Posted inଫୁରସତ

କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥିବା ପ୍ରଧାନମନ୍ତ୍ରୀଙ୍କ ଅନେକ ଫଟୋ ଚର୍ଚ୍ଚାର ପରିସରକୁ ଆସିଥିଲା। ଆସନ୍ତୁ ସେଭଳି ଦଶଟି ଫଟୋ ଉପରେ ଆଲୋଚନା କରିବା।


– ଫଟୋଟି ମୋଦିଙ୍କ କଶ୍ମୀର ଗସ୍ତ କାଳର। ଏହି ସମୟରେ ପାରମ୍ପରିକ ପୋଷାକ ପିନ୍ଧିଥିଲେ ମୋଦି।


– ଜମ୍ମୁ-କଶ୍ମୀର ଗସ୍ତ କାଳରେ ମୋଦି ଲଦାଖ ମଧ୍ୟ ଯାଇଥିଲେ। ସେହି ସମୟରେ ଉଠାଯାଇଥିବା ଫଟୋ ବେଶ୍‌ ଭାଇରାଲ ହୋଇଥିଲା।

– ଲୋକ ସଭା ନିର୍ବାଚନ ସମୟରେ ମୋଦି ହିମାଚଳ ପ୍ରଦେଶର ମଣ୍ଡିରେ ପାରମ୍ପରିକ ଟୋପି ସହ ବସ୍ତ୍ର ପରିଧାନ କରିଥିଲେ। ଉକ୍ତ ସମୟରେ ଉଠାଯାଇଥିବା ଫଟୋ ଚର୍ଚ୍ଚାକୁ ଆସିଥିଲା।

– କେଦାରନାଥ ମନ୍ଦିର ଗସ୍ତ ସମୟର ମୋଦିଙ୍କ ଏହି ଫଟୋ ଭାଇରାଲ ହୋଇଥିଲା।


– କାଜାକସ୍ତାନ ଗସ୍ତ ସମୟରେ ପାରମ୍ପରିକ ବେଶଭୂଷାରେ ନଜରକୁ ଆସିଥିଲେ ମୋଦି


– ମୋଦିଙ୍କ ପଞ୍ଜାବ ଗସ୍ତ ସମୟର ଏହି ଫଟୋ ଭାଇରାଲ ହୋଇଥିଲା। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ମୋଦି ପିନ୍ଧିଥିବା ଟୋପି।


– ପ୍ରଧାନମନ୍ତ୍ରୀ ଡିସ୍‌କଭରି ଚ୍ୟାନେଲର ଶୋ’ ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡର ଶୁଟିଂ ସମୟର ଏହି ଫଟୋ ଚର୍ଚ୍ଚାରେ ରହିଥିଲା।


– ତାମିଲନାଡ଼ୁର ମହାବଳୀପୁରମ୍‌ ଘାଟରେ ସ୍ବଚ୍ଛ ଭାରତ ବାର୍ତ୍ତା ଦେଇଥିଲେ ମୋଦି। ସେହି ସମୟରେ ଉଠାଯାଇଥିବା ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।


– ବର୍ଷର ଶେଷ ସୂର୍ଯ୍ୟୋପରାଗ ସମୟର ଏହି ଫଟୋ ଚର୍ଚ୍ଚାରେ ରହିଥିଲା। ବିଶେଷକରି ମୋଦି ପିନ୍ଧିଥିବା ଏହି ଚଷମା ସମସ୍ତଙ୍କୁ ପସନ୍ଦ ଆସିଥିଲା। କେହିକେହି ଏହାର ଦାମ୍‌କୁ ନେଇ ସମାଲୋଚନା ମଧ୍ୟ କରୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି...

କିଭଳି ନାଚୁଛି ପକ୍ଷୀ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ...

ବିନା ପାଣିରେ ବଞ୍ଚିଛନ୍ତି ଏହି ଯୁବତୀ

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଏକ କଥା ସମସ୍ତେ ଜାଣନ୍ତି। ମାତ୍ର ନୂଆଦିଲ୍ଲୀର ୧୯ ବର୍ଷୀୟା ଯୁବତୀ ଲିଣ୍ଡ୍‌ସେ ଚୌବା ବିନା ପାଣିରେ ବଞ୍ଚୁଛନ୍ତି।...

ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି

ସବୁ ଦମ୍ପତି ସନ୍ତାନ ସୁଖ ଚାହାନ୍ତି। କିନ୍ତୁ କୌଣସି କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ...

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି...

ସବୁଠୁ ଲମ୍ବା ପେଣ୍ଟିଂ, ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା

ଚାଇନାର ସଙ୍ଗିତ ପ୍ରଯୋଜକ ତଥା ଚିତ୍ରକର ଗୁଓ ଫେଙ୍ଗ୍‌ ଏବେ ସଙ୍ଗିତ ଅପେକ୍ଷା ତାଙ୍କର ପେଣ୍ଟିଂ ପାଇଁ ଅଧିକ ପରିଚିତ ହୋଇପାରିଛନ୍ତି। ୧୯୯୧ ମସିହାରୁ ଏପର୍ଯ୍ୟନ୍ତ...

ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି

ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା...

Advertisement
Archives

Model This Week