Posted inଖେଳ

କୋହଲିଙ୍କୁ ଦଳରେ ନେବା ସପକ୍ଷରେ ନ ଥିଲେ ଧୋନୀ, କର୍ଷ୍ଟେନ

ମୁମ୍ବାଇ,୨୨।୪(ପିଟି)- ଜାତୀୟ ଦଳରେ ବିରାଟ କୋହଲିଙ୍କ ଖେଳିବା ସପକ୍ଷରେ ନ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ମୁଖ୍ୟ କୋଚ୍‌ ଗ୍ୟାରୀ କର୍ଷ୍ଟେନ। ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର। କୋହଲିଙ୍କୁ ଜାତୀୟ ଦଳରେ ଖେଳାଇବା ନେଇ ମୁଁ ପ୍ରଥମେ ପ୍ରସ୍ତାବ ଦେଇଥିଲି। ହେଲେ ଧୋନୀ ଓ କର୍ଷ୍ଟେନ ମୋ କଥା କର୍ଣ୍ଣପାତ କରି ନ ଥିଲେ ବୋଲି ରବିବାର ‘ହାଓ୍ବଜାଟ’ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି। ଦେଶର ଉଦୀୟମାନ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ଦିଆଯାଏ। ସେତେବେଳେ ମୁଁ ଚୟନ କମିଟି ମୁଖ୍ୟ ପଦରେ ଥିଲି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ କୋହଲିଙ୍କ ପ୍ରଦର୍ଶନ ଦେଖିବା ପରେ ମୁଁ ତାଙ୍କୁ ଜାତୀୟ ଦଳରେ ଚୟନ କରିବାକୁ ପ୍ରସ୍ତାବ ଦେଇଥିଲି। ହେଲେ ଅଧିନାୟକ ଧୋନୀ ଓ କୋଚ୍‌ କର୍ଷ୍ଟନ ଅଲଗା ମତ ଦେଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପରେ କୋହଲିଙ୍କୁ ଆହୁରି ମ୍ୟାଚ୍‌ ଖେଳିବାର ଆବଶ୍ୟକ ଥିବା ଉଭୟେ କହିଥିଲେ। କିନ୍ତୁ ମୁଁ କୋହଲିଙ୍କୁ ଜାତୀୟ ଦଳକୁ ଆଣିବା ସପକ୍ଷରେ ଥିଲି। ଏଣୁ ଏସ୍‌. ବଦ୍ରିନାଥଙ୍କୁ ଦଳରୁ ବାଦ୍‌ ଦିଆଯାଇ କୋହଲିଙ୍କୁ ଦଳରେ ସାମିଲ କରାଯାଇଥିଲା ବୋଲି ଭେଙ୍ଗସରକାର କହିଛନ୍ତି। ୨୦୦୮ ଅଗଷ୍ଟ ୧୮ ତାରିଖରେ କୋହଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବତନ କ୍ରିକେଟ ପ୍ରଶାସକ ଆହୁରି କହିଛନ୍ତି, ତାଙ୍କ ଯୋଗୁ ସଚିନ ତେନ୍ଦୁଲକରଙ୍କୁ ବମ୍ବେ (ଏବେ ମୁମ୍ବାଇ) ଦଳରେ ସ୍ଥାନ ମିଳିଥିଲା। ସଚିନ ବହୁତ ଯୁବ ଥିବାରୁ ତାଙ୍କ ନିଷ୍ପତ୍ତିକୁ କେହି ସମର୍ଥନ କରି ନ ଥିଲେ। ଉଲ୍ଲେଖଥାଉ କି, ଭେଙ୍ଗସରକାର ବମ୍ବେ ଦଳର ଅଧିନାୟକ ଥିବାବେଳେ ସଚିନ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri