Posted inଖେଳ

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା। ”ଜଣେ ଖେଳାଳିଭାବେ କୋହଲିଙ୍କ ସମ୍ପର୍କରେ କିଛି କହିବା ଆବଶ୍ୟକ ନାହିଁ। ତାଙ୍କ କ୍ୟାରିୟର ଗ୍ରାଫ୍‌ ହିଁ ସବୁକଥା କହିଥାଏ। ମାତ୍ର ଜଣେ ଅଧିନାୟକ ପ୍ରସଙ୍ଗ ଉଠିଲେ ସେ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି ଅନୁଭବ ହୁଏ। ସେ ଜଣେ ଭାବପ୍ରବଣ ଅଧିନାୟକ“ ବୋଲି ନେହେରା ପ୍ରକାଶ କରିଛନ୍ତି। କ୍ୟାରିୟରରେ ୧୭ ଟେଷ୍ଟ, ୧୨୦ ଦିନିକିଆ ଓ ୨୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ନେହେରାଙ୍କ ମତରେ ୨୦୦୦ରେ ଖେଳୁଥିବା ଅଷ୍ଟ୍ରେଲିଆଠାରୁ ଭାରତୀୟ ଦଳ ବହୁତ ପଛରେ ଅଛି। ସେତେବେଳର ଅଷ୍ଟ୍ରେଲିଆ ଦଳ କ୍ରମାଗତ ୩ଟି ବିଶ୍ୱକପ ଜିତିବା ସହ ୧୯୯୬ ବିଶ୍ୱକପ ଫାଇନାଲ ଖେଳିଥିଲା। ଏହା ବ୍ୟତୀତ ଘରୋଇ ଏବଂ ବାହାର ପରିବେଶରେ ଏହି ଦଳ ୧୮-୧୯ ଟେଷ୍ଟ ମ୍ୟାଚ ମଧ୍ୟ ଜିତିଥିଲା । ”ଭାରତୀୟ ଦଳ ସେପରି ସଫଳତା ପାଇ ପାରିବନି ବୋଲି ମୁଁ କହୁନି। ତେବେ ଏଥିପାଇଁ ଏକ କୋର୍‌ ଗ୍ରୁପ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ। ଖାଇବା ଟେବୁଲ ଉପରେ ଜଣେ ଅନେକ ପ୍ରକାର ଖାଦ୍ୟ ଦେଖି ଦ୍ୱନ୍ଦ୍ୱରେ ପଡ଼ିପାରେ। ତେଣୁ ଅଳ୍ପ ପ୍ରକାର ହେଉପଛେ ତାହା ସୁସ୍ବାଦୁ ହେବା ଗୁରୁତ୍ୱପୂର୍ଣ୍ଣ“ ବୋଲି ନେହେରା କହିଛନ୍ତି।
ପନ୍ତ୍‌ଙ୍କୁ ସମର୍ଥନ ଆବଶ୍ୟକ
କ୍ୟାରିୟର ଆରମ୍ଭରେ ରିଷଭ ପନ୍ତ୍‌ଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଥିଲା। ତେଣୁ ଏଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଦୀର୍ଘଦିନଧରିି ସମର୍ଥନ କରିବା ଆବଶ୍ୟକ। କେବଳ ତାଙ୍କୁ ନୁହେଁ ଅନ୍ୟ ପ୍ରତିଭାଧର ଖେଳାଳିଙ୍କୁ ମଧ୍ୟ କ୍ରମାଗତ ସମର୍ଥନର ଆବଶ୍ୟକତା ରହିଛି। ବର୍ତ୍ତମାନ ଭାରତୀୟ ଦଳର ୫ ଓ ୬ ନମ୍ବର ସ୍ଥାନରେ ବାରମ୍ବାର ପରିବର୍ତ୍ତନ ହେଉଛି। ଲୋକେଶ ରାହୁଲଙ୍କୁ ୫ ନମ୍ବର ସ୍ଥାନରେ ଖେଳାଯାଉଛି। ମାତ୍ର ଧୋନୀଙ୍କ ଉତ୍ତରାଧିକାରୀ କୁହା ଯାଉଥିବା ପନ୍ତ୍‌ ପଡ଼ିଆକୁ ପାଣି ବୋହୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବ ଯୋଗୁ କ୍ରିକେଟ ବନ୍ଦ ହେବା ପୂର୍ବରୁ ପନ୍ତ ଭାରତୀୟ ଦଳରେ ନିଜ ସ୍ଥାନ ହରାଇଥିଲେ। ତାଙ୍କ ପ୍ରଦର୍ଶନରେ ସ୍ଥିରତା ନ ରହିବାରୁ ଟିମ୍‌ ମ୍ୟାନେଜମେଣ୍ଟ ରାହୁଲଙ୍କୁ ଉଇକେଟ କିିପିଂ ଦାୟିତ୍ୱ ଅର୍ପଣ କରିଥିଲା। ପନ୍ତ୍‌ ବହୁତ ସୁଯୋଗ ହାତଛଡ଼ା କରିଛନ୍ତି ଏଥିରେ ଦ୍ୱିମତ ନାହିଁ, ମାତ୍ର ଜଣେ ଯୁବ ଖେଳାଳି ହୋଇଥିବାରୁ ସେ ବହୁତ ଆଗକୁ ଯିବାର ଦକ୍ଷତା ରଖିଛନ୍ତି ବୋଲି ନେହେରା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri