ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। ସେ ଜନମ୍‌ ବେଲୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ ଆଏଜ୍‌କେ ଗଲା ୨୦ ବଛର୍‌ ହେଲା ଖଟେ ପଡ଼ି ରହିଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ପୁଓର ଚିକିତ୍ସା ଲାଗି ଘରେ ଯାହାଥିଲା ବିକାଭଂଗା କରି ଝଲା ହେଇଯାଇଥିଲେ। ଏନ୍‌ତା କି ଦିବ୍ୟାଙ୍ଗ ଆଶୁତୋଷ ଅନେକ ସରକାରୀ ଯୋଜନାରୁ ବି ବଁଚିତ୍‌ ହେଇ ରହିଥିଲେ। ଘଟନା ବାବ୍‌ଦେ ବିନିକା ଧରିତ୍ରୀ ପରତିନିଧି ସୁରାକ୍‌ ପାଇ ଖବର ବାହାର କରିଥିଲେ। ଗଲା ୩.୬.୨୦୧୮ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘୨୦ ବଛର ହେଲା ଖଟେ ପଡ଼ିଛନ୍‌ ଆଶୁତୋଷ’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବରକେ ନେଇ ଝନେ ସାମାଜିକ କରମୀ ମୁଖ୍ୟମନ୍ତ୍ରୀକଁର ଅଭିଯୋଗ କୁଠାଥି ଅଭିଯୋଗ ପତର ଦାଖଲ କରିଥିଲେ। ଫେନ୍‌ ଥରେ ଗଲା ୫.୬.୨୦୧୮ରେ ‘ପରଶାସନିକ ଅବହେଲାର ଶିକାର ଦିବ୍ୟାଙ୍ଗ’ ଶୀରଷକ୍‌ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରବାର ୧୧ ଦିନ୍‌ ଉତାରୁ ପିଡି ଡିଆର୍‌ଡିଏକୁଁ ସେ ବେଲର ଜିଲାପାଲ ଦାଶରଥି ଶତପଥୀ ଘଟନାର ତଦଁତ କରି ପଦକ୍ଷେପ ନେବାକେ ନିରଦେଶ ଦେଇଥିଲେ। ଥାନୀୟ ପରଶାସନ ଆଶୁତୋଷର ପରିବାରକେ ବିଜୁ ପକ୍କାଘର ଯୋଜନାରେ ସାମିଲ କରିଥିଲା। ଏହେଦେ ଘର ତିଆରି ବି ଗୁଟେ ପରକାର ସରିଯାଇଛେ। ଇ ସାହାଯ୍‌ ଲାଗି ଆଶୁତୋଷର ମା’ବାପ୍‌ ଧରିତ୍ରୀକେ ଅଶେଷ ଧଏନ୍‌ବାଦ୍‌ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri