କୂଅକୁ ଠେଲି ଦାଦାଙ୍କୁ ହତ୍ୟା ଅଭିଯୋଗ, ପୁତୁରା ଅଟକ

ବଲାଙ୍ଗୀର ଅଫିସ, ୨୧।୧- ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସମ୍ପର୍କୀୟ କାକାଙ୍କୁ କୂଅ ଭିତରକୁ ଠେଲି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁର ଜଗଦାନନ୍ଦ ବେହେରା ମଙ୍ଗଳବାର ତାଙ୍କ କ୍ଷେତରେ ଥିବା କୂଅ ପାଖରେ ଠିଆ ହୋଇଥିବା ବେଳେ ସମ୍ପର୍କୀୟ ପୁତୁରା ବାଙ୍କନିଧି ବେହେରା ତାଙ୍କୁ କୂଅକୁ ଠେଲି ଦେଇ ନିଜେ ମଧ୍ୟ କୂଅକୁ ଲମ୍ଫ ପ୍ରଦାନ କରିଥିଲେ। କିଛି ସମୟ ପରେ କୂଅ ଭିତରେ ଜଗଦାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିି କୂଅ ଭିତରୁ ଜଗଦାନନ୍ଦଙ୍କ ମୃତଦେହ ଓ ପୁତୁରା ବାଙ୍କନିଧିଙ୍କୁ ଉଦ୍ଧାର କରିଥିଲେ। ଜଗଦାନନ୍ଦଙ୍କୁ ବାଙ୍କନିଧି ହତ୍ୟା କରିଥିବା ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ବାଙ୍କନିଧିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଅଟକ ବାଙ୍କନିଧିଙ୍କ ବିରୋଧରେ ପୂର୍ବରୁ ହତ୍ୟା ଅଭିଯୋଗ ରହିଛି। ୨୦୧୪ ମସିହାରେ ବାଙ୍କନିଧି ଏକ ଶିଶୁବଳି ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ସେ ଜାମିନରେ ବାହାରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଶ୍ରୀମନ୍ଦିରରେ ଅନ୍‌ଲାଇନ ଦର୍ଶନ ପାଇଁ ବିଚାରବିମର୍ଶ’

ପୁରୀ ଅଫିସ,୭ା୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ବିଚାର ବିମର୍ଶ ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଭକ୍ତ...

ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ, ଥାନାରେ ମାମଲା

ବାରିପଦା ଅଫିସ,୧୬ା୬- ମୟୂରଭଞ୍ଜ ଜିଲା ବାରିପଦା ତହସିଲ ଅଧୀନ ଆରଆଇ-୩ର ରାଜସ୍ବ ନିରୀକ୍ଷକ ତନ୍ମୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରାଯାଇଥିତ୍ବା ନେଇ ସୋମବାର ଟାଉନ ଥାନାରେ...

ଋଷିକୂଲ୍ୟା ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ, ୨୬।୯(ଡି.ଏନ୍‌.ଏ .): ଗଞ୍ଜାମ ଥାନା ଐତିହାସିକ ପୋତାଗଡ଼ ସ୍ଥିତ ଋଷିକୂଲ୍ୟା ନଦୀରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି l...

ଫୁଲୁଛି ବୈତରଣୀ: ଚିନ୍ତାରେ ତଳିଆ ଅଞ୍ଚଳ, ଜିଲାରେ ରେଡ ଆଲର୍ଟ

ଭଦ୍ରକ ଅଫିସ,୨୦।୮: ଭଦ୍ରକରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା...

ପାଣି ପାଇଁ ଲୋକେ ଡହଳବିକଳ

ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ...

୧୬ ରୁଟ୍‌ରେ ‘ମୋ ବସ୍‌’: ସକାଳ ୭ରୁ ସନ୍ଧ୍ୟା ୬ ଯାଏ ମିଳିବ ସେବା

ଭୁବନେଶ୍ୱର, ୧୮।୭ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା...

କୂଅରୁ ମିଳିଲା ପ୍ରଥମ ସ୍ତ୍ରୀଙ୍କ ମୃତଦେହ: ସ୍ବାମୀଙ୍କ ସହ ଦ୍ୱିତୀୟ ସ୍ତ୍ରୀ ଅଟକ

ବାରିପଦା ଅଫିସ,୧୧।୧୧: ବାରିପଦା ସଦର ଥାନା ପୋଲିସ ବୁଧବାର ଚନ୍ଦନପୁର ପଞ୍ଚାୟତ ଅଧୀନ ବୈଦ୍ୟପୁର ଗ୍ରାମର ଏକ କୂଅରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଜବତ...

ଆଦିମ ଜନଜାତି ମହିଳାଙ୍କ ପାଇଁ ‘ମମତା ଯୋଜନା’ ନିୟମ କୋହଳ: ଅବଧି ୫ ବର୍ଷ ବୃଦ୍ଧି

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି ବର୍ଗ(ପିଭିଟିଜି)ର ମହିଳାମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ କ୍ଷେତ୍ରରେ ୨୦୧୪...

Advertisement
Archives

Model This Week