Posted inଖେଳ

କୋହଲିଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୫।୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ସେ ଗତ ଅଢେଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ବି ଶତକ ମାରିପାରିନାହାନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ କ୍ରିକେଟ୍‌ ବିଶେଷଜ୍ଞମାନେ ଦାବି କରିଛନ୍ତି। ଏସବୁ ଭିତରେ ବିରାଟ କିନ୍ତୁ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ସମର୍ଥନ ପାଇଛନ୍ତି।
ଜୁଲାଇ ୧୫ରେ ଲର୍ଡସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ ୧୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସେ ୨୫ ବଲର ସମ୍ମୁଖୀନ ହୋଇ ୩ଟି ଚୌକା ମାରିଥିଲେ। ଏହାର କିଛି ସମୟ ପରେ ବାବର ବିରାଟଙ୍କ ସହ ଏକ ଫଟୋ ଶେୟାର କରି ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ବାବର ଲେଖିଛନ୍ତି, ଏହା ମଧ୍ୟ ଚାଲିଯିବ, ସାହସ ରଖ। ବିରାଟଙ୍କ ପ୍ରଶଂସକ ତାଙ୍କ ଟୁଇଟ୍‌କୁ ବହୁତ ପସନ୍ଦ କରିଛନ୍ତି ଏବଂ ତାଙ୍କୁ ପ୍ରଶଂସା କରୁଛନ୍ତି।
କୋହଲି ଏବଂ ବାବର ବିଶ୍ୱ କ୍ରିକେଟର ଦୁଇ ବଡ ବ୍ୟାଟ୍ସମ୍ୟାନ। ବାବର ଅନେକ ଥର କହିଛନ୍ତି ଯେ ସେ ବିରାଟଙ୍କୁ ଅନୁସରଣ କରୁଛନ୍ତି। ତାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଛନ୍ତି। ସେ ମଧ୍ୟ ନିଜକୁ ପ୍ରମାଣିତ କରିଛନ୍ତି। ସେ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଆୟ ଓ ଅଭାବୀ ଜୀବନ

ଅଦ୍ଭୁତ ଏ ଦୁନିଆ I ଅଦ୍ଭୁତ ଆମ ବ୍ୟବହାର ଓ ମାନସିକତା। ଛୋଟ ବେଳେ ଦେଖିଛୁ, ଆମ ପିତାମାତା କିପରି ସେମାନଙ୍କର ଅର୍ଥ ପରିଚାଳନା କରୁଥିଲେ...

ତଦନ୍ତ କମିଶନର ପରିଣାମ

ଅନେକ ସମୟରେ ତଦନ୍ତ କମିଶନ ନିଯୁକ୍ତ କରାଯାଇଥାଏ ଅଧିକୃତ ସଂସ୍ଥା ଦ୍ୱାରା। ଏହି ଯାଞ୍ଚ ଆୟୋଗ ବିଶେଷ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥାଏ। ଯାନବାହନରେ ଦୁର୍ଘଟଣା,...

ପ୍ରସ୍ତାବିତ ଗ୍ୟାସ୍‌ ପାଇପ୍‌ ଲାଇନକୁ ବିରୋଧ

ନୂଆପଡ଼ା, ୧୪।୧ (ମକାରୁ ବେମାଲ): ଛତିଶଗଡ଼ର ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏଚ୍‌ପିସିଏଲ୍‌ ଗ୍ୟାସ୍‌ ପାଇପ୍‌ ଲାଇନ ପ୍ରକଳ୍ପକୁ ନୂଆପଡ଼ା ବ୍ଲକରେ ବିରୋଧ କରାଯାଇଛି। ମଙ୍ଗଳବାର ନୂଆପଡା...

ଛୁଆକୁ ଧରି ଚୁଲି ପାଖରେ ବସିଥିଲେ ମା’, ଅସାବଧାନତା ଯୋଗୁ ଚୁଲିରେ ପଡି ୨ ମାସର ଶିଶୁ ଗୁରୁତର

ଜଳେଶ୍ୱର,୧୪।୧ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତି ଗ୍ରାମରେ ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର। ସୂଚନା ଅନୁସାରେ ପ୍ରବଳ ଶୀତ...

ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କଲେ ଯୁବକ, ଝିଅର ଚିତ୍କାର ଶୁଣି ପହଞ୍ଚିଗଲେ…

ପାରଳାଖେମୁଣ୍ଡି,୧୪ା୧(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରରେ ଜଣେ ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ପାଇଲୁ ରବି (୩୫) ଗିରଫ ହୋଇଛନ୍ତି। ସହରର ଏକ...

ରାଷ୍ଟ୍ରପତିଙ୍କ ସଚିବାଳୟ ହସ୍ତକ୍ଷେପ ପରେ ହଟିଲା ବାସନ୍ଦ

ଗଞ୍ଜାମ,୧୪ା୧(ଅନାଥ ତରାଇ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ଝରାପଦର ଗ୍ରାମରେ ଏକ ଦୀର୍ଘଦିନର ସାମାଜିକ ବାସନ୍ଦ ଘଟଣାର ସମାଧାନ ହୋଇଛି। ଏଚ୍‌.ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ...

ସମସ୍ତଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ହେବ ବିକାଶ: ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଦାରିଙ୍ଗବାଡି, ୧୪।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର...

ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri