କୌଳିକ ବୃତ୍ତି ଦେଇଛି ସମ୍ମାନ: ଗୋପାଳନରୁ ଛେନାପୋଡ଼ ବ୍ୟବସାୟୀ

ଭାପୁର,୫।୧(ଶୁଭେନ୍ଦ୍ର କୁମାର ପଟ୍ଟନାୟକ): ଅଭାବ ଅନଟନ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ୨ ପରିବାର ନିଷ୍ଠା ଓ ପରିଶ୍ରମ ବଳରେ ଆଜି ସଫଳତାର ପାହାଚ ଚଢ଼ି ପାରିଛନ୍ତି। ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅନ୍ୟ ପରିବାରକୁ ମଧ୍ୟ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତି। ନିଜର କୌଳିକ ବୃତ୍ତି ଗୋପାଳନକୁ ଆଧାର କରି ୨ ପରିବାର ସଦସ୍ୟ ସଫଳ ଛେନାପୋଡ଼ ବ୍ୟବସାୟୀ ହୋଇପାରିଛନ୍ତି। କ୍ଷୀର ବେପାରରୁ ଛେନା ବେପାର ଓ ପରେ ଛେନାପୋଡ଼ ବେପାର କରି ଅର୍ଥ, ଯଶ ପାଇବା ସହ ପ୍ରାୟ ଶତାଧିକ ପରିବାରର ସାହାରା ପାଲଟିଛନ୍ତି ।
ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମର ଅଲେଖ ବେହେରା ଓ ଦୁର୍ଯ୍ୟୋଧନ ଦାସଙ୍କ ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଫତେଗଡ଼ ଗ୍ରାମର ମାଗି ବେହେରାଙ୍କ ୩ ପୁଅ ଅଲେଖ, ରବି ଓ ପ୍ରଫୁଲ ବାପାଙ୍କ ସହ ମିଶି ଗୋପାଳନ କରୁଥିଲେ। ଏଥିସହ କ୍ଷୀର, ଛେନା ବିକ୍ରିକରି ଅଭାବ ଅନଟନରେ ଗୁଜୁରାଣ ମେଣ୍ଟାଉଥିଲେ। ପରେ ବିଭିନ୍ନ ମିଠା ଦୋକାନରେ ଛେନା ଦେବା ଭିତରେ ସେମାନେ ଛେନାପୋଡ଼ କରିବା ଶିଖିଗଲେ। ନିଜେ ଛେନାପୋଡ଼ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କଲେ। ପ୍ରଥମେ ଫତେଗଡ଼ ବଜାରରେ ବିକ୍ରି କରିବା ପରେ ଭଲ ଲାଭ ହେବାରୁ ୨/୩ ଭାଇ ସାଇକେଲ ଧରି ନୟାଗଡ଼ ଜିଲା  ଗାଁ ବୁଲି କ୍ଷୀର କିଣି ଆଣିଲେ। କ୍ଷୀରକୁ ଛେନା କରି ଅଧିକ ପରିମାଣର ଛେନାପୋଡ଼ ତିଆରି କଲେ। ଏହି ବେପାର ବଢ଼ିବାରୁ ଭାଇମାନେ ଲୁନା କରି ଭାପୁର ବ୍ଲକର ୪୦/୫୦ ଖଣ୍ଡ ଗାଁରୁ କ୍ଷୀର ସଂଗ୍ରହ କଲେ। ଛେନାପୋଡ଼ ବ୍ଲକ ଓ ଜିଲା ବାହାରକୁ ବିକ୍ରି ପାଇଁ ପଠାଇଲେ। ମାଗିଙ୍କ ପରିବାର ସଦସ୍ୟଙ୍କଠାରୁ ପ୍ରୋତ୍ସାହନ ପାଇ ସେହି ଗ୍ରାମର ଅନ୍ୟ ଜଣେ ଗୋପାଳ ପରିବାର ଦୁର୍ଯ୍ୟୋଧନ ଦାସ ଓ ତାଙ୍କ ପୁଅ ଅନ୍ତର୍ଯ୍ୟାମୀ, ତ୍ରିଲୋଚନ ଏବଂ ଦୀପକ ମଧ୍ୟ ଛେନାପୋଡ଼ ବେପାର କରିବା ଆରମ୍ଭ କରିଦେଲେ। ପରେ ସମ୍ପୃକ୍ତ ୨ ପରିବାର ସଦସ୍ୟଙ୍କଠାରୁ ପ୍ରୋତ୍ସାହନ ପାଇ ଗ୍ରାମର ୮/୧୦ ଜଣ ଯୁବକ ଲୁନା, କାର୍‌ ଓ ଅଟୋ ମାଧ୍ୟମରେ ଭାପୁର ବ୍ଲକ ଏବଂ କଟକ ଜିଲା ବୈଦେଶ୍ୱର ଅଞ୍ଚଳରୁ ପ୍ରାୟ ୨ରୁ ୩ ହଜାର ଲିଟର କ୍ଷୀର କିଣିଆଣି ଦିଅନ୍ତି। ସେମାନେ ମଧ୍ୟ ସ୍ବାବଲମ୍ବୀ ହୁଅନ୍ତି। ସମ୍ପୃକ୍ତ ୨ ପରିବାର ବଡ଼ ବଡ଼ ଭାଟି ସ୍ଥାପନ କରି ଛେନାପୋଡ଼ ପ୍ରସ୍ତୁତ କରି ଭୁବନେଶ୍ୱର, କଟକ, ଫୁଲବାଣୀ, ବୌଦ୍ଧ, ନବରଙ୍ଗପୁର, ଝାରସୁଗୁଡ଼ା, ଢେଙ୍କାନାଳ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଦାମନଯୋଡ଼ି, ମୁନିଗୁଡ଼ା ଅଞ୍ଚଳକୁ ପଠାଉଛନ୍ତି। ଏହି ଛେନାପୋଡ଼ ୧୨୦ ଓ ୧୪୦ ଟଙ୍କାରେ ଫତେଗଡ଼ ଅଞ୍ଚଳରେ ବିକ୍ରି ହେଉଥିବାବେଳେ ଏହାକୁ ଜିଲା ବାହାରର ବେପାରୀମାନେ ନେଇ ୨ଶହରୁ ଊର୍ଦ୍ଧ୍ୱ ଦାମ୍‌ରେ ବିକ୍ରି କରୁଛନ୍ତି। ଦୈନିକ ୧୫ କୁଇଣ୍ଟାଲ ଛେନାପୋଡ଼ ତିଆରି କରି ସମସ୍ତ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଇଥାଏ। ଦାମ୍‌ କମ୍‌ ରହୁଥିବାରୁ ଶହ ଶହ ଲୋକ ଯିବାଆସିବା ସମୟରେ ଫତେଗଡ଼ ବଜାରରୁ ଛେନାପୋଡ଼ କିଣି ନେଇଥାନ୍ତି। ନିଜର କୌଳିକ ବୃତ୍ତିକୁ ପାଥେୟକରି ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଶତାଧିକ ପରିବାରକୁ ଅନ୍ନ ସଂସ୍ଥାନର ବାଟ ଦେଖାଇଥିବା ଏହି ୨ ପରିବାର ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଉଲ୍ଲେଖଯୋଗ୍ୟ, ଫତେଗଡ଼ ଗ୍ରାମଟି କାଙ୍କଣ ଚାଷ ଓ ଛେନାପୋଡ଼ ବେପାର ପାଇଁ ସାରା ଜିଲାରେ ସୁନାମ ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri