କୋଭିଡ ପରିଚାଳନା କାର୍ଯ୍ୟକ୍ରମର ସମୀକ୍ଷା

ବଲାଙ୍ଗୀର ଅଫିସ, ୫ା୬-ବଲାଙ୍ଗୀର ଜିଲା କୋଭିଡ-୧୯ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବିଭିନ୍ନ ବ୍ଳକର କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କରିବା ସହ କୋଭିଡ ପରିଚାଳନା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଜିଲାରେ ଚାଲିଥିବା ଶ୍ରମଭିତ୍ତିିକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ା ଜିଲା ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ଅରିନ୍ଦମ ଡାକୁଆ, ଡିଆରଡିଏ ପିଡି ଡ ମହେଶ୍ୱର ସ୍ବାଇଁ, ପ୍ରବୋସନର ଆଇଏଏସ୍‌ ମନୋଜ ମହାନନ୍ଦ, ସିଡିଏମ୍‌ଓ ଡା ନାରାୟଣ ଥନାପତି ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ା ଜିଲାର କୋଭିଡ ହସ୍ପିଟାଲ, କରୋନା ସ୍ବାସ୍ଥ୍ୟକେନ୍ଦ୍ର, କରୋନା ସ୍ବାସ୍ଥ୍ୟ ସୁରକ୍ଷା କେନ୍ଦ୍ର, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ସବିଶେଷ ତଥ୍ୟ ସମୀକ୍ଷା କରିଥିଲେ। ସଙ୍ଗରୋଧ କେନ୍ଦ୍ରଗୁଡିକରୁ ଏବଂ କଣ୍ଟ୍ରାକ୍ଟ ଟ୍ରେସିଂରୁ ସଂଗୃହୀତ ସ୍ବାବ୍‌ ପରୀକ୍ଷା ପରିଚାଳନା ଉପରେ ଆଲୋଚନା କରିଥିଲେ ା ଜିଲାରେ କରୋନା ସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ଜୀବନ ଓ ଜୀବିକା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିୟୁକ୍ତି ଯୋଜନାରେ ଲୋକଙ୍କୁ କାମ ଯୋଗାଇବା ଓ ଠିକ୍‌ ସମୟରେ ପ୍ରାପ୍ୟ ଯୋଗାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri