Posted inଖେଳ

କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ

ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ କହିଛନ୍ତି। କ୍ୟାରିୟରର ଶେଷ ମ୍ୟାଚ୍‌ କୋଲକାତା ତରଫରୁ ଖେଳିବାକୁ ଚାହେଁ ବୋଲି ୩୨ ବର୍ଷୀୟ ରସେଲ କେକେଆରର ଅଫିସିଆଲ ଅନଲାଇନ୍‌ ଶୋ ‘ନାଇଟ୍‌ ଅନ୍‌ପ୍ଲଗ୍‌ଡ’ରେ ଅଂଶଗ୍ରହଣ କରି କହିଛନ୍ତି। କୋଲକାତା ସହ ଖେଳି ବହୁତ ରୋମାଞ୍ଚକ ଭରା ଅନୁଭବ ପାଇଛି। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପାଇଁ ଖେଳିଛି। ତେବେ ଇଡେନ ଗାର୍ଡେନରେ କୋଲକାତା ପାଇଁ ଆଇପିଏଲ ଖେଳିବାର ରୋମାଞ୍ଚ ଓ ମଜା ଅଲଗା। ଏହି ଅନୁଭୂତିର ତୁଳନା ନାହିଁ ବୋଲି ନିଜ ହୋମ୍‌ ଗ୍ରାଉଣ୍ଡ ଇଡେନ ଗାର୍ଡେନ ସମ୍ପର୍କରେ ମତ ରଖି ରସେଲ ଏହି କଥା କହିଛନ୍ତି। ଏହି ଗ୍ରାଉଣ୍ଡରେ ମୋତେ ବହୁତ ସ୍ବାଗତ କରାଯାଇଥାଏ। ଏହା ମଧ୍ୟ ଚାପ ସୃଷ୍ଟି କରିଥାଏ। କିନ୍ତୁ ଏହା ସକାରାତ୍ମକ ଚାପ ଓ ଭଲ ଖେଳିବାକୁ ଏହା ପ୍ରେରଣା ଦେଇଥାଏ। ଇଡେନ ଗାର୍ଡେନର ଦର୍ଶକ ଆମକୁ ବହୁତ ସମର୍ଥନ କରିଥାନ୍ତି। ତେଣୁ ଏହି ଗ୍ରାଣ୍ଡରେ କୋଲକାତା ପାଇଁ ଖେଳି ଅବରସ ନେବାକୁ ଚାହେଁ। କ୍ୟାରିୟରର ଶେଷ ପର୍ଯ୍ୟନ୍ତ ଆଇପିଏଲ ଖେଳିବାକୁ ଚାହେଁ। ଗତ ୬ଟି ଆଇପିଏଲ୍‌ ସଂସ୍କରଣରେ କୋଲକାତା ପାଇଁ ନିୟମିତ ଭାବେ ଖେଳି ଆସୁଛି ଓ ଏହାକୁ ମୁଁ ବେଶ୍‌ ଉପଭୋଗ କରିଥାଏ। କେତୋଟି ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଇନିଂସରେ ସମାନ ସମର୍ଥନ ଦର୍ଶକଙ୍କଠାରୁ ମିଳିଥାଏ। ଏବର୍ଷ ମଧ୍ୟ କୋଲକାତା ପାଇଁ ଆଇପିଏଲ୍‌ ଖେଳିବାକୁ ଚାହେଁ ବୋଲି ରସେଲ କହିଛନ୍ତି। ପତ୍ନୀ ଓ କିଛି ଦିନ ତଳେ ଜନ୍ମଗ୍ରହଣ କରିଥିବା ଝିଅଠାରୁ ସେ କରୋନା ଭାଇରସ ଜନିତ ଲକ୍‌ଡାଉନ କାରଣରୁ ଦୂରରେ ରହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ଠିକ୍‌ ହୋଇଯିବ ଓ ଜୀବନଧାରା ସ୍ବଭାବିକ ହେବ ବୋଲି ରସେଲ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସକେ ପ୍ରି ସିଜନ କ୍ୟାମ୍ପରେ କାହିଁକି ଯୋଗଦେବେନି ଜାଡେଜା

ନୂଆଦିଲ୍ଲୀ, ୧୨।୮- ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଚେନ୍ନାଇରେ ଏକ ପ୍ରି-ସିଜନ କଣ୍ଡିଶନିଂ କ୍ୟାମ୍ପ...

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ...

ଅଭ୍ୟାସ ଆରମ୍ଭ କଲେ ପୂଜାରା

ରାଜକୋଟ,୫।୭: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ସେ ଘରେ ଥିଲେ।...

୪୭ ବର୍ଷରେ ପଦାର୍ପଣ କଲେ ସନ୍‌ ପୋଲକ୍‌

ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ସନ୍‌ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ...

ଆଇପିଏଲ୍‌ ଆୟୋଜନ କରିବାକୁ ଏହି ଦେଶ ଆଗ୍ରହୀ

ନୂଆଦିଲ୍ଲୀ,୬।୭(ପି.ଟି.): ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏନେଇ ଭାରତୀୟ...

ଗାଙ୍ଗୁଲି ଡାଲମିଆ ବକ୍ତୃତା ପ୍ରଦାନ କରିବେ

କୋଲକାତା,୬।୨(ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଜଗମୋହନ ଡାଲମିଆ ଆନୁଆଲ କନ୍‌କ୍ଲେଭରେ ବକ୍ତୃତା ପ୍ରଦାନ କରିବେ। ଏ ନେଇ କ୍ରିକେଟ ଆସୋସିଏଶନ...

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା: ନ୍ୟାୟ ମାଗିଲେ ଯୁବି, ଭଜି

ହାଇଦ୍ରାବାଦ,୦୧।୧୧- ନିକଟରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ, ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୋଷୀମାନଙ୍କୁ ଫାଶୀ ଦଣ୍ଡ...

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ...

Coronavirus Update


Archives

Model This Week

Why Dharitri