Posted inଖେଳ

କୋଭିଡ-୧୯: ହରଭଜନ, ସ୍ତ୍ରୀ ଗୀତା ୫,୦୦୦ ପରିବାରଙ୍କୁ ଖୁଆଇବେ

ନୂଆଦିଲ୍ଳୀ, ୬।୪(ପି.ଟି.)- ଭାରତୀୟ ପୂର୍ବତନ ଅଫ୍‌- ସ୍ପିନର ହରଭଜନ ସିଂ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବାସ୍ରା ତାଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ ୫,୦୦୦ ପରିବାରକୁ ଖୁଆଇବେ ବୋଲି କଥା ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବା ବେଳେ ଏହା ଦ୍ୱାରା ପ୍ରଭାବିତ ପରିବାରଙ୍କୁ ଖାଦ୍ୟ ଦେବାର ଆବଶ୍ୟକତା ଅଛି ବୋଲି ସେ ହୃଦୟଙ୍ଗମ କରିଛନ୍ତି। କେବଳ ଭାରତରେ ଏହି ଭାଇରସ୍‌ ଦ୍ୱାରା ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ଓ ୭୦ ଜଣ ମୃତ୍ୟୁବରଣ କରିଛନ୍ତି। ଜଳନ୍ଧରରେ ରହୁଥିବା ୫,୦୦୦ ପରିବାରକୁ ଆମେ ରାଶନ ଦେବୁ। ଏହି କଷ୍ଟକର ସମୟରେ ଯେଉଁମାନେ ସେମାନଙ୍କ ପରିବାରକୁ ଖୁଆଇବା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କୁ ଆମେ ସାହାଯ୍ୟ କରିବୁ । ଆମେ ଏହି ପରିବାରଗୁଡିକୁ ସାହାଯ୍ୟ ଓ ସମର୍ଥନ ଜାରି ରଖିବୁ ଓ ସେମାନଙ୍କ ବୋଝ କମ୍‌ କରିବାକୁ ପ୍ରୟାସ କରିବୁ ବୋଲି ହରଭଜନ କହିଛନ୍ତି। ମୁମ୍ବାଇରେ ରହି ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ମୋର ନିକଟତମ ବନ୍ଧୁ ୫୦୦ଟି ପରିବାରକୁ ଶୁଖଲା ରାଶନ ପ୍ରଦାନ କରିଛନ୍ତି। ପଞ୍ଜାବ ପୋଲିସ୍‌ର ଡିସିଙ୍କ ସହିତ ଫୋନ୍‌ରେ ଆଲୋଚନା କରିଛି ଓ ତାଙ୍କ କହିବା ଅନୁଯାୟୀ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଯେପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ୍‌ ନ ହୋଇଛି, ସେ ପର୍ଯ୍ୟନ୍ତ ଗୃହହୀନ ଓ ବେରୋଜଗାର ଲୋକଙ୍କୁ ଖାଦ୍ୟ ଯୋଗାଇବେ ବୋଲି ୩୯ ବର୍ଷୀୟ ହରଭଜନ କହିଛନ୍ତି। ୫ କେ.ଜି. ଚାଉଳ, ଅଟା, ତେଲ ଓ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ବଣ୍ଟନ କରାଯିବ। ପଞ୍ଜାବ ପୋଲିସ୍‌ ଓ ପିଲା ବେଳର ବନ୍ଧୁମାନଙ୍କ ଦ୍ୱାରା ଏହା ସମ୍ଭବ ହେବ। ତେବେ ବହୁତ କାର୍ଯ୍ୟ ବାକି ରହିଛି ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri