Posted inରାଜ୍ୟ

କୋଭିଡ୍‌ ପରୀକ୍ଷା ନେଇ ଭାଜପା-ବିଜେଡି ଭିତରେ କଟାକ୍ଷ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କୌଣସି ସରକାରୀ ଅଧିକାରୀ ପାଳନ କରୁନାହାନ୍ତି। ପ୍ରତିଦିନ ୧୫ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ସୁଦ୍ଧା ଏହା ହୋଇ ପାରିଲାନାହିଁ। ସରକାରୀ ଅଧିକାରୀମାନେ ଏ ଦିଗରେ ଧ୍ୟାନ ନ ଦେଇ କେବଳ ଗଣମାଧ୍ୟମକୁ ବିବୃତି ଦେଇ ନିଜ ପିଠି ନିଜେ ଥାପୁଡାଉଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ା ଭାଜପାର ଏହି ଅଭିଯୋଗ ଉପରେ ବିଜେଡି କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଆଇସିଏମ୍‌ଆର ନିର୍ଦ୍ଦେଶାବଳୀ ଭାଜପା ନେତାମାନେ ପଢନ୍ତୁ ବୋଲି ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି।
ଗୋଲକ କହିଛନ୍ତି ଯେ, ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପ୍ରତିଦିନ ୧୫ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ କରୁଛି ା ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭ ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି ା ଏହା ମଧ୍ୟରୁ ୪୧୬୩ ପଜିଟିଭ ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି। ଜୁନ୍‌ ୭ରେ ୩୪୭୭, ୮ରେ ୩୩୧୭, ୯ରେ ୨୯୬୯, ୧୦ରେ ୩୦୨୬, ୧୧ରେ ୩୩୩୩, ୧୨ରେ ୩୮୩୩, ୧୩ରେ ୩୮୮୦, ୧୪ରେ ୩୫୫୮, ୧୫ରେ ୨୪୯୯, ୧୬ରେ ୨୯୮୮ ଜଣଙ୍କ କରୋନା ଟେଷ୍ଟ ହୋଇଛି। ଗଞ୍ଜାମରେ ସର୍ବାଧିକ କରୋନା ରୋଗୀ ବାହାରିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି ା ବ୍ୟବସାୟୀମାନେ ନିୟମିତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ରହିଛି। ଏଣୁ ଅତ୍ୟାବଶକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବା ଆବଶ୍ୟକ। ସରକାର ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୭ଦିନ ରଖି ବିନା ପରୀକ୍ଷାରେ ଘରକୁ ପଠାଇ ଦେଉଛନ୍ତି ା ଏହାଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ଅଛି ବୋଲି ଗୋଲକ କହିଛନ୍ତି।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, କେନ୍ଦ୍ରର ଭାଜପା ନେତୃତ୍ୱାଧିନ ସରକାର ଏବଂଦେଶରେ କରୋନା ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍‌ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କ ପରୀକ୍ଷା କରିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭାଜପା ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ପଢିବା ଦରକାର। ଆଇସିଏମଆର ଆଧାରରେ କରୋନା ପରୀକ୍ଷା ଚାଲିଛି। ରାଜ୍ୟରେ କରୋନା ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି। ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ମିଶାମିଶି ଭାବେ ପରୀକ୍ଷା ଚଳାଇଛନ୍ତି। ଭାଜପା ଏବଂ କଂଗ୍ରେସ ଶାସିତ ରାଜ୍ୟଗୁଡିକ ଅନୁରୂପ ଭାବେ ପରୀକ୍ଷା କରୁଛନ୍ତି। ତେଣୁ ଏଭଳି ସ୍ପର୍ଶକତାର ଘଟଣାରେ ରାଜନୀତି କରିବା ଆଗରୁ ଭାଜପା ରାଜ୍ୟ ନେତୃବୃନ୍ଦ କେନ୍ଦ୍ର ମାର୍ଗଦର୍ଶିକା ପଢନ୍ତୁ। କେଉଁସବୁ ଭାଜପା ଶାସିତ ରାଜ୍ୟଗୁଡିକରେ ଟିଏମ୍‌ସି ଭଳି ବ୍ୟବସ୍ଥା ହୋଇଛି ବୋଲି ପାତ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri