Posted inଖେଳ

କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା

ବ୍ୟୁନସ୍‌ ଆୟର୍ସ,୯।୫ (ଏଏଫ୍‌ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ ସହାୟତା ପାଇଁ ମରାଡୋନାଙ୍କ ଅଟୋଗ୍ରାଫ୍‌ ସମ୍ବଳିତ ଜର୍ସିକୁ ଏକ ଲଟେରୀ ଦ୍ୱାରା ବିକ୍ରି କରାଯିବ। ଏଥିରୁ ଉପାର୍ଜିତ ହେବାକୁ ଥିବା ଅର୍ଥକୁ ଏହି ଗରିବ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ। କରୋନା ଭାଇରସ କାରଣରୁ ଦେଶରେ ଚାଲିଥିବା ଲକ୍‌ ଡାଉନ୍‌ ଓ କ୍ୱାରାଣ୍ଟାଇନ୍‌ ନିୟମ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଲୋକମାନେ ଏଥିରୁ ଉପକୃତ ହେବେ। ୧୯୮୬ ଫିଫା ବିଶ୍ୱକପ୍‌ରେ ମାରାଡୋନ ଐତିହାସିକ ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ଚାମ୍ପିୟନ କରାଇଥିଲେ। ଏହି ବିଶ୍ୱକପ୍‌ରେ ସେ ପିନ୍ଧିଥିବା ଏକ ଜର୍ସିର ପ୍ରତିକୃତି ବା ରେପ୍ଳିକାରେ ଅଟୋଗ୍ରାଫ୍‌ ଦେଇଛନ୍ତି।
ପ୍ରଥମେ ଏହି ଜର୍ସିକୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପୂର୍ବରୁ ଯେଉଁମାନେ ବହୁ ପରିମାଣରେ ଅର୍ଥ ଦାନ କରିଛନ୍ତି ସେମାନଙ୍କ ପାଇଁ ଏହି ଜର୍ସିକୁ ଲଟେରି ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ବହୁ ପରିମାଣର ଅର୍ଥ ସଂଗ୍ରହ କରାଯାଇପାରିବ। ମାରାଡୋନା ଆମ ପାଇଁ କ’ଣ କରିଛନ୍ତି ସେ ନିଜେ ବି ଚିନ୍ତା କରିପାରିବେ ନାହିଁ। ଏହି ଜର୍ସି ଆମ ପାଇଁ ଅମୂଲ୍ୟ। ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କଠାରେ ରୁଣୀ ରହିବି ବୋଲି ସ୍ଥାନୀୟ ନାଗରିକ ମାର୍ଟା ଗୁଟିଏରେଭ କହିଛନ୍ତି। ଏହି ମହାମାରୀ କାରଣରୁ ଆର୍ଜେଣ୍ଟିନା ଅର୍ଥନୀତି ବହୁତ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାନିଆ ମିର୍ଜାଙ୍କ ଭଉଣୀ ବିବାହରେ ଯୋଗଦେଲେନି ସୋଏବ ମଲିକ୍‌: ଜାଣନ୍ତୁ କାହିଁକି

ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ସେ...

ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା; ଆହତ ହେଲେ ଏହି ଖେଳାଳି

ଦୁବାଇ, ୨୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ: ପଏଣ୍ଟ ଭାଗ କଲେ ପାକିସ୍ତାନ, ଶ୍ରୀଲଙ୍କା

ବ୍ରିଷ୍ଟଲ,୮।୬(ପି.ଟି.)- ସ୍ଥାନୀୟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ର ୧୧ତମ ମ୍ୟାଚ୍‌ ପ୍ରବଳ ବର୍ଷା ଯୋଗୁ ବାତିଲ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ...

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ...

ପୂର୍ବ କ୍ରିକେଟରଙ୍କ ବିବାଦୀୟ ବୟାନ: ଆମ ପାଖରେ ପରମାଣୁ ବୋମା ଅଛି ଭାରତକୁ ଧ୍ୱଂସ କରିଦେବୁ

ଶ୍ରୀନଗର, ୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ବିବାଦୀୟ...

ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍‌

ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ...

ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍‌

ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ...

କୋହଲିଙ୍କ ଶତକ, ଇନିଂସ ବିଜୟ ଦ୍ୱାରରେ ଭାରତ

କୋଲ୍‌କାତା, ୨୪।୧୧- ପିଙ୍କ୍‌ ବଲ୍‌ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି। ସ୍ଥାନୀୟ ଇଡେନ୍‌ ଗାର୍ଡେନ୍ସରେ...

Coronavirus Update


Archives

Model This Week

Why Dharitri