Posted inଖେଳ

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ ଆଇନସିଦ୍ଧ କରିବା ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ୨୦୧୮ଏପ୍ରିଲରେ ବିସିସିଆଇର ଦୁର୍ନୀତି ନିବାରଣ ଶାଖାର ଦାୟିତ୍ୱ ନେବା ପୂର୍ବରୁ ଶୋଖାଓ୍ବତ ରାଜସ୍ଥାନର ପୋଲିସ ଡିଜି ଥିଲେ। ଗତବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମେତ ୧୨ ଜଣ କ୍ରିକେଟର ଦୁର୍ନୀତି କାର୍ଯ୍ୟକରିବା ଲାଗି ପ୍ରଲୋଭିତ କରାଯାଇଥିଲା। ତାମିଲନାଡୁ ପ୍ରିମିୟର ଲିଗ୍‌ରେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହେବାପରେ ତାହା ଉପରେ ନଜର ରଖାଯାଇଛି। ଜଣେ ବୁକି ତାଙ୍କୁ ଆପ୍ରୋଚ କରିଥିବା ଜଣେ ମହିଳା କ୍ରିକେଟର ଇତିମଧ୍ୟରେ ରିପୋର୍ଟ କରିଛନ୍ତି। ଚଳିତବର୍ଷ ମୁମ୍ବାଇ, କର୍ନାଟକ ଓ ତାମିଲନାଡୁରେ ଛୋଟମୋଟ ଘଟଣା ନଜରକୁ ଆସିଛି। ଦେଶରେ ମ୍ୟାଚ ଫିକ୍ସିଂ ଏବଂ ସ୍ପଟ୍‌ ଫିକ୍ସିଂ ରୋକିବା ସହଜ ମନେ ହେଉ ନାହିଁ। ତେଣୁ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି, ଏକ୍ଷେତ୍ରରେ ପୋଲିସର ଭୂମିକା କ’ଣ ରହିବ ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ମ୍ୟାଚ ଫିକ୍ସିଂକୁ ଦେଶରେ ଏକ ଫୌଜଦାରୀ ଅପରାଧ ବିବେଚନା କରାଯିବା ଉଚିତ୍‌ ବୋଲି ଭାରତର ଲ’ କମିଶନ ଗତ ବର୍ଷ ମତବ୍ୟକ୍ତ କରି କହିଥିଲେ। ବେଟିଂକୁ ଯଦି ଅବା ଆଇନସିଦ୍ଧ କରାଯାଏ ତେବେ ଏହା ଉପରେ କିଛି ନିୟନ୍ତ୍ରଣ ରହିବା ଉଚିତ୍‌। ସରକାର ମଧ୍ୟ ଏଥିରୁ ମୋଟା ଅଙ୍କର ରାଜସ୍ବ ପାଇ ପାରିବେ ବୋଲି ଶେଖାଓ୍ବତ ପ୍ରକାଶ କରିଛନ୍ତି। ବେଟିଂ ଆଇନସିଦ୍ଧ ହେବାଦ୍ୱାରା କିଏ ବେଟିଂ କରୁଛି ଏବଂ ସେ କେତେ ଟଙ୍କାର ବେଟିଂ ଲଗାଇଛନ୍ତି ସେ ସମ୍ପର୍କରେ ଡାଟା ମିଳିଯିବ। ଏହାଦ୍ୱାରା ବେଆଇନ ବେଟିଂ ଚଳାଇବା କଷ୍ଟରକର ହୋଇ ପଡ଼ିବ। ବର୍ତ୍ତମାନ ବେଟିଂ ମାମଲାରେ ଧରାପଡ଼ିଲେ କେତେ ଶହ କିମ୍ବା କେତେ ହଜାର ଟଙ୍କା ଜରିମାନା ବଦଳରେ ଖସିଯାଇ ହେଉଛି। ପୁରୁଷ କ୍ରିକେଟରେ ଦୁର୍ନୀତି ନୂଆ କଥା ନୁହେଁ। କିନ୍ତୁ ଏବେ ମହିଳା କ୍ରିକେଟକୁ ଏହା ବ୍ୟାଧି ଗ୍ରାସ କଲାଣି। ଗତ ଫେବୃୟାରୀରେ ଜଣେ ବୁକି ଜଣେ ମ୍ୟାଚ ଫିକ୍ସିଂରେ ସାମିଲ ହେବା ଲାଗି ମହିଳା କ୍ରିକେଟରଙ୍କୁ ଆପ୍ରୋଚ କରିଥିବା ବିସିସିଆଇ ନିକଟରେ ରିପୋର୍ଟ ହୋଇଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏହାର ତଦନ୍ତ ହେବାକୁ ଥିବାବେଳେ ଏହି ବିଷୟରେ ଦୁଇଜଣଙ୍କ ବିରୋଧରେ ଥାନାରେ ଏତାଲା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଚମକିଲେ ଲେଡି ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୧: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର। କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।...

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି...

ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ

ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ...

ବ୍ରେନ୍‌ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର

ସିଡ୍‌ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍‌ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ...

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ: ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଇଶାନ, ଟଓ୍ବୋଟିଆ

ନୂଆଦିଲ୍ଲୀ,୨୧।୨: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ପାଇଁ ଶନିବାର ଏକ ୧୯ ଜଣିଆ ଦଳ ଘୋଷଣା କରାଯାଇଛି। ଗତ...

ବ୍ୟାଟିଂ କରୁଥିବା ସମୟରେ କେ.ଏଲ୍‌. ରାହୁଲଙ୍କୁ କ୍ଷମା ମାଗିଥିଲେ ମ୍ୟାକ୍ସଓ୍ବେଲ, କାରଣ ଜାଣିଲେ..

ନୂଆଦିଲ୍ଲୀ,୨୮।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ମାତ୍ର ୧୯ ବଲରେ ସେ ୪୫...

ଘରେ ଖାଇବାକୁ ନାହିଁ, ମାତ୍ର ୩୦୦ ଟଙ୍କାରେ ମୂଲ ଲାଗୁଛନ୍ତି ଏହି ଗୋଲ୍ଡ ମେଡାଲିଷ୍ଟ

ନୂଆଦିଲ୍ଲୀ,୨୩ା୭: ଦୌଡ଼ର ବାଦ୍‌ଶାହା କରୋନା ସମୟରେ ଏତେ ଅସହାୟ ହୋଇପଡ଼ିଛନ୍ତି ଯେ, ତାଙ୍କୁ ଘର ଚଳାଇବା ପାଇଁ ଟଙ୍କାଟିଏ ମିଳିଲାନି। ସେଥିପାଇଁ ଦିନକୁ ୩୦୦ ଟଙ୍କାରେ...

ଭାରତର ୩ ସ୍ପିନର ରଣନୀତି

ଚେନ୍ନାଇ, ୪।୨- ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟ ସ୍ଥାନୀୟ ଚେପକ୍‌ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ...

BGU
Play 250+ Trending Games
Archives

Model This Week

Why Dharitri