Posted inଜାତୀୟ

କୋମାରେ ଅଜିତ୍‌ ଯୋଗୀ: ଜାରି ରହିଛି ମ୍ୟୁଜିକ ଥେରାପି

ରାୟପୁର,୧୨।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ଦୀର୍ଘ ୭୦ ଘଣ୍ଟା ଧରି କୋମାରେ ରହିଛନ୍ତି। ରାୟପୁରସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ବ୍ରେନ୍‌କୁ ଆକ୍ଟିଭ୍‌ କରିବା ପାଇଁ ମ୍ୟୁଜିକ୍‌ ଥେରାପିର ସାହାରା ନିଆଯାଉଛି। ମଙ୍ଗଳବାର ବିଶ୍ୱ ନର୍ସିଂ ଦିବସ ଅବସରରେ ତାଙ୍କ ପାଇଁ ହସ୍ପିଟାଲର ନର୍ସମାନେ ପ୍ରାର୍ଥନା କରିଛନ୍ତି। ପୂର୍ବାହ୍ନ ୧୦ରେ ହସ୍ପିଟାଲ ପକ୍ଷରୁ ଅଜିତ୍‌ଙ୍କ ହେଲଥ୍‌ ବୁଲେଟିନ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଅଜିତ୍‌ଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ହାର୍ଟ ବିଟ୍‌, ୟୁରିନ୍‌ ଆଉଟ୍‌ପୁଟ୍‌ ଏବଂ ରକ୍ତଚାପକୁ ନିୟନ୍ତ୍ରିତ କରାଯାଇଛି। ତେବେ ନ୍ୟୁରୋଲୋଜିକାଲ୍‌ ସ୍ଥିତି ସ୍ବାଭାବିକ ହୋଇ ପାରିନାହିଁ। ଡାକ୍ତରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଥିବା ବୁଲେଟିନ୍‌ରେ କୁହାଯାଇଛି। ଇତିମଧ୍ୟରେ ରାଜ୍ୟପାଳ ଅନୁସୂୟା ୟୁଇକେ ଯୋଗୀଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଜିତ୍‌ଙ୍କ ପୁଅ ଅମିତ ଯୋଗୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଉତ୍ତରପୂର୍ବ ରାଜ୍ୟରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ: ଥାଳି ବଜାଇ ଘଉଡ଼ାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ଆତଙ୍କ ସୃଷ୍ଟି...

ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ

ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ...

ଫିଲ୍ମ‘ପୁଷ୍ପା’ର ମିମ୍‌ସ ଶେୟାର କଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍‌ସ...

କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...

ଗେହଲଟଙ୍କୁ ହଟାଇବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର,୬ା୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ବିଧାୟକ ପୃଥ୍ବୀରାଜ ମୀନା ଦାବି କରିଛନ୍ତି। ସାଧାରଣ ନିର୍ବାଚନରେ...

‘ମସ୍‌ଜିଦ୍‌ ଭଙ୍ଗା ମ୍ୟାଜିକ୍‌ ଥିଲା କି’

ହାଇଦ୍ରାବାଦ,୧ା୧୦: ବାବ୍ରି ମସ୍‌ଜିଦ ଧ୍ୱଂସ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମସ୍‌ଜିଦ ଭଙ୍ଗା ଘଟଣା ଯୋଜନାବଦ୍ଧ ନ ଥିଲା,...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

ଆତଙ୍କବାଦ ଦମନ ପାଇଁ ସବୁ ଦେଶକୁ ଆଗେଇ ଆସିବାକୁ ପଡିବ

ଓସାକା, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ...

Advertisement
Archives

Model This Week