କୋଭିଡ୍‌ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା,୨୧ା୬(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବଡଗାଁସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍‌ କେୟାର ସେଣ୍ଟରରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଶନିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତୁମୁଡିବନ୍ଧ ଥାନା ବୁଦୁଲିପଦର ଗାଁର ସମ୍ପୂର୍ଣ୍ଣ ମାଝି (୨୫)। ବାଲିଗୁଡା ପୋଲିସ ଓ ଉପ ଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉପଜିଲାପାଳ ନନ୍ଦଙ୍କ ସୂଚନା ପ୍ରକାରେ ବ୍ୟକ୍ତି ଜଣକ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ। ପୁଣି ଦେହ ଖରାପ ହେବାରୁ ୧୬ ତାରିଖରେ ବଡ଼ଗାଁ କୋଭିଡ୍‌ କେୟାର ସେଣ୍ଟରକୁ ଅଣାଯାଇଥିଲା। ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ। ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି।ମୃତଦେହ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ସେଥିରେ ସେ ଅତ୍ୟଧିକ ଭୟଭୀତ ରହିଥିବା ସହ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛି ବୋଲି ଉଲ୍ଲେଖ କରିଛନ୍ତି। ଏହା କାରୋନା ଜନିତ ମୃତ୍ୟୁ ନୁହେଁ ବୋଲି ଉପ ଜିଲାପାଳ ସ୍ପଷ୍ଟ କରିଛନ୍ତି। ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ କୋଭିଡ କିଟ୍‌ ଦିଆଯାଇ ସାମାଜିକ ଦୂରତା ରକ୍ଷାକରି ବାଲିଗୁଡାରେ ମୃତଦେହ ସଂସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ହଷ୍ଟେଲରୁ ପୁରୁଷ ବନ୍ଧୁ ବାହାରକୁ ଡାକି ନେଇ ହୋଟେଲରେ କଲେ ବଳତ୍କାର : ବାନ୍ଧିଲା ପୋଲିସ…

ଭୁବନେଶ୍ୱର, ୮।୬: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳତ୍କାର  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ…

ମହିଳାଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଜଳିଲା ଜୁଇ

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri