କୌଳିକ ବୃତ୍ତି ଦେଇଛି ସମ୍ମାନ: ଗୋପାଳନରୁ ଛେନାପୋଡ଼ ବ୍ୟବସାୟୀ

ଭାପୁର,୫।୧(ଶୁଭେନ୍ଦ୍ର କୁମାର ପଟ୍ଟନାୟକ): ଅଭାବ ଅନଟନ ସତ୍ତ୍ୱେ ନିଜର କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ୨ ପରିବାର ନିଷ୍ଠା ଓ ପରିଶ୍ରମ ବଳରେ ଆଜି ସଫଳତାର ପାହାଚ ଚଢ଼ି ପାରିଛନ୍ତି। ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅନ୍ୟ ପରିବାରକୁ ମଧ୍ୟ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛନ୍ତି। ନିଜର କୌଳିକ ବୃତ୍ତି ଗୋପାଳନକୁ ଆଧାର କରି ୨ ପରିବାର ସଦସ୍ୟ ସଫଳ ଛେନାପୋଡ଼ ବ୍ୟବସାୟୀ ହୋଇପାରିଛନ୍ତି। କ୍ଷୀର ବେପାରରୁ ଛେନା ବେପାର ଓ ପରେ ଛେନାପୋଡ଼ ବେପାର କରି ଅର୍ଥ, ଯଶ ପାଇବା ସହ ପ୍ରାୟ ଶତାଧିକ ପରିବାରର ସାହାରା ପାଲଟିଛନ୍ତି ।
ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମର ଅଲେଖ ବେହେରା ଓ ଦୁର୍ଯ୍ୟୋଧନ ଦାସଙ୍କ ପରିବାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଫତେଗଡ଼ ଗ୍ରାମର ମାଗି ବେହେରାଙ୍କ ୩ ପୁଅ ଅଲେଖ, ରବି ଓ ପ୍ରଫୁଲ ବାପାଙ୍କ ସହ ମିଶି ଗୋପାଳନ କରୁଥିଲେ। ଏଥିସହ କ୍ଷୀର, ଛେନା ବିକ୍ରିକରି ଅଭାବ ଅନଟନରେ ଗୁଜୁରାଣ ମେଣ୍ଟାଉଥିଲେ। ପରେ ବିଭିନ୍ନ ମିଠା ଦୋକାନରେ ଛେନା ଦେବା ଭିତରେ ସେମାନେ ଛେନାପୋଡ଼ କରିବା ଶିଖିଗଲେ। ନିଜେ ଛେନାପୋଡ଼ ପ୍ରସ୍ତୁତ କରି ବିକ୍ରି ଆରମ୍ଭ କଲେ। ପ୍ରଥମେ ଫତେଗଡ଼ ବଜାରରେ ବିକ୍ରି କରିବା ପରେ ଭଲ ଲାଭ ହେବାରୁ ୨/୩ ଭାଇ ସାଇକେଲ ଧରି ନୟାଗଡ଼ ଜିଲା  ଗାଁ ବୁଲି କ୍ଷୀର କିଣି ଆଣିଲେ। କ୍ଷୀରକୁ ଛେନା କରି ଅଧିକ ପରିମାଣର ଛେନାପୋଡ଼ ତିଆରି କଲେ। ଏହି ବେପାର ବଢ଼ିବାରୁ ଭାଇମାନେ ଲୁନା କରି ଭାପୁର ବ୍ଲକର ୪୦/୫୦ ଖଣ୍ଡ ଗାଁରୁ କ୍ଷୀର ସଂଗ୍ରହ କଲେ। ଛେନାପୋଡ଼ ବ୍ଲକ ଓ ଜିଲା ବାହାରକୁ ବିକ୍ରି ପାଇଁ ପଠାଇଲେ। ମାଗିଙ୍କ ପରିବାର ସଦସ୍ୟଙ୍କଠାରୁ ପ୍ରୋତ୍ସାହନ ପାଇ ସେହି ଗ୍ରାମର ଅନ୍ୟ ଜଣେ ଗୋପାଳ ପରିବାର ଦୁର୍ଯ୍ୟୋଧନ ଦାସ ଓ ତାଙ୍କ ପୁଅ ଅନ୍ତର୍ଯ୍ୟାମୀ, ତ୍ରିଲୋଚନ ଏବଂ ଦୀପକ ମଧ୍ୟ ଛେନାପୋଡ଼ ବେପାର କରିବା ଆରମ୍ଭ କରିଦେଲେ। ପରେ ସମ୍ପୃକ୍ତ ୨ ପରିବାର ସଦସ୍ୟଙ୍କଠାରୁ ପ୍ରୋତ୍ସାହନ ପାଇ ଗ୍ରାମର ୮/୧୦ ଜଣ ଯୁବକ ଲୁନା, କାର୍‌ ଓ ଅଟୋ ମାଧ୍ୟମରେ ଭାପୁର ବ୍ଲକ ଏବଂ କଟକ ଜିଲା ବୈଦେଶ୍ୱର ଅଞ୍ଚଳରୁ ପ୍ରାୟ ୨ରୁ ୩ ହଜାର ଲିଟର କ୍ଷୀର କିଣିଆଣି ଦିଅନ୍ତି। ସେମାନେ ମଧ୍ୟ ସ୍ବାବଲମ୍ବୀ ହୁଅନ୍ତି। ସମ୍ପୃକ୍ତ ୨ ପରିବାର ବଡ଼ ବଡ଼ ଭାଟି ସ୍ଥାପନ କରି ଛେନାପୋଡ଼ ପ୍ରସ୍ତୁତ କରି ଭୁବନେଶ୍ୱର, କଟକ, ଫୁଲବାଣୀ, ବୌଦ୍ଧ, ନବରଙ୍ଗପୁର, ଝାରସୁଗୁଡ଼ା, ଢେଙ୍କାନାଳ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଦାମନଯୋଡ଼ି, ମୁନିଗୁଡ଼ା ଅଞ୍ଚଳକୁ ପଠାଉଛନ୍ତି। ଏହି ଛେନାପୋଡ଼ ୧୨୦ ଓ ୧୪୦ ଟଙ୍କାରେ ଫତେଗଡ଼ ଅଞ୍ଚଳରେ ବିକ୍ରି ହେଉଥିବାବେଳେ ଏହାକୁ ଜିଲା ବାହାରର ବେପାରୀମାନେ ନେଇ ୨ଶହରୁ ଊର୍ଦ୍ଧ୍ୱ ଦାମ୍‌ରେ ବିକ୍ରି କରୁଛନ୍ତି। ଦୈନିକ ୧୫ କୁଇଣ୍ଟାଲ ଛେନାପୋଡ଼ ତିଆରି କରି ସମସ୍ତ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଇଥାଏ। ଦାମ୍‌ କମ୍‌ ରହୁଥିବାରୁ ଶହ ଶହ ଲୋକ ଯିବାଆସିବା ସମୟରେ ଫତେଗଡ଼ ବଜାରରୁ ଛେନାପୋଡ଼ କିଣି ନେଇଥାନ୍ତି। ନିଜର କୌଳିକ ବୃତ୍ତିକୁ ପାଥେୟକରି ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳ ପାଇଁ ଗୌରବ ଆଣି ଶତାଧିକ ପରିବାରକୁ ଅନ୍ନ ସଂସ୍ଥାନର ବାଟ ଦେଖାଇଥିବା ଏହି ୨ ପରିବାର ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଉଲ୍ଲେଖଯୋଗ୍ୟ, ଫତେଗଡ଼ ଗ୍ରାମଟି କାଙ୍କଣ ଚାଷ ଓ ଛେନାପୋଡ଼ ବେପାର ପାଇଁ ସାରା ଜିଲାରେ ସୁନାମ ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri