କେନ୍ଦୁଝର ସଦରଥାନା ଅଞ୍ଚଳରେ ଟ୍ରକ୍‌-ହାଇଓ୍ବା ଦୁର୍ଘଟଣା: ଜଣେ ମୃତ

କେନ୍ଦୁଝର:୬।୭ (ସ୍ବ.ପ୍ର.): କେନ୍ଦୁଝର ସଦରଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ଛକ ନିକଟରେ ଶନିବାର ସକାଳ ପ୍ରାୟ ୬ଟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ ବୋଝେଇ ଟ୍ରକ(ଓଡି-୦୪-ଏଚ୪୩୧୩) ଯୋଡ଼ା ଆଡୁ ଆସୁଥିବା ବେଳେ ବାଲିଆ ଗୋଡ଼ା ଛକ ନିକଟରେ ଏକ ହାଇୱାକୁ ଓଭର ଟେକ୍‌ କରିବାକୁ ଯାଇ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଲୁହାକଟା ଯନ୍ତ୍ରରେ କାଟି ମୃତ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri