କୋଭିଡ୍‌-୧୯ ପରୀକ୍ଷଣ: ରାଜଧାନୀର ୫ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଭୁବନେଶ୍ୱରର ୫ ସ୍କୁଲରେ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ଶହୀଦନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଶୁକ୍ରବାରଠାରୁ ଏସବୁ ସ୍ଥାନରେ ସ୍ବତନ୍ତ୍ର ମେଡିକାଲ୍‌ ଟିମ୍‌ ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି। ସଂଗୃହୀତ ନମୁନାକୁ ସ୍ବତନ୍ତ୍ର ଭାବେ ପ୍ୟାକ୍‌ କରାଯାଇ ପରୀକ୍ଷଣ କେନ୍ଦ୍ରକୁ ନିଆଯିବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ଏପରି ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହି ସମୟରେ ସମ୍ପୃକ୍ତ ସ୍କୁଲରେ ଦୁଇଜଣ ଶିକ୍ଷକ, ଜଣେ ଝାଡୁଦାର ଓ ଜଣେ ୱାଚ୍‌ ମ୍ୟାନ ଉପସ୍ଥିତ ରହିବାକୁ କୁହାଯାଇଛି। ଏନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ବର୍ଷ ପରେ ବି ନିୟମ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ

କଟକ ରୋଡ,୯ା୯(ଡି.ଏନ୍‌.ଏ.) : ଜନସାଧାରଣଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗ ଓ କମିଶନରେଟ ପୋଲିସ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି। ଏ ନେଇ ଦୈନନ୍ଦିନ ନିୟମ...

ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ...

ଆରମ୍ଭ ହେଲା ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ପଞ୍ଚମ ସଂସ୍କରଣ ସୋମବାର ସୂଚନା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ୩ଦିନ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦...

ଶୌଚ ପାଇଁ ଗ୍ରାହକ, ବ୍ୟବସାୟୀ ହଟହଟା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନାନା ଯୋଜନା କରାଯାଉଛି। କିନ୍ତୁ ରାଜଧାନୀବାସୀଙ୍କ ଦୈନନ୍ଦିନ ଆବଶ୍ୟକତା...

‘ସୁଶାନ୍ତ ସିଂଙ୍କ ସୁରକ୍ଷା ଦାୟିତ୍ୱ ବଢ଼ାଯାଉ’

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭାଜପା ନେତାମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨୦୧୮ ବିଜେପୁର...

ସ୍କୁଲ-କଲେଜକୁ ମିଳିବ ଜମି ପଟ୍ଟା

ଭୁବନେଶ୍ୱର,୪।୨(ବ୍ୟୁରୋ): ସ୍କୁଲ, କଲେଜଗୁଡ଼ିକୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ୫ ମଧ୍ୟରେ ଏଗୁଡ଼ିକୁ ପଟ୍ଟା ମିଳିବ।...

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ବଡ଼ଦାଣ୍ଡର ଉନ୍ନତୀକରଣ: ୮.୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ଗ୍ରାଣ୍ଡରୋଡ୍‌(ବଡ଼ଦାଣ୍ଡ)ର ଉନ୍ନୟନ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ...

Advertisement
Archives

Model This Week