କେନ୍ଦୁଝର ଜିଲାରେ ୮ କରୋନା ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ତତ୍ପର

କେନ୍ଦୁଝର,୨୬।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲା ମୁଖ୍ୟାଳୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ସ୍ଥାନୀୟ ନିହାଲ ସିଂ ଛକ ନିକଟ କିମିରିଡୋଲି ସାହିରେ ରହୁଥିବା ଜଣେ ସ୍ବାସ୍ଥ୍ୟ ବିଭାଗ ଗାଡି ଚାଳକଙ୍କ କରୋନା ହୋଇଥିବା ଜଣାପଡିବା ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। କିମିରିଡୋଲି ସାହିର ସମସ୍ତ ଯାତାୟତ ପଥକୁ ସିଲ୍‌ କରିଦିଆଯାଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ଗ୍ରହଣ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଟିମ ଉକ୍ତ ରୋଗୀଙ୍କ ସହ ଆଲୋଚନା କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ସେ ଆମ୍ବୁଲାନ୍ସ ଚାଳକ ଥିବା ବେଳେ ଘରେ ରହୁଥିଲେ ଓ ବୁଲାବୁଲି କରୁଥିଲେ। ଏଣୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଅନୁମାନ କରାଯାଉଛି। ସେହିପରି ବିହାରରୁ ଫେରି ବଂଶପାଳ ବ୍ଲକ ଶୁଆକାଟିସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବାପା ଓ ଝିଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେହିପରି ପାଟଣା ବ୍ଲକ ଚେମଣାରେ ଜଣେ, ଘଷିପୁରା ବ୍ଲକ ଖାଲପାଳ, ଆନନ୍ଦପୁର ବ୍ଲକ ଧକୋଠା, ହରିଚନ୍ଦନପୁର ବ୍ଲକ ଜିରାଙ୍ଗ, ହାତଡ଼ିହି ବ୍ଲକ ଆଇତିପୁର ଗ୍ରାମରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଘଷିପୁରା ବ୍ଲକର ରୋଗୀ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ଜଣାପଡିଛି। ତନ୍ମଧ୍ୟରୁ ଦୁଇ ଜଣ ବାହାରେ ଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଯାଞ୍ଚ ଚାଲିଛି। ସେଥିରୁ ଦୁଇ ଜଣ ଗୁଜୁରାଟ ଫେରନ୍ତା, ଦୁଇ ଜଣ ବିହାର ଫେରନ୍ତା, ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ସ୍ଥାନୀୟ ଯୋଗାଯୋଗରେ ବ୍ୟାପିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣ ଚିତା ଲାଗି ହେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୨ା୮(ସ୍ବ.ପ୍ର.)- ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପରିଚିତ କଣ୍ଟିଲୋର ନୀଳମାଧବ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତା ଲାଗି କରାଯାଇଥିଲା...

୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ ଅଫିସ, ୫ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ...

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି।...

ମହିଳାଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩୧ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଜଣେ ରୋଗୀଙ୍କ ମୃତ୍ୟୁ...

ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ...

ପ୍ରଥମ ହରିଶ୍ଚନ୍ଦ୍ର ସହାୟତା ଦେଲେ ସରପଞ୍ଚ

ଫୁଲବାଣୀ ଅଫିସ, ୩୦ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଦୁର୍ଗମ କୋଏରମାଣ୍ଡୁ ପଞ୍ଚାୟତରେ ଏ ପର୍ଯ୍ୟନ୍ତ କୌଣସି ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇ ନ...

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର...

ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ...

Advertisement
Archives

Model This Week