କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ ଶିକ୍ଷା ଦେବା ନାଁରେ ବିଭିନ୍ନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧରେ ସଂସ୍ଥାରେ ତାଲିମ ଗ୍ରହଣ କରୁଥିବା ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ ଉଦ୍ୟାନବନ୍ଧରେ ବେକାର ଯୁବତୀଯୁବକମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନାରୁ ତାଲିମ ପ୍ରଦାନ କରାଯିବାକୁ ଏକ ଅନୁଷ୍ଠାନରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ଜୀବିକା ମିଶନ ତରଫରୁ ଏମପିକନ ଲିମିଟେଡ ଜରିଆରେ ୪ଟି ବ୍ୟାଚରେ ୧୨୦ଜଣ ଯୁବତୀଯୁବକଙ୍କୁ ନର୍ସିଂ ତାଲିମ ପ୍ରଦାନ କରାଯାଇଥିଲା । ଏହିଭଳି ଗତ ଏପ୍ରିଲରୁ ୩୦ଜଣ ଯୁବତୀଯୁବକଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ କୌଶଳ ଯୋଜନା (ପିଏମକେଭିୱାଇ)ରୁ କଟକର ବିଦ୍ୟାଳୟ ରିଫର ମେଟିଭ ଆକାଡେମୀ ଜରିଆରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ତାଲିମ ନେଉଥିବା ଯୁବତୀଯୁବକମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉ ନ ଥିବାବେଳେ ଷ୍ଟାଇପେଣ୍ଡର ବ୍ୟବସ୍ଥା ମଧ୍ୟ ମିଳୁନାହିଁ । ଏମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏଟିଏମ ପାସ ବହି ଆଦି ରଖି ନେଇଥିବା ଅଭିଯୋଗ ହୋଇଛି । ଏଥିରେ ନିୟୋଜିତ କର୍ମଚାରୀମାନଙ୍କୁ ମାସାଧିକକାଳ ଦରମା ପ୍ରଦାନ କରାଯାଉ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଯୁବତୀଯୁବକମାନଙ୍କ ନାଁରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ଅଭିଯୋଗ ନେଇ ଯୁବତୀଯୁବକମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି । ଯୁବତୀଯୁବକମାନଙ୍କ ସହ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ ଆସି ଜିଲାପାଳଙ୍କୁ ଏହାର ସରଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହା ଉପରେ ଆକାଡେମୀ ପରିଚାଳକ ପ୍ରଶାନ୍ତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରେ ଆଜିକୁ ପ୍ରାୟ ମାସେ ହେବ କେନ୍ଦ୍ର ଚାଲିଥିଲା । ଆଜକୁ ୧୫ ଦିନ କାର୍ଯ୍ୟକ୍ରମ ବନ୍ଦ ହୋଇପଡିଛି । ଏହାକୁ ଆଗକୁ ପୁନଃକାର୍ଯ୍ୟକ୍ଷମ କରାଯିବ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ର ଅନ୍ୟତ୍ର ସ୍ଥାପନ କରି ତାଲିମ କାର୍ଯ୍ୟ ଚଳାଇ ପିଲାଙ୍କୁ ଥଇଥାନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି । ପିଲାଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ ଥିବା କହିଛନ୍ତି । ଟ୍ରେନରମାନଙ୍କୁ ଦରମା ଦେଇ ନ ଥିବା କଥାକୁ ସ୍ବୀକାର କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବହିର୍ବ୍ୟାପାର ବିଭାଗୀୟ ପରାମର୍ଶ କମିଟିରେ ସସ୍ମିତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ...

ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ...

ସିରିଜ୍‌ ଦୁର୍ଘଟଣା: ୨ ମୃତ, ୬ ଜଣ ଗୁରୁତର

ବୌଦ୍ଧ/ବାଉଁଶୁଣୀ,(ସ୍ବ.ପ୍ର.)(ଡି.ଏନ.ଏ.)୨୬।୧: ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ଦ୍ରୁତ ଗତିରେ ଯାଉଥିବା ଏକ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

ଆବାସ ଯୋଜନାରେ ଅଭିଯୋଗ ଘଟଣା: ମଜୁରି ବାବଦକୁ ହିତାଧିକାରୀଙ୍କୁ ମିଳିଲା ପ୍ରାପ୍ୟ

ଦାରିଙ୍ଗବାଡ଼ି,୨୯।୯(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇ ନ ଥିବା ସ୍ଥାନୀୟ ବିଡିଓ ଏବଂ ଜିଲାପାଳଙ୍କ ନିକଟରେ...

ହସ୍ପିଟାଲରେ ଅଭିଯୁକ୍ତ, ସନ୍ଦେହରେ ପୋଲିସ ଭୂମିକା

ଭୁବନେଶ୍ୱର (ବ୍ୟୁରୋ)/ବାଲିଚନ୍ଦ୍ରପୁର, ୭।୧୧(ସ୍ବ.ପ୍ର): ଓଏଏସ୍‌ ଅଫିସର ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜଣେ ଜୋନାଲ ଡେପୁଟି କମିଶନର (ଜେଡ଼ିସି)ଙ୍କ ଘରେ ଆଦିବାସୀ ନାବାଳିକାକୁ ବଳାତ୍କାର...

ଆଜି ଉଠିବ ମହାଦୀପ

ଆରଡ଼ି, ୨୪।୧୦ (ଡି.ଏନ.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଦୀପାବଳିରେ ମହାଦୀପ ଉଠିବା ପରମ୍ପରା ରହିଛି। ଚଳିତବର୍ଷ ସୋମବାର ମହାଦୀପ ମନ୍ଦିର ଚୂଡ଼ାକୁ...

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଏକଦା ହକିର ଗଡ଼ ଥିଲା ଢେଙ୍କାନାଳ। ଜିଲାର ବହୁ ପ୍ରତିଭାଦୀପ୍ତ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଜାତୀୟସ୍ତରରେ ଅର୍ଜନ କରିଥିଲେ ସୁନାମ। ସମୟକ୍ରମେ ହତାଦର...

Advertisement
Archives

Model This Week