କୋଭିଡ୍‌-୧୯ ମୁକାବିଲା: ଓଡ଼ିଶା ଆଗରେ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ନେଇ ଦୁଇପାଦ ଆଗକୁ ଯାଇଛନ୍ତିି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ୫ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୋଇଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ହସ୍ପିଟାଲଗୁଡିକୁ ଉଦ୍‌ଘାଟନ କରିଛନ୍ତିି। ଏହି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ଅନୁଗୋଳରେ ନିର୍ମାଣ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ସମ୍‌ ହସ୍ପିଟାଲ ଓ ଏମ୍‌ସିଏଲ ସହାୟତାରେ ପରିଚାଳନା କରାଯିବ। ସେହିପରି ବରଗଡରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌କୁ ଆଇଓସିଏଲ୍‌ ସହାୟତାରେ ବିକାଶ ମଲ୍‌ଟିସ୍ପେଶିଆଲ ହସ୍ପିଟାଲ ପରିଚାଳନା କରିବ। ସୁନ୍ଦରଗଡରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ସୁନ୍ଦରଗଡ ଜିଲା ପ୍ରଶାସନ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ) ଏବଂ ଏନ୍‌ଟିପିସି ସହାୟତାରେ ପରିଚାଳନା କରାଯିବ। ସେହିପରି ପାରାଦୀପରେ ନିର୍ମାଣ କରାଯାଇଥିବା ୭୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ଜିଲା ପ୍ରଶାସନ ପାରାଦୀପ ପୋର୍ଟ ଟ୍ରଷ୍ଟ ସହାୟତାରେ ପରିଚାଳନା କରିବ। ନବରଙ୍ଗପୁରରେ ପ୍ରସ୍ତୁତ କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଜିଲା ପ୍ରଶାସନ ନାଲ୍‌କୋ ଓ ଖ୍ରୀଷ୍ଟିୟାନ ହସ୍ପିଟାଲ ସହାୟତାରେ ପରିଚାଳନା କରିବ। ହସ୍ପିଟାଲ ଉଦ୍‌ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଉପରୋକ୍ତ ୫ ହସ୍ପିଟାଲରେ ୮୨୫ ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ରାଜ୍ୟର ୨୬ ଜିଲାରେ କୋଭିଡ୍‌ ହସ୍ପିଟାଲର ବେଡ୍‌ ସଂଖ୍ୟା ୫ ହଜାରରେ ପହଞ୍ଚିିଛି। କୋଭିଡ୍‌-୧୯ର ମୁକାବିଲା କରିବାକୁ ଉକ୍ତ ହସ୍ପିଟାଲଗୁଡିକ ରାଜ୍ୟର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିଛି। ସବୁ ଜିଲାରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ହେଉଛି ଏକ ଯୁଦ୍ଧ। ଏଥିରେ ଆମକୁ ବିଜୟୀ ହେବାକୁ ପଡିବ। ରେକର୍ଡ ସମୟରେ ଅର୍ଥାତ ୩୦ ଦିନରେ ଓଡିଶା ୫ ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବାରେ ସଫଳ ହୋଇପାରିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ସେମାନଙ୍କର ପରିବାର ସମେତ କେନ୍ଦ୍ରୀୟ ଉଦ୍ୟୋଗ ନାଲକୋ, ଏନ୍‌ଟିପିସି, ଆଇଓସିଏଲ୍‌ ଏବଂ ପିପିଟିକୁ ସହାୟତା ପାଇଁ ଧନ୍ୟବାଦ ଦେଇଛନ୍ତି। କୋଭିଡ୍‌ ମୁକାବିଲା କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ମହାମାରୀକୁ ରୋକିବାରେ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ଓଡିଶା ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ କେନ୍ଦ୍ର ମନ୍ତ୍ରୀ ଜୋଷୀ ମଧ୍ୟ ପ୍ରଶଂସା କରିଛନ୍ତି। ଓଡିଶା ଏବଂ ସମଗ୍ର ଦେଶ ଏହି ମହାମାରୀ କବଳରୁ ଶୀଘ୍ର ମୁକ୍ତି ଲାଭ କରିବ ବୋଲି ସେ କହିଛନ୍ତିି। କରୋନା ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏମ୍‌ସିଏଲ ଏବଂ ନାଲ୍‌କୋ କର୍ମଚାରୀମାନେ ୨.୫ କୋଟି ଟଙ୍କା ଦାନ କରିଛନ୍ତିି। ଏହି ଉଦ୍‌ଘାଟନରେ ମୁଖ୍ୟ ଶାସନ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ଉନ୍ନୟନ କମିଶନର ଧନ୍ୟବାଦ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?