କେନାଲରେ ଆସିନି ପାଣି, ଶୁଖିଲାଣି ୭୦ ପ୍ରତିଶତ ତଳି ଘେରା

ରଘୁନାଥପୁର,୨୬ା୭(ଡି.ଏନ୍‌.ଏ.): ଶ୍ରାବଣ ମାସରେ ମଧ୍ୟ ଆଶାନୁରୂପ ବର୍ଷା ନାହିଁ। ଫଳରେ ଚଳିତ ଖରିଫ ଋତୁରେ ଧାନଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ମାଛଗଁା କେନାଲ ନଂ.୬, ୭ ଓ ୮ରେ ପାଣି ଆସୁ ନ ଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଏହି ଅଞ୍ଚଳରେ ଅଳ୍ପ କେତେକ ଜମିକୁ ଛାଡ଼ିଦେଲେ ପ୍ରାୟ ୭୦ ପ୍ରତିଶତ ତଳି ଘେରା ଜଳ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ଧାର୍ଯ୍ୟ ସମୟରେ ଧାନ ଚାଷ ନ ହୋଇପାରିଲେ ବର୍ଷକ ଆହ। ର କିପରି ଯୋଗାଡ଼ କରିବେ ତାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଜଳସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଓ ଅପାରଗତାକୁ ଦାୟୀ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି ଯେ, ଖରିଫ ଋତୁରେ କେନାଲରେ ପାଣି ସମସ୍ୟାକୁ ଆଖି ଆଗରେ ରଖି ଯଥେଷ୍ଟ ପୂର୍ବରୁ ଏହାର ପ୍ରତିକାର ପାଇଁ ଜଳସମ୍ପଦ ଓ ଡ୍ରେନେଜ୍‌ ବିଭାଗକୁ ସତର୍କ କରାଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ପରିଣାମ ସ୍ବରୂପ ଜଳସେଚନ ସୁବିଧା ଥାଇ ମଧ୍ୟ ୬, ୭ ଓ ୮ ନଂ. କେନାଲ ତଥା ଏହାର ଶାଖା ଓ ଉପଶାଖା କେନାଲରେ ପାଣି ଆସୁନାହିଁ। ସଙ୍ଗଠନର କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା କହିଛନ୍ତି ଯେ, କେନାଲ ଠିକ୍‌ ସମୟରେ ସଫେଇ କରାଯାଇନାହିଁ। ବିଭିନ୍ନ ସ୍ଥାନରେ ନିର୍ମିତ ପୋଲ ପାଇଁ କେନାଲ ମଧ୍ୟରେ ମାଟି ପକାଇ ରଖାଯାଇଛି। ସାତପୁରାରୁ ବାହାରିଥିବା ୬ନଂ. ମାଇନର କେନାଲର ୧୨ଟି ରାଜସ୍ବ ଗ୍ରାମ, ନୂଆଦାରୁ ବାହାରିଥିବା ୭ ନଂ. କେନାଲର ୨୦ଟି ରାଜସ୍ବ ଗ୍ରାମ ଓ ଶେଖପାଟଣାରୁ ବାହାରିଥିବା ୮ ନଂ. କେନାଲର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ମାତ୍ର ୧୦ ପ୍ରତିଶତ ଚାଷ କାର୍ଯ୍ୟ ହୋଇପାରିଛି। ଏ ସମ୍ପର୍କରେ ୬ ଓ ୭ ନଂ. କେନାଲ ଦାୟିତ୍ୱରେ ଥିବା ଏସ୍‌ଡିଓ ଦଳପତି ମଣ୍ଡଳ ଉଭୟ ଚାଷୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଇଛି। କେନାଲ ସଫେଇ କାର୍ଯ୍ୟ ପାଣି ପଞ୍ଚାୟତ ଦାୟିତ୍ୱରେ ଥିଲା। ସେମାନେ ସଫେଇ କରିବାରେ ବିଳମ୍ବ କରିବାରୁ ପାଣି ଛାଡ଼ିବାରେ ଡେରି ହେଲା। ସେହିପରି ଦାୟିତ୍ୱରେ ଥିବା ଯନ୍ତ୍ରୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରି ନ ଥିବା ଏସ୍‌ଡିଓ ମଣ୍ଡଳ ସ୍ବୀକାର କରିଛନ୍ତି। ଜଳସମ୍ପଦ ବିଭାଗ ଏକଜିକ୍ୟୁଟିଭ ଇଞ୍ଜିନିୟର ଉମାକାନ୍ତ ମହାନ୍ତି ବ୍ୟାରେଜ୍‌ରୁ ଆବଶ୍ୟକ ମୁତାବକ ପାଣି ଆସୁ ନ ଥିବା ଏବଂ ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟା ଦେଖାଦେବ ବୋଲି ପ୍ରକାଶ କରିଛନ୍ତି। ତେବେ କେନାଲରେ ଛଡ଼ା ଯାଉଥିବା ପାଣିକୁ ଠିକ୍‌ ଭାବେ ବିନିଯୋଗ କରିବାକୁ ମହାନ୍ତି ପାଣି ପଞ୍ଚାୟତଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ କୃଷକ ସଙ୍ଗଠନ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri