କୋଭିଡ ସଂଗ୍ରାମରେ ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଧରି ସାରା ଦୁନିଆ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି। ବଡ଼ ବଡ଼ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ-୧୯ ଆତଙ୍କ ସୃଷ୍ଟି କରିଥିଲା। ସେହି ଏକା ସମୟରେ ଓଡ଼ିଶା କରୋନା ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲା। କୋଭିଡ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ସରକାରଙ୍କ ପ୍ରାଥମିକତା ଥିଲା। ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ଆମେ ଯାହାବି କିଛି ପଦକ୍ଷେପ ଗ୍ରହଣ କରିଥିଲୁ ତାହାର ଏକମାତ୍ର ଲକ୍ଷ୍ୟ ଥିଲା ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନ ରକ୍ଷା। ଏବେ ଏହାକୁ ଦୁଇମାସରୁ ଅଧିକ ସମୟ ବିତିଲାଣି। କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି। କୋଭିଡରେ ରାଜ୍ୟରେ ମୃତ୍ୟୁହାର ସବୁଠାରୁ କମ୍‌। କରୋନାରେ ପୀଡ଼ିତ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯ ମୁକାବିଲା: ୧୫ ଦିନରେ ଖୋଲିବ ୨ ସ୍ବତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲ ସହାୟତାରେ...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା...

ଭୋଟ ବ୍ୟବଧାନ ବଜାୟ ରଖିବା ଲାଗି କସରତ

ଚଣ୍ଡିଖୋଲ,୧୧ା୨(ଡି.ଏନ.ଏ.): ବଡ଼ଚଣା ନିର୍ବାଚନମଣ୍ଡଳୀର ୧୮ ନଂ. ଜୋନ ଜିଲା ପରିଷଦ ଆସନ ଚଳିତ ଥର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ...

ମହାପ୍ରଭୁଙ୍କ କରୁଣାରୁ କରୋନା ସଙ୍କଟ ଦୂର ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ” ପବିତ୍ର...

ଯୌତୁକ ନିଆଁରେ ଜଳିଗଲେ ମହିଳା

ରାଜନଗର,୧୦।୩: ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ବାଘମାରୀ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବୈଶାଖୀ ପାଳ।...

ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ...

ହଜାରେ ବର୍ଷରେ ଥରେ ବାଦୁଡିଠାରୁ ମଣିଷକୁ ବ୍ୟାପୁଛି କରୋନା !

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଏକ ସୂଚନା ଅନୁଯାୟୀ, ଚାଇନାରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି କୋଭିଡ-୧୯ ମହାମାରୀର ମୂଳ କୁହାଯାଉଥିବା କରୋନା...

ପୂର୍ବଠାରୁ ଅଧିକ ସତର୍କତା ଜରୁରୀ, ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ପୂର୍ବଠାରୁ ଅଧିକ ସତର୍କତା ଜରୁରୀ। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week