କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ

କେନ୍ଦୁଝର, ୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ ବୁଧବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ହୋଇଛି। ସଦର ବ୍ଲକର ଶଙ୍କିରୀ ଗ୍ରାମ ପଞ୍ଚାୟତର ପୋଟଳ ଗଁାରେ ପବନ ଓ କୂଆପଥର ମାଡରେ ଜହ୍ନି, ବିଲାତି, କୋବି, ରୁମାଛୁଇଁ ଆଦି ପନିପରିବା ନଷ୍ଟ ହୋଇଛି। ଏହି କୂଆପଥର ମାଡରେ ଏକାଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ପାଟଣା ବ୍ଲକର ବାଉଁଶୂଳୀ, ଭଅଁରପୁର, ଖିରେଇଟାଙ୍ଗିରୀ, ଭୁଲୁଦା, ରେଙ୍ଗାଳବେଡା, ଅଙ୍ଗିକଳା, ଚିଲିଦା ଅଞ୍ଚଳରେ ମଧ୍ୟ କୂଆପଥର ମାଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri