Posted inଜାତୀୟ

କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌: ୧୧ ମୃତ

ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍‌ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏଲ୍‌ଜି ପଲିମର୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌ ହୋଇ ଖୁବ୍‌ଶୀଘ୍ର ୫ କିଲୋମିଟର ଅଞ୍ଚଳ ମଧ୍ୟରେ ଥିବା ଗାଁଗୁଡ଼ିକୁ ବ୍ୟାପିଯାଇଥିଲା। ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନେକେ ସଂଜ୍ଞାହୀନ ହୋଇଯାଇଥିଲେ। ଗ୍ୟାସ ଜ୍ୱାଳାରୁ ବର୍ତ୍ତିବା ଲାଗି କେତେଜଣ କୂଅକୁ ଡେଇଁପଡ଼ିଥିଲେ।
ଆର୍‌.ଆର୍‌. ଭେଙ୍କଟପୁରମ୍‌ ଗ୍ରାମରେ ଥିବା ଉକ୍ତ ବହୁରାଷ୍ଟ୍ରୀୟ କମ୍ପାନୀ ପ୍ଲାଣ୍ଟରୁ ବୁଧବାର ରାତି ୨ଟା ୩୦ରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ବହୁସଂଖ୍ୟାରେ ଲୋକ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଫଳରେ ଏକ ବଡ଼ଧରଣର ଶିଳ୍ପ ବିପର୍ଯ୍ୟୟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଥିଲା। ଜଣେ ଶିଶୁ ଓ ଅନ୍ୟ ଦୁଇଜଣ ଗ୍ୟାସ୍‌ରୁ ବର୍ତ୍ତିବା ପାଇଁ ଦୌଡୁଥିବାବେଳେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ି ପ୍ରାଣ ହରାଇଥିଲେ। ୨୦ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେହିପରି ଗୁରୁତର ୨୪୬ ଜଣ ବିଶାଖାପାଟଣାର କିଙ୍ଗ୍‌ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଖପାଖ ଅଞ୍ଚଳରୁ ପ୍ରାୟ ୮୦୦ ଲୋକଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସହ ଆଲୋଚନା କରିଥିଲେ। ସମସ୍ତଙ୍କ ସୁରକ୍ଷା ଓ ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ। ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଗ୍ୟାସ୍‌ ଟ୍ରାଜେଡି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌କୁ କମାଇଦିଆଯାଇଛି ଓ ସମ୍ପୂର୍ଣ୍ଣ ବନ୍ଦ ହେବା ପର୍ଯ୍ୟନ୍ତ ସେଠାରେ ଏନ୍‌ଡିଆର୍‌ଏଫ୍‌ ଯବାନମାନେ ଉପସ୍ଥିତ ରହିବେ ବୋଲି ଏହାର ମହାନିର୍ଦ୍ଦେଶକ ଏସ୍‌.ଏନ୍‌. ପ୍ରଧାନ କହିଛନ୍ତି।
ଲକ୍‌ଡାଉନ ଯୋଗୁ ଉକ୍ତ ପଲିମର କାରଖାନା ବନ୍ଦ ରହିଥିଲା। ପୁନଃ କାର୍ଯ୍ୟାରମ୍ଭ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ପ୍ଲାଣ୍ଟର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୨୦୦ରୁ ୨୫୦ ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିପରି ଗ୍ୟାସ ଲିକ୍‌ ହେଲା ଓ ଏହାକୁ ନିଷ୍କ୍ରିୟ କରିବା ପାଇଁ ପ୍ଲାଣ୍ଟରେ ଥିବା ନ୍ୟୁଟ୍ରାଲାଇଜର କ’ଣ ପାଇଁ କାମ କଲାନି ତାହାର ତଦନ୍ତ ହେବ। ସିନ୍ଥେଟିକ୍‌ ରବର ଓ ରେସିନ୍‌ ପ୍ରସ୍ତୁତିରେ ଷ୍ଟାଇରିନ୍‌ ଗ୍ୟାସ୍‌ ବ୍ୟବହୃତ ହୋଇଥାଏ। ଏହା ବିଷାକ୍ତ ନୁହେଁ। ତେବେ ଶ୍ୱାସକ୍ରିୟାରେ ଅଧିକ ଗ୍ୟାସ୍‌ ଶରୀର ମଧ୍ୟକୁ ଗଲେ ମାରାତ୍ମକ ହୋଇଥାଏ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡି. ଗୌତମ ସଓ୍ବଙ୍ଗ କହିଛନ୍ତି। ଏହା ମୁଖ୍ୟ ସ୍ନାୟୁ ବ୍ୟବସ୍ଥା ସହିତ ଗଳା, ଚର୍ମ, ଆଖି ଓ ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ। ଗ୍ୟାସ୍‌ ପ୍ରଭାବରେ ଆଖି ପୋଡ଼ିବା ସହ ଦେହହାତ କୁଣ୍ଡାଇ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ ସ୍ଥାନୀୟ ଲୋକେ। ଗ୍ୟାସ ଜ୍ୱାଳାରୁ ରକ୍ଷା ପାଇବା ପାଇଁ କେତେକ ପାଣିରେ ବୁଡ଼ି ରହିଥିଲେ। ଗୋରୁ ଓ ପକ୍ଷୀ ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହି ଘଟଣା ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଘଟଣାକୁ ମନେ ପକାଇଦେଇଥିଲା। ୧୯୮୪ ଡିସେମ୍ବର ୨ ତାରିଖ ରାତିରେ ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ହୋଇ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ତୃତୀୟ ଲହରର ଭୟ ଥିଲେ ବି ଖୋଲାଯାଇ ପାରିବ ପ୍ରାଇମେରୀ ସ୍କୁଲ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦ ।୭: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଯାଉଥିବା ବେଳେ ଆଗକୁ ଆସୁଥିବା ତୃତୀୟ ଲହର କିନ୍ତୁ ମନରେ ଭୟ ସୃଷ୍ଟି କରି...

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ...

କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ...

ମେଡିକାଲ ଛାତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚଣ୍ଡିଗଡ଼,୭ ।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ସମସ୍ତଙ୍କ ମନରେ ବଡ ଉତ୍ସାହ ଜାଣିବା ପାଇଁ...

ଭାଜପା ଉପରେ କମେଣ୍ଟ କରି ଶୋ’ରୁ ବିଦା

ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍‌ ଦିଆଯାଇଛି। ଏ ନେଇ...

ଓ୍ବେଲ ଡନ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍‌ କରିଛନ୍ତି କେନ୍ଦ୍ର...

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ...

ଅର୍ଥନୀତିକୁ ଧ୍ୱଂସ କରୁଛି କେନ୍ଦ୍ର: ରାହୁଲ

ନୂଆଦିଲ୍ଲୀ,୭ା୬: କରୋନା ସଙ୍କଟ ବେଳେ କେନ୍ଦ୍ର ସରକାର ଗରିବଙ୍କୁ ନଗଦ ଟଙ୍କା ଦେଉନାହାନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା...

Advertisement
Archives

Model This Week