଟକଣା ହଟିଲା

ନୂଆଦିଲ୍ଲୀ,୫-୩: ବିବାଦୀୟ କ୍ରିପ୍ଟୋକରେନ୍ସି କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨ ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ମଧ୍ୟରେ ଏହାର କାରବାର ନ କରିବାକୁ ଲୋକଙ୍କୁ ବାରଣ କରାଯାଇଥିଲା। ବୁଧବାର ସୁପ୍ରିମକୋର୍ଟ କ୍ରିପ୍ଟୋକରେନ୍ସି କାରବାରକୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ସର୍ବୋଚ୍ଚ ନ୍ୟାୟାଳୟ ଆର୍‌ବିଆଇର ୨ ବର୍ଷ ପୁରୁଣା ସର୍କୁଲାରକୁ ଖାରଜ କରି ଦେଇଛନ୍ତି। ୬ ଏପ୍ରିଲ ୨୦୧୮ରେ କ୍ରିପ୍ଟୋକରେନ୍ସି ସହ ଜଡିତ ନେଣଦେଣ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ରୋକ ଲଗାଇଥିଲେ। ଏହି କରେନ୍ସିର ନେଣଦେଣ ବନ୍ଦ କରିବା ଏବଂ ଏ ନେଇ କୌଣସି ପ୍ଲାଟଫର୍ମ ପ୍ରଦାନ ନ କରିବାକୁ ବ୍ୟାଙ୍କ ତଥା ଆର୍ଥତ୍କ ପ୍ରତିଷ୍ଠାନକୁ ନିର୍ଦ୍ଦେଶରେ କୁହାଯାଇଥିଲା।
ଇଣ୍ଟରନେଟ ଆଣ୍ଡ ମୋବାଇଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ଏବଂ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପକ୍ଷରୁ ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଫାଇଲ କରାଯାଇଥିଲା। ଦେଶରେ ଏମିତି କୌଣସି ଆଇନ ନାହିଁ ଯାହା କ୍ରିପ୍ଟୋ କରେନ୍ସି କାରବାରକୁ ବନ୍ଦ କରିବ। ଏହି ଯୁକ୍ତିକୁ ଆଇଏଏମ୍‌ଏଆଇ ସୁପ୍ରିମକୋର୍ଟଙ୍କ ସାମ୍ନାରେ ରଖିଥିଲା। ଏଭଳି ସ୍ଥିତିରେ କ୍ରିପ୍ଟୋକରେନ୍ସି ନେଣଦେଣ ଲାଗି ରିଜର୍ଭ ବ୍ୟାଙ୍କ କୌଣସି ପ୍ରତିବନ୍ଧକ ଲଗାଇ ପାରିବ ନାହିଁ ବୋଲି ଯୁକ୍ତିରେ କୁହାଯାଇଥିଲା। ଏହି କରେନ୍ସିକୁ ନେଇ ରହିଥିବା ବିପଦ ସମ୍ପର୍କରେ ୨୦୧୩ ପରଠାରୁ ଲୋକଙ୍କୁ ଅବଗତ କରାଯାଉଛି ବୋଲି ଆରବିଆଇ ଯୁକ୍ତିର ଉତ୍ତରରେ କହିଛି। ଦେଶର ପେମେଣ୍ଟ ସିଷ୍ଟମ ଉପରେ ଯେଭଳି କୌଣସି ପ୍ରଭାବ ନ ଆସିବ ତାକୁ ବିଚାର କରି ଏଭଳି କରେନ୍ସି ଉପରେ କଟକଣା ଜାରି କରିବାର ଆବଶ୍ୟକତା ରହିଛି ବୋଲି ଆରବିଆଇ ସୁପ୍ରିମକୋର୍ଟଙ୍କୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri