କୋଇଲା ଡିପୋକୁ ବିରୋଧ, ରାସ୍ତା ଅବରୋଧ

ବଇଣ୍ଡା,୧୩ା୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ଗୁଣ୍ଡୁରୀମୁଣ୍ଡା ନିକଟରେ ନିର୍ମାଣ ହୋଇଥିବା କୋଇଲା ଡିପୋକୁ ଗୁଣ୍ଡୁରୀମୁଣ୍ଡା ସମେତ ୫ଟି ଗ୍ରାମବାସୀ ବିରୋଧ କରିଛନ୍ତି। ଶୁକ୍ରବାର ଉକ୍ତ ଡିପୋରେ କୋଇଲା ଅନ୍‌ଲୋଡ୍‌ ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ରାସ୍ତା ଅବରୋଧ କରିବାରୁ ଡିପୋକୁ ଆସିଥିବା ୫ରୁ ଅଧିକ ଟ୍ରକ୍‌ ଠିଆ ହୋଇ ରହିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏକ ଘରୋଇ ସଂସ୍ଥା ପକ୍ଷରୁ ଗୁଣ୍ଡୁରୀମୁଣ୍ଡା ନିକଟରେ କୋଇଲା ଡିପୋ କରାଯାଇଛି। ଏଠାକୁ ତାଳଚେର, ଛେଣ୍ଡିପଦା ଅଞ୍ଚଳରୁ ଟ୍ରକ୍‌ରେ କୋଇଲା ଅଣାଯାଇ ଟ୍ରେନ୍‌ ଯୋଗେ ରାଜ୍ୟ ଓ ବାହାରକୁ ପଠାଯିବ। ଏଥିଯୋଗୁ ଗୁଣ୍ଡୁରୀମୁଣ୍ଡା ସହ ଅର୍ଜୁନଧରା, ପାପସରା, ହଣ୍ଡପା, ବିଲେଇନାଳୀ, ବଇଶିଣା ଆଦି ଗ୍ରାମରେ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। କୋଇଲା ଗୁଣ୍ଡ ଉଡ଼ି ଗ୍ରାମର ଅନେକ ଘର ବାହାରେ କଳା ଆସ୍ତରଣ ପଡ଼ିଗଲାଣି। ଡିପୋ ନିର୍ମାଣ ନ କରିବାକୁ ପୂର୍ବରୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଗ୍ରାମ ରାସ୍ତାରେ କୋଇଲା ବୋଝେଇ ଟ୍ରକ୍‌ ଡିପୋକୁ ନିଆଯାଉଛି। ଶୁକ୍ରବାର ଭୋର୍‌ ସମୟରେ ୫ରୁ ଅଧିକ ଟ୍ରକ୍‌ ଡିପୋକୁ ଆସିଥିବା ଖବରପାଇ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳ ନ କରିବା ଦାବିରେ ସେମାନେ ରାସ୍ତା ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ: ୧୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୨୪।୧୦: ଗତ ୫ଦିନରେ କଟକ ସହରରେ ମୋଟ ୧୯ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଏସ୍‌ସିବି ମେଡିକାଲରେ ମୋଟ...

କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା,...

ହାତୀକୁ ଧକ୍କାଦେଲା ଟ୍ରେନ୍‌

କେନ୍ଦୁଝର,୯।୫(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଶନିବାର ରାତିରେ ରେଳ ଦୁର୍ଘଟଣା ପରେ ଆହତ ହୋଇଥିବା ହାତୀର ଅବସ୍ଥାରେ...

ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ

ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ...

ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି...

୨ ଗଞ୍ଜେଇ ମାଫିଆ କୋଭିଡ୍‌ ହସ୍‌ପିଟାଲରୁ ଚମ୍ପଟ

ଗୋପାଳପୁର,୧୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲରୁ ୨ ଗଞ୍ଜେଇ ମାଫିଆ ରବିବାର ସନ୍ଧ୍ୟାରେ ଚମ୍ପଟ ମାରିଛନ୍ତି। ହସ୍ପିଟାଲର ଜେନେରାଲ ମ୍ୟାନେଜର...

ସୁରଟରୁ ବ୍ରହ୍ମପୁର ଷ୍ଟେଶନରେ ବିଳମ୍ବିତ ରାତିରେ ପହଞ୍ଚିବ ଆଉ ୩ ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୩ା୫: ସୁରଟରୁ ଶ୍ରମିକମାନଙ୍କୁ ନେଇ ବାହାରିଥିବା ୩ଟି ସ୍ବତନ୍ତ୍ର ଟ୍ରେନ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ। ବିଭିନ୍ନ ଜିଲାର ଶ୍ରମିକମାନେ ଉକ୍ତ...

ଅମଳ ସମୟରେ ଦାଉ ସାଧୁଛି ‘ମାଟିଆଗୁଣ୍ଡି’

ବନ୍ତ,୨୧।୧୧(ସ୍ବ.ପ୍ର.)-ଖରିଫ୍‌ ଧାନ ଅମଳ ସମୟରେ ବିଲରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ। ପୋକ ଲାଗି ଧାନ ଫସଲ ନଷ୍ଟ କରି ଦେଉଛନ୍ତି। ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ...

Advertisement
Archives

Model This Week