କୋରିଓଗ୍ରାଫର୍‌ ରେମୋ ଡି. ସୌଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି କରାଯାଇଛି। ୫ କୋଟି ଟଙ୍କା ହଡପ ଅଭିଯୋଗରେ ଗାଜିଆବାଦର ଜିଲା ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୋରଟି ଗ୍ରାମର ସତ୍ୟେନ୍ଦ୍ର ତ୍ୟାଗି ନାମକ ଜଣେ ବ୍ୟକ୍ତି ୨୦୧୬ରେ ସିହାନୀ ଥାନାରେ ରେମୋଙ୍କ ନାଁରେ ଟଙ୍କା ହଡପ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ଏକ ବଡ ଫିଲ୍ମ ନିର୍ମାଣ କରିବା କହି ରେମୋ ତାଙ୍କଠାରୁ ୫ କୋଟି ନେଇ ଏକ ବର୍ଷ ଭିତରେ ୧୦ କୋଟି ଫେରେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୧୪ରେ ରିଲିଜ୍‌ ହୋଇଥିବା ଅମର ମଷ୍ଟ ଡାଏ ଫିଲ୍ମରେ ଏହି ଟଙ୍କା ଲାଗିଥିଲା। କିନ୍ତୁ ପରେ ଟଙ୍କା ମାଗିବାରୁ ତାଙ୍କୁ ଧମକ ଦିଆଯାଇଥିଲା ବୋଲି ସତ୍ୟେନ୍ଦ୍ର କହିଛନ୍ତି। ଖୁବ୍‌ଶୀଘ୍ର ଗାଜିଆବାଦ ପୋଲିସର ଏକ ଟିମ୍‌ ତାଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

୧୨ ବର୍ଷ ପରେ ‘ବାଳିକା ବଧୂ’ର ଆନନ୍ଦୀ ଦେଖାଯାଉଛନ୍ତି ଏପରି: ଚିହ୍ନିବା ହେବ କଷ୍ଟକର

‘ବାଳିକା ବଧୂ’ ଧାରାବାହିକର ଖ୍ୟାତନାମା ଅଭିନେତ୍ରୀ ଅଭିକା ଗର ଆନନ୍ଦୀ ଭାବରେ ବେଶ୍‌ ଜଣାଶୁଣା। ଏହି ସିରିଏଲ ତାଙ୍କୁ ପ୍ରତ୍ୟେକ ଘରେ ଆନନ୍ଦୀ ନାମରେ ପରିଚିତ...

ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌...

‘୮୩’ ରିଲିଜ୍‌ ହେବା ପୂର୍ବରୁ ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏବେ ରିଲିଜ୍‌ ଅପେକ୍ଷାରେ। ୧୯୮୩ରେ ଭାରତ କ୍ରିକେଟ ଓ୍ବାର୍ଲଡ କପ୍‌ ଜିତି ଇତିହାସ ସୃଷ୍ଟି...

ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା...

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ...

Coronavirus Update


Archives

Model This Week

Why Dharitri