କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଶନିବାର ଗଡ଼ ଓ କଅଁଳଖୁଣ୍ଟା ଗ୍ରାମର ଅଧିବାସୀମାନେ କାର୍ଯ୍ୟକୁ ବନ୍ଦ ରଖିଥିଲେ। ପରେ ଅପରାହ୍ନରେ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରି କାର୍ଯ୍ୟ ଠିକ୍‌ ଭାବେ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।

ପ୍ରକାଶ ଯେ, କେନାଲର ୪୫୦ମିଟର ଅଂଶର କଂକ୍ରିଟ ଓ ତତ୍‌ସଂଲଗ୍ନ ୨୦ମିଟର ଆପ୍ରୋଚ ରୋଡ ନିର୍ମାଣ ପାଇଁ ଆନୁମାନିକ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଠିକାଦାର କେନାଲ କାର୍ଯ୍ୟ ସାରି ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି। ଏବେ କଂକ୍ରିଟ କାମ ପୂରା ଶେଷ ନ ହେଉଣୁ ୨ପାର୍ଶ୍ୱ କଂକ୍ରିଟର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ସେପଟେ ରାସ୍ତା କାମ ଆରମ୍ଭରେ ବିନା ରୋଲରେ ମେଟାଲିଂ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଗ୍ରାମର କ୍ଷୀରୋଦ ମହାନ୍ତି ଓ ଲମ୍ବୋଦର ବେହେରା ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ଯନ୍ତ୍ରୀମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁ ଠିକାଦାରଙ୍କ ଏହି ବେପରୁଆ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଯୋଗାଉଥିବା ଗ୍ରାମର ଶୂଳିଚରଣ ସେଣ୍ଡ, ଡମ୍ବରୁଧର ନାୟକ, ଜଗବନ୍ଧୁ ବେହେରା, ଗଙ୍ଗାଧର ବେହେରା, ପ୍ରଫୁଲ୍ଲ ବାରିକ ଓ ସୁରେନ୍ଦ୍ର ସ ପ୍ରମୁଖ ଅଭିଯୋଗ କରିଛନ୍ତି। ଯଦି ପୁଣି ନିମ୍ନମାନର କାର୍ଯ୍ୟ ଚାଲୁରହେ ତେବେ ଗଣଧାରଣା ଦିଆଯିବ ବୋଲି ଗ୍ରାମର ନବକିଶୋର ବାରିକ, ଶ୍ରୀଧର ପରିଡା, ଶିତିକଣ୍ଠ ପଣ୍ଡା, ପ୍ରହଲ୍ଲାଦ ଦେଉରୀ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଯନ୍ତ୍ରୀଙ୍କୁ ଯେଗାଯୋଗ କରାଯିବାରେ ଗ୍ରାମବାସୀ ଯେଉଁଭଳି ଭାବେ ଚାହୁଁଛନ୍ତି ସେହିଭଳି ଭାବେ କାର୍ଯ୍ୟ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଙ୍କାଗୁଣ୍ଡ ପକାଇ ୧.୬୬ଲକ୍ଷ ଲୁଟ୍‌ ଅଭିଯୋଗ

ଚାନ୍ଦବାଲି, ୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ସୋମବାର ଅପରାହ୍ନରେ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ...

ନବବଧୂଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି

ଖଇରା,୨୦ା୩(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରୁଗଁା ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ଜଣେ ନବବଧୂଙ୍କୁ ଦଉଡ଼ିରେ ବାନ୍ଧି ଦୁଇ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଓ...

ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ...

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ...

ଖଇରାରେ ପଜିଟିଭ୍‌, ମାର୍କୋଣାରେ ନେଗେଟିଭ୍‌

ଖଇରା,୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ପରୀକ୍ଷାକୁ ନେଇ ଲୋକଙ୍କ ମନରେ ସଂଶୟ ଦେଖାଦେଇଛି ା ଗୋଟେ ପରୀକ୍ଷାରେ ପଜିଟିଭ ବାହାରୁଥିବା ବେଳେ ଅନ୍ୟ ସ୍ଥାନରେ...

ଘାରିଛି ବିକ୍ରି ଚିନ୍ତା: ଚିନ୍ତାରେ ଚିନାବାଦାମ ଚାଷୀ

ଜଳେଶ୍ୱର,୫ା୫-ଚଳିତବର୍ଷ ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା ଅନ୍ତର୍ଗତ ୩ଟି ବ୍ଲକ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇରେ ୭୦ଭାଗ ଚିନାବାଦାମ ଅମଳ ସରିଥିଲେ ମଧ୍ୟ ବିକ୍ରି...

ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଅଭିଯୋଗ: ଜିଲାପାଳଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର ଅଫିସ,୨୭।୮: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ରନ୍ଧା ଖାଦ୍ୟ ନିମ୍ନମାନର ନେଇ ସୋମବାର ରାତିରେ ରୋଗୀଙ୍କ ସମ୍ପର୍କୀୟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...

Advertisement
Archives

Model This Week