କେତେ ସୁରକ୍ଷିତ ଜୈବିକ ଖାଦ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର

ପନିପରିବାକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କୃଷି କ୍ଷେତ୍ରରେ କୀଟନାଶକ ଔଷଧର ବ୍ୟବହାର କରାଯାଉଛି। ହେଲେ ଏହି ରାସାୟନିକ ଔଷଧର ଖରାପ ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ୁଥିବାରୁ ଏବେ ଜୈବିକ ପନିପରିବା ଉପତ୍ାଦନ କରାଯାଉଛି। ରାସାୟନିକ ସାର ବଦଳରେ ଜୈବିକ ସାର ଦେଇ ଉପତ୍ାଦନ କରାଯାଉଛି ପନିପରିବା ଓ ଫଳ ଇତ୍ୟାଦି। ନିକଟରେ ଏକ ସ୍ବାସ୍ଥ୍ୟ ପତ୍ରିକାର ଅଧ୍ୟୟନରୁ ଯାହା ଜଣାଯାଏ ଜୈବିକ ପନିପରିବାରେ ଯେତିକି ମାତ୍ରାରେ କୀଟନାଶକ ବ୍ୟବହାର କରାଯାଉଛି, ତା’ଠାରୁ ଢେର ଗୁଣା କମ୍‌ କୀଟନାଶକ ଅଣ-ଜୈବିକ ପନିପରିବାରେ ବ୍ୟବହାର କରାଯାଉଛି।
ଦିନସାରା ଅବିରତ କାମ କରିବା ପାଇଁ ଶରୀରକୁ ଦରକାର ଶକ୍ତି। ସୁଷମ ଖାଦ୍ୟ ହିଁ ଶରୀରକୁ ଶକ୍ତି ଯୋଗାଇବା ସହିତ ଆମକୁ ସତେଜ ରଖିଥାଏ। କିନ୍ତୁ ଆଜିକାଲି ବଜାରରେ ଯେଉଁସବୁ ପନିପରିବା, ଫଳ ଆଦି ମିଳୁଛି ତାହା କେତେ ଶୁଦ୍ଧ ତାହା ଆମେ ଜାଣିନାହୁଁ । ଚାଷ ସମୟରେ ଅଧିକ ଅମଳ ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ପ୍ରୟୋଗ କରିଥାଆନ୍ତି। ପନିପରିବା ଓ ଫଳମୂଳ ଚାଷ ହେବା ସମୟରେ ଯେଉଁ କୀଟନାଶକ ଔଷଧ ବ୍ୟବହାର କରାଯାଏ ତାହା ପରିବା ଉପତ୍ାଦନ ହେବା ପର୍ଯ୍ୟନ୍ତ ସେଥିରେ ରହିଥାଏ। ଆମେ ଏଗୁଡ଼ିକୁ ଖାଇବା ପରେ ଏହା ଆମ ଶରୀର ମଧ୍ୟକୁ ଯାଇ ନାନା ରୋଗ ସୃଷ୍ଟି କରିଥାଏ। କିନ୍ତୁ ଆମେ ତାହା ଜାଣିବା କଷ୍ଟକର ହୋଇଥାଏ। ପନିପରିବା ଫଳମୂଳରେ କେତେ ପରିମାଣର ବିଷାକ୍ତ ପଦାର୍ଥ ରହିଛି, ତାହା ଉପରେ ନିକଟରେ ଏକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ସାଧାରଣତଃ ଯେଉଁ ଲୋକ ବିଷପାନ କରିଥାଏ ସେ ବିଷକୁ ବାହାର କରିବା ପାଇଁ ପଟାସିୟମ ପରମାଙ୍ଗାନେଟ ପାଣି ଉକ୍ତ ବ୍ୟକ୍ତିଙ୍କୁ ଦେଲେ ତାଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।
କିଛି ପରିମାଣର ପଟାସିୟମ ପରମାଙ୍ଗାନେଟ ପକାଇ ସେଥିରେ ସବୁଜ ପନିପରିବାକୁ ପକାନ୍ତୁ। ମାତ୍ର ୩୦ରୁ ୪୦ ସେକେଣ୍ଡ ମଧ୍ୟରେ ପରିବାରେ ଥିବା ବିଷାକ୍ତ ପଦାର୍ଥ ପୃଥକ୍‌ ହୋଇଯିବ। ଏହା ସହ ବାଇଗଣୀ ରଙ୍ଗର ପଟାସିୟମ ପାଣି ସଙ୍ଗେ ସଙ୍ଗେ ଧଳା ହୋଇଯିବ। ସାଧାରଣତଃ ଆମେ ଯେଉଁ ପନିପରିବା ଓ ଫଳମୂଳ ଖାଉଛେ, ସେଥିରେ ୯୯ ପ୍ରତିଶତ ବିଷାକ୍ତ ପଦାର୍ଥ ରହିଛି। ଅଧିକ ଅମଳ ପାଇଁ ପନିପରିବା, ଫଳ ଆଦି ଚାଷ ସମୟରେ କୀଟନାଶକ ପ୍ରୟୋଗର ଆବଶ୍ୟକତା ରହିଛି। ପନିପରିବା, ଫଳ ଆଦି ଉପତ୍ାଦନ କରନ୍ତି, ସେଗୁଡ଼ିକରେ କେତେ ପରିମାଣର ବିଷାକ୍ତ ପଦାର୍ଥ ରହିଛି ତାହା ନ ଜାଣି ସିଧାସଳଖ ତୋଳି ବଜାରରେ ଚାଷୀ ବିକ୍ରି କରିଥାନ୍ତି। କୀଟନାଶକ ପଦାର୍ଥ ଜୈବିକ ହେଲେ କୌଣସି ସମସ୍ୟା ନାହିଁ। କିନ୍ତୁ ଚାଷୀମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ସେମାନେ ରାସାୟନିକ କୀଟନାଶକ ବ୍ୟବହାର କରୁଛନ୍ତି; ଯାହା କେବଳ ପ୍ରାଣିଜଗତ ପାଇଁ କ୍ଷତିକାରକ ତାହା ନୁହେଁ ପରିବେଶ ପାଇଁ ମଧ୍ୟ ହାନିକାରକ। ସେହିପରି ଶାଗଜାତୀୟ ଫସଲ ବୃଦ୍ଧି ନିମନ୍ତେ ଚାଷୀମାନେ ୟୁରିଆକୁ ପତ୍ର ଛିଞ୍ଚା କରି ସ୍ବଳ୍ପ ଦିନ ବ୍ୟବଧାନରେ ବଜାରରେ ବିକ୍ରି କରିଥାନ୍ତି।
ଏଥିରେ ଥିବା ୟୁରିଆ ବିଭିନ୍ନ ପେଟ ରୋଗର କାରଣ ହୋଇଥାଏ । ସେହିପରି ବଜାରରୁ କିଣିଥିବା ଲଙ୍କା, ବନ୍ଧାକୋବି, ଧନିଆପତ୍ର, ପୋଦିନାପତ୍ର, ଫୁଲକୋବି ଆଦି ପନିପରିବାରେ ବହୁ ପରିମାଣରେ ବିଷଥିବା ନେଇ ବିଭିନ୍ନ ଜର୍ନାଲରେ ଗବେଷଣାତ୍ମକ ଲେଖା ପ୍ରକାଶ ପାଇଛି। ଏପରି କି କଞ୍ଚା ଖାଉଥିବା ପିଆଜରେ ମଧ୍ୟ ବିଷାକ୍ତ ପଦାର୍ଥ ଥିବା ଜଣାପଡ଼ିଛି। ଏହି ବିଷ ପ୍ରୟୋଗ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡ଼ି କୀଟପତଙ୍ଗ ଓ ପଶୁପକ୍ଷୀ ଏହାକୁ ଖାଇ ବିଲୁପ୍ତ ହେବାରେ ଲାଗିଲେଣି।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଅଣ-ଜୈବିକ ପନିପରିବା ପରିବର୍ତ୍ତେ ଜୈବିକ ପନିପରିବା ସ୍ବାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ। ପନିପରିବାକୁ ସତେଜ ଏବଂ ରୋଗମୁକ୍ତ କରି ରଖିବା ପାଇଁ ଅନେକ ଜୈବିକ ଫାର୍ମଗୁଡ଼ିକରେ ମାତ୍ରାଧିକ କୀଟନାଶକ ବ୍ୟବହାର କରାଯାଉଛି ଏବଂ ସେହି ମାତ୍ରାଧିକ କୀଟନାଶକ ମିଶା ପନିପରିବାକୁ ରାସାୟନିକ ସାର ମୁକ୍ତ ବା ଜୈବିକ ପନିପରିବାର ଟ୍ୟାଗ ଲଗାଇ ଲାଭ ପାଇଁ ବଜାରରେ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।
ଅନ୍ୟ ଅର୍ଥରେ କହିଲେ ଲୋକମାନେ ଯେଉଁ ଜୈବିକ ପରିବାକୁ ବହୁତ ସୁରକ୍ଷିତ ଭାବୁଥିଲେ, ତାହା ଏବେ ମିଛ ବୋଲି ପ୍ରମାଣିତ ହୋଇଯାଇଛି।
ତେବେ ଏ ସମ୍ପର୍କରେ ଭାରତୀୟ ଶସ୍ୟ ସୁରକ୍ଷା ସଂସ୍ଥାନ ପକ୍ଷରୁ ସୂଚନା ଅଧିକାରକୁ ଯେଉଁ ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ଜାଣିବାକୁ ମିଳିଛି ଯେ ରାଜଧାନୀ ଦିଲ୍ଲୀର ବଜାରରେ ବିକ୍ରି ହେଉଥିବା ଜୈବିକ ପନିପରିବାର ୩୩ ପ୍ରତିଶତ ହେଉଛି କୀଟନାଶକଯୁକ୍ତ ପନିପରିବା। ତେବେ ଏହି ଜୈବିକ ଖାଦ୍ୟରେ କେତେ ମାତ୍ରାରେ କୀଟନାଶକ ମିିଶିଛି ସେ ସମ୍ପର୍କରେ ଜାଣିବା ପାଇଁ ଭାରତୀୟ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଦିଲ୍ଲୀର ଲୋଧି ରୋଡ଼ସ୍ଥିତ ମେହେର ଚାନ୍ଦ ବଜାରରେ ଦୋକାନଗୁଡ଼ିକରୁ ଜୈବିକ ପନିପରିବାର ନମୁନା ନିଆଯାଇଥିଲା। ଜାନୁୟାରୀ ୨୦୧୨ରୁ ଅକ୍ଟୋବର ୨୦୧୮ ମଧ୍ୟରେ ୧୭୪ଟି ପରିବା ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା। ସମୁଦାୟ ନମୁନାର କୀଟନାଶକର ମାତ୍ରା ମାକ୍ସିମମ୍‌ ରିସିଡ୍ୟୁ ଲେଭେଲ୍‌ଠାରୁ ୬.୬ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି। ଯେତେବେଳେ କି ଅଣଜୈବିକ ପନିପରିବାରେ କୀଟନାଶକର ମାତ୍ରା ଏମ୍‌ଆରଏଲ୍‌ଠାରୁ ୨.୭ ପ୍ରତିଶତ ଏବଂ ଜୈବିକ ଫଳରେ ଏହାର ମାତ୍ରା ୦.୮ ପ୍ରତିଶତ ଅଧିକ ରହିଛି। ସ୍ବାସ୍ଥ୍ୟପ୍ରତି ଲାଭଦାୟକ ଥିବା ଜୈବିକ ପନିପରିବା ପ୍ରକୃତରେ ଯେ କେତେ କ୍ଷତିକାରକ ତାହା ଏହି ପରୀକ୍ଷାରୁ ଜଣାପଡ଼ିଛି। ପରୀକ୍ଷା କରାଯାଇଥିବା ଜୈବିକ ପନିପରିବାରେ ଏସିଟାମିପ୍ରିଡ଼୍‌, କ୍ଲୋରପିରିଫସ୍‌, ସିପରମିଥ୍ରିନ୍‌, ଫ୍ଲବେନ୍‌ଡିଆମାଇଡ଼ ଏବଂ ପ୍ରୋଫିନୋଫୋସ୍‌ ପରି ବିଷାକ୍ତ କୀଟନାଶକ ମିଶିଥିବାର ଜଣାପଡ଼ିଛି।
ବିଶେଷ କରି କ୍ଲୋରପିରିଫସ୍‌, ସିପରମିଥ୍ରିନ୍‌, ଏହି ଦୁଇଟି କୀଟନାଶକର ମାତ୍ରା ଅଧିକ ରହିଥିବାର ଦେଖାଯାଇଛି। ମନୁଷ୍ୟ ଶରୀରରେ କ୍ଲୋରପିରିଫସ୍‌ର ମାତ୍ରା ଅଧିକ ରହିଲେ ବିକାଶରେ ବାଧା ସୃଷ୍ଟି ହୁଏ, ଏହି ବିଷାକ୍ତ ପଦାର୍ଥ ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ। ସେହିପରି ସିପରମିଥ୍ରିନ୍‌ କୀଟନାଶକ ଦ୍ୱାରା ମୁଣ୍ଡବ୍ୟଥା, ଦୁର୍ବଳ ମାଂସପେଶୀ, ଶ୍ୱାସକ୍ରିୟାଜନିତ ଅସୁବିଧା ହୋଇଥାଏ। ଜୈବିକ ପନିପରିବା ଖାଇବା ଶରୀର ପ୍ରତି ଲାଭଦାୟକ ସତ, କିନ୍ତୁ ସେଗୁଡ଼ିକ ପ୍ରକୃତରେ ଜୈବିକ ଉପାୟରେ ଉପତ୍ାଦିତ ହେଉଛି ନା ନାହିଁ ତାହାକୁ ତଦାରଖ କରିବା ସରକାରଙ୍କ ଦାୟିତ୍ୱ। ତେବେ ଏ କ୍ଷେତ୍ରରେ ସରକାରଙ୍କ ଉପରେ ଦୋଷ ଲଦିଲେ ଚଳିବନି, କାରଣ ଏହି ଦାୟିତ୍ୱ ସବୁ ଆମ୍ଭମାନଙ୍କର।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri