କୋଭିଡ୍‌-୧୯ ମୁକାବିଲା: ଓଡ଼ିଶା ଆଗରେ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ନେଇ ଦୁଇପାଦ ଆଗକୁ ଯାଇଛନ୍ତିି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆଉ ୫ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୋଇଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ହସ୍ପିଟାଲଗୁଡିକୁ ଉଦ୍‌ଘାଟନ କରିଛନ୍ତିି। ଏହି ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ଅନୁଗୋଳରେ ନିର୍ମାଣ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ସମ୍‌ ହସ୍ପିଟାଲ ଓ ଏମ୍‌ସିଏଲ ସହାୟତାରେ ପରିଚାଳନା କରାଯିବ। ସେହିପରି ବରଗଡରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌କୁ ଆଇଓସିଏଲ୍‌ ସହାୟତାରେ ବିକାଶ ମଲ୍‌ଟିସ୍ପେଶିଆଲ ହସ୍ପିଟାଲ ପରିଚାଳନା କରିବ। ସୁନ୍ଦରଗଡରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ସୁନ୍ଦରଗଡ ଜିଲା ପ୍ରଶାସନ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ) ଏବଂ ଏନ୍‌ଟିପିସି ସହାୟତାରେ ପରିଚାଳନା କରାଯିବ। ସେହିପରି ପାରାଦୀପରେ ନିର୍ମାଣ କରାଯାଇଥିବା ୭୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ଜିଲା ପ୍ରଶାସନ ପାରାଦୀପ ପୋର୍ଟ ଟ୍ରଷ୍ଟ ସହାୟତାରେ ପରିଚାଳନା କରିବ। ନବରଙ୍ଗପୁରରେ ପ୍ରସ୍ତୁତ କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଜିଲା ପ୍ରଶାସନ ନାଲ୍‌କୋ ଓ ଖ୍ରୀଷ୍ଟିୟାନ ହସ୍ପିଟାଲ ସହାୟତାରେ ପରିଚାଳନା କରିବ। ହସ୍ପିଟାଲ ଉଦ୍‌ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଉପରୋକ୍ତ ୫ ହସ୍ପିଟାଲରେ ୮୨୫ ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ରାଜ୍ୟର ୨୬ ଜିଲାରେ କୋଭିଡ୍‌ ହସ୍ପିଟାଲର ବେଡ୍‌ ସଂଖ୍ୟା ୫ ହଜାରରେ ପହଞ୍ଚିିଛି। କୋଭିଡ୍‌-୧୯ର ମୁକାବିଲା କରିବାକୁ ଉକ୍ତ ହସ୍ପିଟାଲଗୁଡିକ ରାଜ୍ୟର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିଛି। ସବୁ ଜିଲାରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ହେଉଛି ଏକ ଯୁଦ୍ଧ। ଏଥିରେ ଆମକୁ ବିଜୟୀ ହେବାକୁ ପଡିବ। ରେକର୍ଡ ସମୟରେ ଅର୍ଥାତ ୩୦ ଦିନରେ ଓଡିଶା ୫ ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବାରେ ସଫଳ ହୋଇପାରିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ସେମାନଙ୍କର ପରିବାର ସମେତ କେନ୍ଦ୍ରୀୟ ଉଦ୍ୟୋଗ ନାଲକୋ, ଏନ୍‌ଟିପିସି, ଆଇଓସିଏଲ୍‌ ଏବଂ ପିପିଟିକୁ ସହାୟତା ପାଇଁ ଧନ୍ୟବାଦ ଦେଇଛନ୍ତି। କୋଭିଡ୍‌ ମୁକାବିଲା କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ମହାମାରୀକୁ ରୋକିବାରେ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ଓଡିଶା ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ କେନ୍ଦ୍ର ମନ୍ତ୍ରୀ ଜୋଷୀ ମଧ୍ୟ ପ୍ରଶଂସା କରିଛନ୍ତି। ଓଡିଶା ଏବଂ ସମଗ୍ର ଦେଶ ଏହି ମହାମାରୀ କବଳରୁ ଶୀଘ୍ର ମୁକ୍ତି ଲାଭ କରିବ ବୋଲି ସେ କହିଛନ୍ତିି। କରୋନା ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏମ୍‌ସିଏଲ ଏବଂ ନାଲ୍‌କୋ କର୍ମଚାରୀମାନେ ୨.୫ କୋଟି ଟଙ୍କା ଦାନ କରିଛନ୍ତିି। ଏହି ଉଦ୍‌ଘାଟନରେ ମୁଖ୍ୟ ଶାସନ ସଚିବ ସ୍ବାଗତ ଭାଷଣ ଦେଇଥିବା ବେଳେ ଉନ୍ନୟନ କମିଶନର ଧନ୍ୟବାଦ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri