କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ଏହି କ୍ରମରେ ପାଟଣା ଥାନା ପାଟଣା ସାହାରପଡା ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୨୦ ହଳଦୀବଟା କାଜୁ ଜଙ୍ଗଲ ନିକଟରେ ମଙ୍ଗଳବାର ଅପରାହ୍ନରେ ଜଣେ ସାଇକେଲ ଆରୋହୀ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସାହାରପଡା ବ୍ଲକ ଗଣ୍ଡବେଡା ପଞ୍ଚାୟତ ଲକ୍ଷ୍ମୀପଶି ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତ। କୃଷ୍ଣଚନ୍ଦ୍ର ବ୍ୟାଙ୍କରୁ ୧ଲକ୍ଷ ୯୩ ହଜାର ଟଙ୍କା ଉଠାଇ ନେଇ ଯାଉଥିବା ବେଳେ ଲୁଟ୍‌ ହୋଇଛି।

କୃଷ୍ଣଚନ୍ଦ୍ର ଗାଁରେ କରିଥିବା ଏକ ଠିକାଦାରୀ କାମର ଅର୍ଥ ବଡ଼ବିଲାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଉଠାଇଥିଲେ। ସାଇକେଲ ଯୋଗେ ନେଇ ଗାଁକୁ ଯାଉଥିବା ବେଳେ ଉକ୍ତ ଜଙ୍ଗଲ ନିକଟରେ ଏକ କଳା ବାଇକରେ ଦୁଇଜଣ ଯୁବକ ତାଙ୍କୁ ମୁଥ ମାରି ଟଙ୍କା ଥିବା ବ୍ୟାଗ୍‌ ଛଡାଇ ନେଇ ତିଳବେଡ଼ା ଆଡ଼କୁ ଦ୍ରୁତ ଗତିରେ ଚାଲିଯାଇଥିଲେ। ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ପାଟଣା ଥାନା ଅଧିକାରୀ ପୁଷ୍ପାଞ୍ଜଳୀ ସାମନ୍ତରାୟ ଓ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ପହଞ୍ଚି ତନାଘନା କରିଥିଲେ ହେଁ ଲୁଟେରାଙ୍କ କୌଣସି ଟେର୍‌ ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଲୁଟେରାମାନେ ପର୍ବ ପର୍ବାଣୀରେ ଆତଙ୍କ ଖେଳାଇବା ପରେ ପଡ଼ୋଶୀ ରାଜ୍ୟରେ ଆଶ୍ରୟ ନେଉଛନ୍ତି। ତେଣୁ ଜିଲା ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହେଉନାହିଁ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା ସେଲ୍‌ଫି ନିଶା

ପାରଳାଖେମୁଣ୍ଡିି,୧୬।୧୨: ସେଲ୍‌ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍‌ ସ୍ପେଶାଲ ଟ୍ରେନ ଉପରେ...

୪ ହାଇଓ୍ବେ ଲୁଟେରା ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟପାଟ କରୁଥିବା ୪ ହାଇଓ୍ବେ...

କେନ୍ଦ୍ର ବଦଳାଇପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନ କରିବାକୁ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮:ପୁରସ୍କାର ଦୌଡ଼ରେ ୨୦ ଫିଲ୍ମ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ପାଇଁ ମୋଟ ୨୦ଟି ଫିଲ୍ମ ଆବେଦନ କରିଥିବାବେଳେ ବିଭିନ୍ନ ବିଭାଗରେ ଏହି ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଓଡ଼ିଆ ଫିଲ୍ମର...

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର...

ସ୍ବାସ୍ଥ୍ୟ ଭିତ୍ତିଭୂମି ତ୍ୱରାନ୍ବିତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ...

ଏ ବର୍ଷ ଚାଷୀଙ୍କୁ ୯ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିନା ସୁଧ ହାରରେ ଚାଷୀଙ୍କୁ ୫୦ହଜାର ଯାଏ କୃଷି ଋଣ ଯୋଗାଇ ଦିଆଯାଉଛି। ସେହିଭଳି ୫୦ହଜାରରୁ ୩ ଲକ୍ଷ...

ଆଜିଠୁ ଏମ୍‌ସରେ ଏକ୍‌ମୋ ସେବା

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଗୁରୁବାରଠାରୁ ଏକ୍‌ମୋ ସେବା ଆରମ୍ଭ ହେବ। କାର୍ଡିଓଲୋଜି, ଆନାସ୍ଥେସିଆ, ପଲ୍‌ମୋଲୋଜି, ଶିଶୁରୋଗ ଆଦି ବିଭାଗର...

Advertisement


Archives

Model This Week

Why Dharitri