‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେବା ସମୟରେ ଜନସାଧାରଣଙ୍କୁ କିଛି ନା କିଛି ନୂଆ ପରାମର୍ଶ ଦେଉଛନ୍ତି। ଏହିକ୍ରମରେ ଗୁରୁବାର ବାଗ୍‌ଚୀ ଗଣମାଧ୍ୟମକୁ କିଛି ପରାମର୍ଶ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ବୁଧବାର ଏକ ବୈଦ୍ୟୁତିକ ଗଣମାଧ୍ୟମ ମୋ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଥିଲେ। ଆଉ ଉକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୋଭିଡ-୧୯କୁ ଦିନିକିଆ କ୍ରିକେଟ ମ୍ୟାଚ୍‌ ନ ଭାବିବା ଉଚିତ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।
କ୍ରିକେଟ ମ୍ୟାଚ୍‌ରେ ଆମେ ‘ବଲ୍‌ ବାଏ ବଲ୍‌’ ବା ଗୋଟି ଗୋଟି ବଲ୍‌ର ହିସାବ ଜାଣିବାକୁ ଚାହିଁଥାଉ। କେଉଁ ବଲ୍‌ କେତେ ଗତିରେ ଆସିଲା, ବ୍ୟାଟ୍ସମ୍ୟାନ୍‌ ତାକୁ କିପରି ଖେଳିଲା, ପ୍ରତି ବଲ୍‌ର ଆମେ ସମୀକ୍ଷା କରୁ। ବ୍ୟାଟିଂ କରୁଥିବା ଖେଳାଳି କେବଳ ବ୍ୟାଟିଂ କରୁ ତାହା ଦେଖିଲେ ଆମର ମନ ଶାନ୍ତି ହୁଏନାହିଁ। ସେ ବାଉଣ୍ଡାରି ମାରିବା ଓ ଆଉଟ୍‌ ହେବା ସହ ଆକ୍ସନ ରିପ୍ଲେକୁ ମଧ୍ୟ ଆମେ ନିରିଖେଇ ଦେଖୁ। ସେଥିରେ ମଧ୍ୟ ମନ ଭରେ ନାହିଁ। ତା’ ପରେ ଆମେ ପୁଣି ସ୍ଲୋ ମୋଶନ୍‌ରେ ମଧ୍ୟ ଦେଖୁ। ରାଜ୍ୟରେ ଆଜି ୪୪ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୧୪ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ସହ ସିଲ୍‌ କରାଯାଇଛି। ପ୍ରତିଟି ପଜିଟିଭ୍‌ କେସ୍‌ର ବିବରଣୀ ଆମକୁ ଦରକାର, ଏହା ପରେ ପୁଣି ତା’ର ସମୀକ୍ଷା ଦରକାର, ଆକ୍ସନ ଏବଂ ରିପ୍ଲେ ସହ ସ୍ଲୋ ମୋଶନ ମଧ୍ୟ ଦରକାର। ଏହି ସଂଖ୍ୟା ଯେତେବେଳେ ୪ଶହରେ ପହଞ୍ଚତ୍ବ ସେତେବେଳେ ଆମେ କ’ଣ କରିବା ବୋଲି ବାଗ୍‌ଚୀ ପ୍ରଶ୍ନ କରିଛନ୍ତି। ଏହା କ୍ରିକେଟ ନୁହେଁ କୋଭିଡର ଖେଳ, ଆବେଗ ନୁହେଁ ପ୍ରତ୍ୟୟର ସମୟ। ଏ ବିପଦ ନ ଟଳିବା ପର୍ଯ୍ୟନ୍ତ ପ୍ରତିଦିନ ଆମେ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବୁ। ଆପଣ ପ୍ରତିଟି ଘଟଣାର ସମୀକ୍ଷା କରନ୍ତୁ ନାହିଁ। ସରକାର ଆପଣଙ୍କୁ ଠିକ୍‌ ଖବର ଠିକ୍‌ ସମୟରେ ଦେଉଛନ୍ତି ଓ ଦେବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆପାତକାଳୀନ ସ୍ଥିତିରେ ଘଟଣାଟି ଘଟିବା କ୍ଷଣି ସୂଚନା ଦେବା ସମ୍ଭବ ନୁହେଁ କି ଉଚିତ୍‌ ମଧ୍ୟ ନୁହେଁ। ବୃହତ୍ତର ଜନହିତକୁ ଦୃଷ୍ଟି ଦେବାକୁ ପଡ଼ିବ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଆବଶ୍ୟକ ତାହା ଆମେ ଯୋଗାଇଦେବୁ। ଯେଉଁଠି ଜନବିପଦ ଆଶଙ୍କା ନାହିଁ ସେଠି ଆମେ ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ। ଏଥିପାଇଁ ସମାଲୋଚନା ଓ ସମୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବାଗ୍‌ଚୀ କହିଛନ୍ତି।
ଏହି ଅବସରରେ ବାଗଚୀ ସାଧାରଣ ଓ ଅସାଧାରଣ ସମୟକୁ ବର୍ଣ୍ଣନା କରି କହିଲେ, ସାଧାରଣ ସମୟରେ ଆମେ ସବୁବେଳେ ସନ୍‌ସନି ଖବର ଖୋଜୁ, ଭିତରୁ ଖୋଳି ତଥ୍ୟ ବାହାର କରୁ। କୋଟିଏ ଚ୍ୟାନେଲ୍‌ କହିବା ଆଗରୁ ଆମେ ଗୋଟିଏ ଚ୍ୟାନେଲ୍‌ ହେବାକୁ ଚେଷ୍ଟା କରୁ। ବର୍ତ୍ତମାନ ପରିସ୍ଥିତିରେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏଇଟା ସାଧାରଣ ସମୟ ନୁହେଁ ଅସାଧାରଣ ସମୟ। କୋଭିଡ୍‌ ହସ୍ପିଟାଲ ଓ ଟେଷ୍ଟିଂ ଲାବୋରେଟୋରି ଆଗରେ ଓବି ଭ୍ୟାନ୍‌ ଠିଆ କରିବାର ସମୟ ନୁହେଁ। ତେଣୁ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ବାଗ୍‌ଚୀ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?