କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା, ସୁନା, ଗାଡ଼ି ଜବତ

ଚଢ଼େଇଧରା,୨।୬(ଡିଏନଏ)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ସାମସୁନ୍ଦରପୁର ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ମିଶ୍ରଙ୍କ ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଭୁବନପୁର ଗ୍ରାମରେ ଥିବା ୨ମହଲା କୋଠା, ବରଦା ଗ୍ରାମରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଭୁବନପୁର, ତଳଗଡ଼ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର ଓ ସେ ପୂର୍ବରୁ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ଅନ୍ତିଆ ସ୍କୁଲ କାର୍ଯ୍ୟାଳୟକୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଯାଞ୍ଚ କରାଯାଇଛି। ଉପରୋକ୍ତ ସ୍ଥାନଗୁଡିକ ଯାଞ୍ଚ କରାଯିବା ପରେ ପ୍ରଧାନଶିକ୍ଷକ ମିଶ୍ରଙ୍କ ୧କୋଟି ୬୮ଲକ୍ଷ ୯୨ହଜାର ୯୪୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମ୍ପତ୍ତିଗୁଡିକ ମଧ୍ୟରେ ଭୁବନପୁର ଗ୍ରାମରେ ଥିବା ଦୁଇମହଲା କୋଠାର ମୂଲ୍ୟ ୪୭ଲକ୍ଷ ୮ହଜାର ୮୫୫ ଟଙ୍କା, ବରଦା ଗ୍ରାମରେ ଥିବା ଦୁଇମହଲା ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ ୫୨ଲକ୍ଷ ୮୪ହଜାର ଟଙ୍କା, ଯାଜପୁରର ବିଭିନ୍ନ ସ୍ଥାନରେ ଥିବା ୧୦ଟି ପ୍ଲଟ୍‌ ସମୂହର ମୂଲ୍ୟ ୧୬ଲକ୍ଷ ୮୭ହଜାର ୨୨୦ ଟଙ୍କା ହେବ ବୋଲି ଭିଜିଲାନ୍ସ ହିସାବ କରିଛି। ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ମିଶ୍ର ୨୬ଲକ୍ଷ ୭୭ ହଜାର ୩୧୮ ଟଙ୍କା ଜମା ରଖିଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି। ମିଶ୍ରଙ୍କର ୭ଲକ୍ଷ ୧୨ହଜାର ୩୨୦ଟଙ୍କା ମୂଲ୍ୟର ଗୋଟିଏ କାର ଥିବା ଭିଜିଲାନ୍ସ ସୂଚନା ଦେଇଛି। ସେହିପରି ତାଙ୍କର ୯୧ହଜାର ୯୭୫ଟଙ୍କା ମୂଲ୍ୟର ଦୁଇଟି ବାଇକ୍‌ ଓ ୧୨ଲକ୍ଷ ୩୩ ହଜାର ମୂଲ୍ୟର ଗହଣା ଭିଜିଲାନ୍ସ ଠାବ କରିଛି। ସେହିପରି ଯାଞ୍ଚ ସମୟରେ ୨ଲକ୍ଷ ୪୮ହଜାର ୨୫୫ ନଗଦ ଟଙ୍କା ଠାବ ହୋଇଥିବାବେଳେ ଘରୁ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର ଭିଜିଲାନ୍ସ ଠାବ କରିଛି। ଏହି ଚଢ଼ାଉରେ ଯାଜପୁର ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳ, ଇନ୍ସପେକ୍ଟର ଅନୁପମା ସାହୁ, ଅନସୂୟା ସେନାପତି ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ। ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଚଢ଼ାଉ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?