କୋର୍ଟରେ ୧୦ କୋଟିର କ୍ଷତିପୂରଣ ମାମଲା

ଢେଙ୍କାନାଳ ଅଫିସ, ୨।୩: ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ନବଜାତ ଶିଶୁକନ୍ୟାର ହାର୍ଟରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ମହାବୀର ବଜାରରେ ରହୁଥିବା ସାର୍ଥକ ପଟ୍ଟନାୟକ ଏବଂ ତାଙ୍କ ସ୍ତ୍ରୀ ଶୁଚିସ୍ମିତା। ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ପଟ୍ଟନାୟକ ଦମ୍ପତି। ଏଥିସହ ତାଙ୍କ ବିରୋଧରେ କୋର୍ଟରେ ୧୦ କୋଟି ଟଙ୍କାର ଡ୍ୟାମେଜ୍‌ ସୁଟ୍‌ (କ୍ଷତିପୂରଣ) ମାମଲା ରୁଜୁ କରିଛନ୍ତି।
ସାର୍ଥକ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ସ୍ତ୍ରୀ ଗର୍ଭବତୀ ହେବା ପରେ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ପ୍ରଶାନ୍ତ ସାମଲଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ୩ମାସ, ୭ ମାସ, ୫ମାସ, ୯ମାସରେ ଅଲ୍‌ଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ଜୟଗୋପାଳସାହିସ୍ଥିତ କଲ୍ୟାଣୀ ପଲ୍ଲି କ୍ଲିନିକରେ ଗତ ଡିସେମ୍ବର ୯ରେ କନ୍ୟା ସନ୍ତାନ ପ୍ରସବ ହୋଇଥିଲା। ଶିଶୁ ମାସକର ହେବାପରେ ଶରୀର ହଠାତ୍‌ ଅସୁସ୍ଥ ହେବାରେ ଲାଗିଲା। ସେମାନେ ୨୦୨୦ ଜାନୁୟାରୀ ୧୮ରେ ପ୍ରଥମେ କଟକ ଏବଂ ପରେ ହାଇଦ୍ରାବାଦରେ ଶିଶୁଟିର ଚିକିତ୍ସା କରାଇଥିଲେ। ଏହି ସମୟରେ ଛୁଆର ବାମପାର୍ଶ୍ୱ ହାର୍ଟରେ ସମସ୍ୟା ଥିବା ଜଣାପଡ଼ିଥିଲା। ୨୦୨୦ ଜାନୁୟାରୀ ୨୩ରେ ଉଭୟେ ଶିଶୁକୁ କୋଲକାତାରେ ପରୀକ୍ଷା କରାଇଥିଲେ। ହେଲେ ଏପରି ଜଟିଳ ରୋଗର କୌଣସି ଚିକିତ୍ସା ନ ଥିବା ଡାକ୍ତରମାନେ କହିଛନ୍ତି। ୪ଥର ଅଲ୍‌ଟ୍ରାସାଉଣ୍ଡ ସତ୍ତ୍ୱେ ରୋଗ ବିଷୟରେ ଡାକ୍ତର ଜାଣି ନ ପାରିବା ନେଇ ପ୍ରଶ୍ନ ଉଠାଇଛନ୍ତି ସାର୍ଥକ। ଏଥିସହ ଡାକ୍ତର ତାଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଡାକ୍ତର ସାମଲଙ୍କ ବିରୋଧରେ ଆଇନଜୀବୀ ଦେବାଶିଷ ପଟ୍ଟନାୟକଙ୍କ ଜରିଆରେ ଏକ ଡ୍ୟାମେଜ୍‌ ସୁଟ୍‌ (ନଂ. ସିଏସ୍‌ ୧୪୯/୨୦, ତା. ୨୮ା୨ା୨୦ରିଖ)ରେ ଆବେଦନ କରିଛନ୍ତି ା
ଏ ନେଇ ଡା. ସାମଲ କୁହନ୍ତି, ସମ୍ପୃକ୍ତ ଦମ୍ପତିଙ୍କ ୭ବର୍ଷ ହେଲା ସନ୍ତାନ ହେଉ ନ ଥିଲା। ସେମାନେ ଆସି ଚିକିତ୍ସା କରିବା ପରେ ଭଲରେ ଡେଲିଭେରି ହୋଇଥିଲା। ଶିଶୁ ରୋଗ ବିଶେଷଜ୍ଞ ଛୁଆ ଭଲ ଥିବା କହିଥିଲେ। ଶିଶୁ ଜନ୍ମ ହେବାର ମାସକ ପରେ ହାର୍ଟ ଡିଜିଜ୍‌ ଥିବା ସୂଚନା ମିଳିଥିଲା। ସାର୍ଥକ ଏବଂ ତାଙ୍କ ସ୍ତ୍ରୀ ଯୋଗାଯୋଗ କରିଥିଲେ। ଯେହେତୁ ଏହି ରୋଗର ଚିକିତ୍ସା ସୁବିଧା ଓଡ଼ିଶାରେ ନାହିଁ, ତେଣୁ ସେମାନଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri