Posted inଖେଳ

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ କେନିନ୍‌ ଓ ସ୍ପେନ୍‌ର ୩୨ତମ ସିଡ୍‌ ଖେଳାଳି ଗାର୍ବାଇନ୍‌ ମୁଗୁରୁଜା ପରସ୍ପରକୁ ଭେଟିବେ। କେନିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ୭-୬, ୭-୬ ସେଟ୍‌ରେ ବିଶ୍ୱର ୧ ନମ୍ବର ମହିଳା ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପୂର୍ବରୁ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁଗୁରୁଜା ୭-୬, ୭-୫ ସେଟ୍‌ରେ ଚତୁର୍ଥ ସିଡ ରୋମାନିଆର ସାଇମୋନା ହାଲେପ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
୨୧ ବର୍ଷିୟା କେନିନ୍‌ ତାରକା ଖେଳାଳିମାନଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରିଛନ୍ତି। ଶ୍ରେଷ୍ଠ ୧୦ ସିଡେଡ ଖେଳାଳିଙ୍କ ମଧ୍ୟରୁ ୬ ଜଣ ପରାସ୍ତ ହୋଇ ତୃତୀୟ ରାଉଣ୍ଡରେ ହିଁ ବିଦାୟ ନେଇଥିଲେ। ମସ୍କୋ ଜନ୍ମିତ କେନିନ୍‌ ଗୁରୁବାର କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିଥିଲେ। ଫାଇନାଲରେ ପରାସ୍ତ ହେଲେ ମଧ୍ୟ କେନିନ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିବେ। ଏବେ ସେ ୧୫ତମ ସ୍ଥାନରେ ରହିଛନ୍ତି। ଫାଇନାଲରେ ମୁଗୁରୁଜାଙ୍କୁ ହରାଇଲେ ସେ ଟାଇଟଲ ହାସଲ କରି ସପ୍ତମ ସ୍ଥାନ ଅଧିକାର କରିବେ। ୧୨ ମାସ ତଳେ କେନିନ ହୋବାର୍ଟରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଥିଲେ।
ଅନ୍ୟପଟେ ମୁଗୁରୁଜା ଫାଇନାଲରେ ଫେଭରାଇଟ ବିବେଚିତ ହେଉଛନ୍ତି। ଅଭିଜ୍ଞତା ଦୃଷ୍ଟିକୋଣରୁ ସେ କେନିନ୍‌ଙ୍କଠାରୁ ଦୁଇପାଦ ଆଗରେ ରହିବେ। ମୁଗୁରୁଜା ପୂର୍ବରୁ ୨୦୧୬ରେ ଫ୍ରେଞ୍ଚ୍‌ ଓପନ ଓ ୨୦୧୭ରେ ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ତେବେ ସେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଫାଇନାଲ ଖେଳିବାକୁ ଯାଉଛନ୍ତି। ଫାଇନାଲରେ ପହଞ୍ଚିବା ପୂର୍ବରୁ ମୁଗୁରୁଜା ଟପ୍‌ ୧୦ ସିଡେଡ ଖେଳାଳିଙ୍କ ମଧ୍ୟରୁ ୩ଜଣକୁ ପରାସ୍ତ କରିଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ସେତେଟା ସହଜ ହେବନାହିଁ ଓ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଫେରିପାରନ୍ତି ପୃଥ୍ବୀ

ଲଣ୍ଡନ,୮।୧୧- ଡୋପ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ...

ଚାଷୀ ଝିଅ ଶୁଚିସ୍ମିତା ଓଡ଼ିଶା ମହିଳା କ୍ରିକେଟର ଉଜ୍ଜ୍ୱଳ ତାରକା

ରସୁଲପୁର,୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ଚନ୍ଦ୍ରମଣୀ ପଣ୍ଡାଙ୍କ ଝିଅ ଶୁଚିସ୍ମିତା ପଣ୍ଡା ୧୯ବର୍ଷରୁ କମ୍‌ ଓଡ଼ିଶା ମହିଳା...

ଖୁସ୍‌ଦିଲ ୩ ସପ୍ତାହ ଖେଳି ପାରିବେନି

ଡର୍ବି, ୨୦ା୭ (ପି.ଟି.)-ପାକିସ୍ତାନ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହାଙ୍କ ବାମ ବୃଦ୍ଧାଙ୍ଗୁଳିର ହାଡ଼ ଭାଙ୍ଗିଯାଇଛି। ଫଳରେ ସେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ।...

ସ୍ତ୍ରୀ, ଝିଅ ଫଟୋ ଶେୟାର କରି ଭାବପ୍ରବଣ ହେଲେ ବିରାଟ କୋହଲି

ସାରା ବିଶ୍ୱରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ବିଶେଷ ଦିନରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳାମାନଙ୍କୁ...

ଛେତ୍ରୀଙ୍କ ସ୍ଥାନ ପୁରଣ କରିବେ ସାହାଲ

କୋଲକାତା, ୩୧ା୫ (ପି.ଟି.)-ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ପରେ କେରଳ ବ୍ଳାଷ୍ଟର୍ସର ଯୁବ ଖେଳାଳି ସାହାଲ ଅବ୍‌ଦୁଲ ସମାଦ ତାଙ୍କ ସ୍ଥାନ ପୁରଣ କରିବେ ବୋଲି...

‘ୟୁନିଭର୍ସ ବସ’ଙ୍କୁ ଭେଟି ଟ୍ରୋଲ ହେଲେ ମାଲ୍ୟା

ନୂଆଦିଲ୍ଲୀ,୨୨।୬: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ତଥା ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା କ୍ରିସ ଗେଲ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ପୂର୍ବତନ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ...

ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ...

କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ ପାଇଁ ନିବେଦନ

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଥିବା ଅଷ୍ଟ୍ରେଲିଆ ଓ ଇଂଲିଶ ଷ୍ଟାର ଖେଳାଳିମାନେ କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ କରିବା ଲାଗି...

Advertisement
Archives

Model This Week