କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ କୋଟା ସହରରେ ରହୁଥିବା ୫୪ ଛାତ୍ରୀଛାତ୍ର ଦୁଇଟି ବସ୍‌ ଯୋଗେ ରବିବାର ସନ୍ଧ୍ୟାରେ ବାଲେଶ୍ୱରରେ ପହଞ୍ଚିଛନ୍ତି। ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି. ଯୁଗଳକିଶୋର କୁମାର ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଞ୍ଜିତ ଦାସଙ୍କ ସଂଯୋଜନାରେ ଭାଜପା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଉକ୍ତ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଭୋଜନ, ବିଶ୍ରାମ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଥିଲେ। ରୋଜା ପାଳନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପିଲାମାନେ ଫେରିବା ନେଇ ଅଭିଭାବକମାନଙ୍କର ଯେଉଁ ଆଶଙ୍କା ରହିଥିଲା ତାହାର ଅନ୍ତ ଘଟିଛି। ଏହାକୁ ଅଭିଭାବକଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ଧାରଣା ପ୍ରତ୍ୟାହୃତ

ପାତ୍ରପୁର,୨୮ା୧୧(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ତୁମ୍ବା, ବୁରାତାଲ ଓ ଆଙ୍କୁଲି ପଞ୍ଚାୟତବାସୀ ତିତ୍‌ଲି ବାତ୍ୟା ପରବର୍ତ୍ତୀ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଠାରୁ ତହସିଲ କାର୍ଯ୍ୟାଳୟ ଆଗରେ ଦେଇଥିବା...

୧୯ ଲକ୍ଷ ଟଙ୍କାର ହିସାବ ନ ଦେବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

କବିସୂର୍ଯ୍ୟନଗର,୨୬ା୬-ବିଦ୍ୟାଳୟର ଉନ୍ନତିମୂଳକ ଖର୍ଚ୍ଚ ପାଇଁ ଆସିଥିବା ୧୯ ଲକ୍ଷ ଟଙ୍କାର ହିସାବ ଦେଇ ନ ଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟର...

ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ...

ଭାସିଯାଉଥିବା ବେଳେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ୨ ବାଳକ: ଉଭୟଙ୍କୁ ପୁରସ୍କାର ଦାବି

ଜୟପୁର,୭।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପୋଲ ଉପରୁ ଶୁକ୍ରବାର ଜଣେ ବ୍ୟକ୍ତି ପାଣି ଭିତରକୁ ଖସି...

ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ

ବୌଦ୍ଧ, ୪ା୧୨(ସ୍ବ.ପ୍ର.) ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର।...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ...

ଦଳିତ, ଆଦିବାସୀଙ୍କୁ ମିଳୁନି ଘରଡିହ ପଟ୍ଟା

ନୟାଗଡ଼ ଅଫିସ,୨୦।୧୧: ସରକାର ଦଳିତ ଓ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ ଏହା ସେମାନଙ୍କ ପାଇଁ ଅପହଞ୍ଚ ହୋଇରହିଛି। ରଣପୁର ତହସିଲର ବିଭିନ୍ନ...

Play 250+ Trending Games
Archives

Model This Week

Why Dharitri