କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା/କେନ୍ଦୁଝର(ସ୍ବ.ପ୍ର),୨୦-୪: ଟାଟା ଷ୍ଟିଲ୍‌ର ଏକ ସହଯୋଗୀ କମ୍ପାନୀ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ଏହାର କର୍ପୋରେଟ ଅଫିସ୍‌କୁ କୋଲକାତାକୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନେଇଛି। ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଶେଷ ଗୁରୁତ୍ୱ ବହନ କରୁଛି। ଏଥିସହିତ କମ୍ପାନୀର ନାମ ପରିବର୍ତ୍ତନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ପଶ୍ଚିମବଙ୍ଗର ସିଙ୍ଗୁରଠାରେ ଟାଟା ଗ୍ରୁପ୍‌ ପକ୍ଷରୁ ନାନୋ କାର୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତତ୍କାଳୀନ ବାମପନ୍ଥୀ ସରକାରଙ୍କ ସହ ଚୁକ୍ତି ହୋଇଥିଲା। କିନ୍ତୁ ସେତେବେଳେ ବିରୋଧୀ ଦଳରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହାକୁ ବିରୋଧ କରିଥିଲା। ଫଳରେ କମ୍ପାନୀ ନାନୋ ପ୍ରକଳ୍ପକୁ ପଶ୍ଚିମବଙ୍ଗରୁ ଗୁଜରାଟକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା। ଏହା ପରେ ଟାଟା ଗ୍ରୁପ୍‌ ଆଉ ପଶ୍ଚିମବଙ୍ଗରେ ନିବେଶ ନ କରିବାକୁ ବଦ୍ଧ ପରିକର ହୋଇଥିଲା। ତେବେ ଟାଟା ସ୍ପଞ୍ଜର କର୍ପୋରେଟ ଅଫିସ ସ୍ଥାନାନ୍ତର ନିଷ୍ପତ୍ତିରୁ ଟାଟା ଗ୍ରୁପ୍‌ର ମତ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ସଙ୍କେତ ମିଳୁଛି। ମାର୍ଚ୍ଚ ୩୧,୨୦୧୮ ସୁଦ୍ଧା ଟାଟା ଗ୍ରୁପ୍‌ର ମୋଟ ରାଜସ୍ବ ପରିମାଣ ୧୧୦ ବିଲିୟନ ଡଲାର ହୋଇଥିବା ବେଳେ ଏହା ସୁଯୋଗ ପାଇଲେ ପଶ୍ଚିମବଙ୍ଗରେ ନିବେଶ କରିବାକୁ ପଛାଇବ ନାହିଁ ବୋଲି ସ୍ପଷ୍ଟ କରିଥିଲା। ଟାଟା ସନ୍ସ ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ଗତବର୍ଷ ଜୁଲାଇରେ କହିଥିଲେ ଯେ, ଟାଟା ଗ୍ରୁପ୍‌ ପଶ୍ଚିମବଙ୍ଗ ପାଇଁ ପ୍ରତିଶ୍ରୁତିବଦ୍ଧ। ତେବେ ଏହା ସୁଯୋଗକୁ ଅପେକ୍ଷା କରିଛି। ଟିସିଏସ୍‌ର ଏକ ବଡ଼ କ୍ୟାମ୍ପସ ପଶ୍ଚିମବଙ୍ଗରେ ରହିଛି ଓ ସେଠାରେ ୨୦ ହଜାର କର୍ମଚାରୀ କାର୍ଯ୍ୟରତ। ଏହାଛଡ଼ା ଷ୍ଟାରବକ୍ସ ଏବଂ ଟିଜିବିଏଲ୍‌ ମଧ୍ୟ ସେଠାରେ ନିଜର ବ୍ୟବସାୟ କରୁଛି। ସୁଯୋଗ ପାଇବା ମାତ୍ରେ ପଶ୍ଚିମବଙ୍ଗରେ ଗ୍ରୁପ୍‌ ନିବେଶ କରିବ ବୋଲି ସେ ଦୋହରାଇଥିଲେ। ତେବେ ସିଙ୍ଗୁର ବିବାଦ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନରେ ସେଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବେଙ୍ଗଲ ଗ୍ଲୋବାଲ୍‌ ସମ୍ମିଟରେ ଟାଟା ଗ୍ରୁପ୍‌ ଯୋଗ ଦେଉ ନ ଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଟାଟା ସ୍ପଞ୍ଜର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଗୁରୁବାର ବୈଠକରେ ବସି କର୍ପୋରେଟ ଅଫିସ କୋଲକାତାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି। ଯୋଡାରେ କାରଖାନା ଚାଲିବା ପାଇଁ କେବଳ ଏକ ଅଫିସ ରହିବ। ଏହାଛଡ଼ା ଟାଟା ସ୍ପଞ୍ଜ ଆଇରନ ଲିମିଟେଡକୁ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟ ଲିମିଟେଡ ଭାବେ ନାମିତ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ନିୟାମକ ଓ ଶେୟାରଧାରୀଙ୍କ ଠାରୁ ଏଥିପାଇଁ ଅନୁମତି ନେବାକୁ ପଡିବ। ସେଠାରେ ମଧ୍ୟ କମ୍ପାନୀର କାରଖାନା ରହିଛି। କାରଖାନାର ବାର୍ଷିକ ସ୍ପଞ୍ଜ ଆଇରନ ଉତ୍ପାଦନ କ୍ଷମତା ୩ ଲକ୍ଷ ୯୦ ହଜାର ଟନ ରହିଥିବା ବେଳେ ୨୬ ମେଗାଓ୍ବାଟ ଓ୍ବେଷ୍ଟ ହିଟ୍‌ ରିକଭରୀ ପାଓ୍ବାର ପ୍ଲାଣ୍ଟ ରହିଛି। ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟାଟା ସ୍ପଞ୍ଜର ୧,୦୪୯.୭୦ କୋଟି ଟଙ୍କାର ରାଜସ୍ବ ଆୟ ହୋଇଛି। ଟାଟା ଷ୍ଟିଲ୍‌ ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ ଅଫ୍‌ ଓଡ଼ିଶା ଲିମିଟେଡ(ଇପିକଲ) ସହ ଯୌଥ ଉଦ୍ୟୋଗରେ ଏହି କମ୍ପାନୀ ୧୯୮୨ରେ ପ୍ରତିଷ୍ଠା ହୋଇଥିଲା। ଏହାପରେ ୧୯୯୧ରେ ଟାଟା ଷ୍ଟିଲ୍‌ ଇପିକଲ୍‌ର ସମସ୍ତ ଅଂଶଧନକୁ କିଣି ନେବା ପରେ ଟାଟା ସ୍ପଞ୍ଜ ସମ୍ପୂର୍ଣ୍ଣ ଭାବେ ଟାଟା ଷ୍ଟିଲ୍‌ର ଏକ ସହଯୋଗୀ କମ୍ପାନୀ ହୋଇଥିଲା। ଚଳିତ ବର୍ଷ ଆରମ୍ଭରେ କମ୍ପାନୀ ନିଜ କୌଶଳରେ ପରିବର୍ତ୍ତନ ଆଣି ଓଡ଼ିଶା ବାହାରେ ନିଜର ପାଦ ଥାପିବାକୁ ନିଷ୍ପତ୍ତି ନେଇ ଉଷା ମାର୍ଟିନ ଲିମିଟେଡର ଷ୍ଟିଲ୍‌ ଡିଭିଜନକୁ କିଣିଥିଲା। ଟାଟା ଷ୍ଟିଲ୍‌ଠାରୁ ଆର୍ଥିକ ସହାୟତା ନେଇ କମ୍ପାନୀ ଉଷା ମାର୍ଟିନର ଜାମସେଦପୁର ୟୁନିଟ, ଗୋଟିଏ ଲୁହା କ୍ଷଣି, କୋଇଲା ଖଣି ଓ ଗୋଟିଏ କ୍ୟାପଟିଭ ପାଓ୍ବାର ପ୍ଲାଣ୍ଟ ଓ କିଛି ଜମିକୁ ୪୦୯୦ କୋଟି ଟଙ୍କାରେ କିଣି ନେଇଥିଲା। କୋଲକାତାକୁ କର୍ପୋରେଟ କର୍ପୋରେଟ ଅଫିସ ସ୍ଥାନାନ୍ତର ସମ୍ପର୍କରେ ପ୍ରଶ୍ନ ହେବାରୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କମ୍ପାନୀ କେବଳ ଓଡ଼ିଶା ଓ ସ୍ପଞ୍ଜ ଆଇରନ ମଧ୍ୟରେ ସୀମିତ ନ ରହି ନିଜକୁ ଏକ ବଡ଼ ଖେଳାଳି ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛି। ଟାଟା ସ୍ପଞ୍ଜର ସମସ୍ତ ମ୍ୟାନେଜମେଣ୍ଟ କଲିକାତାରୁ ନିଜର କାର୍ଯ୍ୟ ପରିଚାଳନା କରିବେ। ସୂଚନାଥାଉ କି, ଟାଟା ଗ୍ରୁପ୍‌ର ତିନୋଟି ତାଲିକାଭୁକ୍ତ କମ୍ପାନୀ ଟାଟା ଗ୍ଲୋବାଲ  ବ୍ରେଭରେଜେସ ଲିମିଟେଡ(ପୂର୍ବରୁ ଟାଟା ଟି), ଟାଟା ଷ୍ଟିଲ୍‌ର ଦୁଇଟି ସହଯୋଗୀ କମ୍ପାନୀ ଟାଟା ମେଟାଲିକ୍ସ ଏବଂ ଟାଟା ଟିନପ୍ଲେଟ ପଶ୍ଚିମବଙ୍ଗରେ କାର୍ଯ୍ୟରତ ରହିଛି। ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ମନ ପରିବର୍ତ୍ତନ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ପାଇଁ ଆଣିଛି ଖୁସିର ଖବର। କାରଣ ଦେଶରେ ଏବେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ପଶ୍ଚିମବଙ୍ଗରେ ଟାଟା ଗ୍ରୁପ୍‌ର ଆଉ ଏକ କମ୍ପାନୀ କର୍ପୋରେଟ ଅଫିସ ଚାଲିଯିବା ତାଙ୍କର ନିବେଶ ନୀତି ପାଇଁ ସକାରାମତ୍କ ହେବ। ପଶ୍ଚିମବଙ୍ଗ ନିବେଶ ପାଇଁ ଏକ ଉତ୍କୃଷ୍ଟ ରାଜ୍ୟ ଏହା ସେ ପ୍ରମାଣିତ କରିପାରିବେ।

ତେବେ ଓଡ଼ିଶାରୁ ଟାଟା ସ୍ପଞ୍ଜର କର୍ପୋରେଟ ଅଫିସ ଚାଲିଯିବା ରାଜ୍ୟ ପାଇଁ ଏକ ଶକ୍ତ ଝଟକା ସଦୃଶ। କେଉଁ କାରଣରୁ ଏହା ଓଡ଼ିଶା ଛାଡିଲା ତାହା ରାଜ୍ୟବାସୀ ଜାଣିବା ଆବଶ୍ୟକ। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହୋଇଛି କି ନା ଜଣାପଡିନାହିଁ। ତେବେ ଏନେଇ ଟାଟା କମ୍ପାନୀର ଓଡ଼ିଶା ମୁଖ୍ୟ ସୌମିତ୍ର ପଟ୍ଟନାୟକଙ୍କୁ ପଚରାଯିବାରୁ ସେଭଳି କିଛି ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ଟାଟା ସ୍ପଞ୍ଜ ଏକ ସ୍ବତନ୍ତ୍ର ସଂସ୍ଥା ହୋଇଥିବାରୁ ତାହାର ତଥ୍ୟ କାରଖାନା କର୍ତ୍ତୃପକ୍ଷ ଦେଇପାରିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ  ବୋର୍ଡ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri