କୋଟିଏ ଟଙ୍କାର କଦଳୀ ଫସଲ ନଷ୍ଟ

ଛେଣ୍ଡିପଦା,୨୧।୩(ସ୍ବ.ପ୍ର.)

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର କଦଳୀ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖୀ। ଗତ ଗୁରୁବାର ହୋଇଥିବା କାଳବୈଶାଖୀରେ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ କୋଟିଏରୁ ଅଧିକ ଟଙ୍କାର କଦଳୀ ଫସଲ ଉଜୁଡି ଯାଇଛି। ଫଳରେ ଚାଷୀମାନେ ବିଭିନ୍ନ ଉତ୍ସରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ତାହାକୁ ନେଇ ବର୍ତ୍ତମାନ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଅଭିଯୋଗ ମୁତାବକ, କଣଲୋଇ ପଞ୍ଚାୟତର ଚାଷୀ ପୀତବାସ ମାଝି ୫ ଏକର ଜମିରେ କଦଳୀ ଚାଷ କରିଥିଲେ। ସେ ଘନଶ୍ୟାମ ବେହେରାଙ୍କଠାରୁ ଉକ୍ତ ଜମି ଭାଗରେ ଆଣିଥିବା ବେଳେ ସେଥିରେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ୩୦୦୦ କଦଳୀ ଗଛ ଲଗାଇଥିଲେ। କିନ୍ତୁ ଗୁରୁବାର କାଳବୈଶାଖୀ ଯୋଗୁ ତାଙ୍କର ୨୫୦୦ରୁ ଊଦ୍ଧର୍‌ବ କଦଳୀ ଗଛ ଭାଙ୍ଗି ମାଟିରେ ମିଶିଯାଇଛି। ସେହିପରି ଈଶ୍ବର ନାଏକଙ୍କ ପରିବାର ସଞ୍ଚୟ କରିଥିବା ୨ଲକ୍ଷ ଟଙ୍କାରେ ୪ ଏକରରେ କଦଳୀ ଚାଷ କରିଥିଲେ। ହେଲେ ତାହା ବର୍ଷା ପବନରେ ଭାଙ୍ଗି ନଷ୍ଟ ହୋଇଯାଇଛି। ନୂଆଗାଁର ଅଜିତ ମାଝି ଏକ ଏକରରେ ଲଗାଇଥିବା ୮୦୦ କଦଳୀ ଗଛରୁ ୬୬୦ଟି ଭାଙ୍ଗିଯାଇଛି। ଲୋକନାଥ ବେହେରା, ରମେଶ ଚନ୍ଦ୍ର ବେହେରା, ଧ୍ରୁବ ଚରଣ ସେଠୀ, ରମେଶ ବେହେରା, ତ୍ରୈଲୋକ୍ୟ ସାହୁ, ଅଲେଖ ବେହେରା, ରମେଶ ଚନ୍ଦ୍ର ସାହୁ, ଡମ୍ବୁରୁଧର ସାହୁ, କୁମୁଦ ଚନ୍ଦ୍ର ପ୍ରଧାନ, ସନ୍ତୋଷ ଦେହୁରୀ, ଦ୍ୱାରୁ ନାଏକ, ସନାତନ ନାଏକ, କୁନା ମାଝି, ପବିତ୍ର ନାଏକ, ଚନ୍ଦ୍ର ନାଏକ ପ୍ରମୁଖଙ୍କ ୧୩ ଏକର ଜାଗାରେ ଲାଗିଥିବା ୧୧ ହଜାରରୁ ଊଦ୍ଧର୍‌ବ କଦଳୀ ଗଛ ଭାଙ୍ଗି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଉଜୁଡି ଯାଇଥିବା କଦଳୀ ଚାଷର ଠିକ୍‌ ଆକଳନ କରି ସରକାର ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଏହାର ଆକଳନ କରାଯାଇ କ୍ଷତିପୂରଣ ଦେବା ନିମନ୍ତେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri