କେନ୍ଦୁଝରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟଣା ବ୍ଲକରୁ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ ଚମ୍ପୁଆ ବ୍ଲକରୁ ଜଣେ ଓ ବଡ଼ବିଲରୁ ଜଣେ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକରୁ ଚିହ୍ନଟ ଆକ୍ରାନ୍ତ ଦ୍ୱୟ ଗୁଜୁରାଟରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଚମ୍ପୁଆ ବ୍ଳକରୁ ଚିହ୍ନଟ ଆକ୍ରାନ୍ତ ତାମିଲନାଡୁରୁ ଓ ବଡବିଲରୁ ଚିହ୍ନଟ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିଲେ। ଉଭୟ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଏହି ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରଗୁଡ଼ିକର କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚିହ୍ନଟମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି । ଅଦ୍ୟାବଧି ୮ଜଣ କରନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଘେରିଲେ ଗ୍ରାମବାସୀ

ପାପଡ଼ାହାଣ୍ଡି୬।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟରେ ସ୍ବଚ୍ଛ ଭାରତ ଯୋଜନା ନାମରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ବୁଧବାର ଘେରିଛନ୍ତି ଗ୍ରାମବାସୀ। ବ୍ୟକ୍ତିଙ୍କ...

ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ...

୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ

କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ମାସର ଦରମା ଦେଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ,୨୬।୩: କରୋନା ମୁକାବିଲା ଲାଗି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଗୁରୁବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ଏ...

ନିଶା କବଳରେ ଯୁବପିଢ଼ି

ଖୋର୍ଦ୍ଧା ଅଫିସ,୨୬ା୧୧: ଖୋର୍ଦ୍ଧାରେ ନିଶା କାରବାର ବଢିଚାଲିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚେର ଲମ୍ବିଛି। ବାଲେଶ୍ୱର, ଭୁବନେଶ୍ୱର ପ୍ରଭୃତି ସ୍ଥାନରୁ ବ୍ରାଉନସୁଗାର ଆସୁଛି। ବିଶେଷକରି ବେକାର...

ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି।...

ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ: ଡିଏଫ୍‌ଓ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସହର ଗଣେଶ ବଜାର ନିକଟ ଫରେଷ୍ଟ କଲୋନୀ ବୋମା ବିସ୍ଫୋରଣ ଘଟଣାରେ ଥାନାରେ ମାମଲା (ନଂ.୨୭୨/୨୦) ରୁଜୁ ହେବା ପରେ...

ଦେଶୀ ମଦ ଜବତ: ନାଏବ ସରପଞ୍ଚ ଗିରଫ

ଭଦ୍ରକ ଅଫିସ,୨୨ା୪: ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଛିପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ୪୦...

Advertisement
Archives

Model This Week