କୋଇଲା ଉତ୍ତୋଳନରେ ଏମ୍‌ସିଏଲର ରେକର୍ଡ:ଡିସେମ୍ବର ୧୪ରେ ୬.୪୬ ଲକ୍ଷ ଟନ୍‌

ତାଳଚେର,୧୫ା୧୨(ନି.ପ୍ର.)- ମହାନଦୀ କୋଲ ଫିଲ୍ଡସ୍‌ ଲିମିଟେଡ (ଏମ୍‌ସିଏଲ)ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୧୪ ତାରିଖରେ ୬.୪୬ ଲକ୍ଷ ଟନ କୋଇଲା ଉତ୍ତୋଳନ କରି ନୂତନ ରେକର୍ଡ କରିଛି। ତାଳଚେର କୋଲଫିଲ୍ଡସରୁ ୩.୯୭,୧୩୯ ମିଲିୟନ ଟନ ଏବଂ ଇବଭାଲିରୁ ୨.୪୯.୨୬୨ ମିଲିୟନ ଟନ କୋଇଲା ଉତ୍ତୋଳନ ହୋଇଛି। ଏ ସଂକ୍ରାନ୍ତରେ ଏମସିଏଲ ଜନସମ୍ପର୍କ ଅଧିକାରୀ ଡି. ମେହେରା ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। ୨୦୧୮ ଡିସେମ୍ବର ୧୪ରେ ୪ ଲକ୍ଷ ୫୮ ହଜାର ୭ ଶହ ଟନ କୋଇଲା ଉତ୍ତୋଳନ ହୋଇଥିଲା। ସେହିପରି ଚଳିତ ଡିସେମ୍ବର ୧୪ରେ ଓଭର ବର୍ଡନ ରିମୁଭାଲ ୫,୧୭,୬୨୯ କ୍ୟୁବିକ୍‌ ମିଟର ଥିବାବେଳେ ଗତ ଡିସେମ୍ବର ୧୪ରେ ଏହା ଥିଲା ୪,୭୦,୪୦୦ କ୍ୟୁବିକ ମିଟର। ଲିଙ୍ଗରାଜ ଓ ହିଙ୍ଗୁଳା କ୍ଷେତ୍ର ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ବହୁ ଅଧିକ କୋଇଲା ଉତ୍ତୋଳନ କରିଥିବା ବିବୃତିରେ କୁହାଯାଇଛି। ଏହି ସଫଳତା ପାଇଁ ଏମସିଏଲର ସିଏମଡି ଭୋଳାନାଥ ଶୁକ୍ଳା ସମସ୍ତ ଅଧିକାରୀ, କର୍ମଚାରୀ ଓ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ା କଠିନ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇ ପାରିଛି ଓ ଆଗାମୀ ଦିନରେ ଏମସିଏଲ ଅଧିକ ସଫଳତା ହାସଲ କରି ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି

ଭୁବନେଶ୍ୱର,୩।୨(ସୁନିତ୍‌ ମିଶ୍ର):ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି।…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

୨ ଦିନରେ ୧୭୭ ଆତଙ୍କବାଦୀ ନିହତ

ଇସ୍‌ଲାମାବାଦ,୩ା୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍‌…

୨୮ ଏନ୍‌ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ: ୧୮ ଜିଲାପାଳଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶ

ଭୁବନେଶ୍ୱର,୩ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ନୂଆ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା…

ତେଲ ଟ୍ୟାଙ୍କର ନେଲା ମହିଳାଙ୍କ ଜୀବନ: ରାସ୍ତାରୋକ, ସ୍କର୍ପିଓ ଭଙ୍ଗାରୁଜା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତେଲ ବୋଝେଇ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା…

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri