କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୮ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଲିଜ୍‌ସୁତ୍ରରେ ପଞ୍ଜୀକରଣ କରାଯାଇଛି ା ରାୟଗଡା ଜିଲାପାଳ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅତିରିକ୍ତ କମିଶନର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏହି ପଞ୍ଜୀକରଣ ପ୍ରକ୍ରିୟା ହୋଇଛି ା ଗୁଣପୁର ତହସିଲଦାର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲ ଏହି ପ୍ରକ୍ରିୟାରେ ଦସ୍ତାବିଜ୍‌ କାର୍ଯ୍ୟ ଚୂଡ଼ାନ୍ତ କରିଥିଲେ ା ଜମି ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଣପୁରଠାରେ ଖୋଲିବା ନେଇ ପଥ ପରିସ୍କାର ହୋଇଛି ା ଯାହା ଗୁଣପୁର ଲୋକଙ୍କ ପାଇଁ ଖୁସିରଖବର ହୋଇଛି ା ଚଳିତ ଶିକ୍ଷାବର୍ଷରୁ ଗୁଣପୁରଠାରେ ଶିକ୍ଷାଦାନ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ା
ରାୟଗଡା ଜିଲା ଗୁଣପୁରଠାରେ ୨୦୧୩ରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନୁଧ୍ୟାନ କରାଯାଉଥିଲା ା ଏହି ସମୟ ମଧ୍ୟରେ ଅନେକ ଥର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି ା ହେଲେ ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲେଞ୍ଜ ମେଥଡରେ ଖୋଲିବା ନେଇ ଘୋଷଣା ହୋଇଥିଲା ା ୨୦୧୭ ମାର୍ଚ୍ଚ ୧୭ ତାରିଖରେ ରାୟଗଡା ଜିଲା ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଥିଲା ା ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୭ ମାର୍ଚ୍ଚ ୩୦ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ୨୦୧୭ ଜୁନ ୩୦ ସୁଧା ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାୟଗଡା ଜିଲାପାଳଙ୍କୁ କୁହାଯାଇଥିଲା ା ଏହିକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ପ୍ରତିନିଧି ଦଳ ୨୦୧୭ ଏପ୍ରିଲ ୮ ତାରିଖରେ ଗୁଣପୁର ଆସି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ରାୟଗଡା ଯାଇ ଜିଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ା ସଂଗଠନର ସମସ୍ତ ଦାବି ମୁତାବକ ଜିଲା ପ୍ରଶାସନ ଆନୁଷଙ୍ଗିକ ସୁବିଧାସୁଯୋଗ ଦେଇଥିଲେ ା ଶେଷରେ ୨୦୧୭ ମେ ୩୧ ତାରିଖରେ ସଂଗଠନ ଆଞ୍ଚଳିକ ଶାଖା ଭୁବନେଶ୍ୱରର ଡେପୁଟି କମିଶନର ଜି.ଭି.ଏଲ. ଜଗନ୍ନାଥ ଗୁଣପୁର ଆସି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ ା ଉକ୍ତ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁଣପୁର ଗସ୍ତ କରି ବିଦ୍ୟାଳୟ ଓଡିଶା ଶାଖା ମୁଖ୍ୟଙ୍କ ସହ ଆଲୋଚନା ପରେ ତୁରନ୍ତ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ପ୍ରତିଶୃତି ଦେଇଥିଲେ ା ୨୦୧୮ ଏପ୍ରିଲ ୨୦ ତାରିଖରେ ରାୟଗଡା ଜିଲାପାଳଙ୍କ ନିକଟକୁ ପୁଣି ଏକ ପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ଆସିଥିଲା। ଯେଉଁଥିରେ ନୂତନ ମଞ୍ଜୁରି ମିଳିଲେ ଗୁଣପୁରଠାରେ ଏହା ଖୋଲିବ ବୋଲି ଉଲ୍ଲେଖ ରହିଥିଲା ା ଯାହା ସେ ସମୟରେ ଗୁଣପୁରବାସୀଙ୍କୁ ଶକ୍ତ ଆଘାତ ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ରାୟଗଡ଼ାରେ ମାଓବାଦୀ ପୋଷ୍ଟର, ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର…

ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ପୋଲିସ ବସ୍‌ର ବ୍ରେକ ଫେଲ୍‌: ଶତାଧିକ ଆନ୍ଦୋଳନକାରୀ…

ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍‌। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri