କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ଶୁକଦେବ ରାଉତଙ୍କ ଘରେ ଶର୍ଟ୍‌ଶର୍କିଟରୁ ନିଆଁ ଲାଗିଯାଇଥିଲା। ପରେ ପ୍ରହଲ୍ଲାଦ ରାଉତ, ସମୀର ରାଉତ ଓ ସନ୍ତୋଷ ରାଉତଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ଏଥିରେ ଶୁକଦେବ ଓ ପ୍ରହଲ୍ଲାଦଙ୍କ ଘର ପୋଡି ଯାଇଥିବାବେଳେ ସମୀର ଓ ସନ୍ତୋଷଙ୍କ ଗୁହାଳ ଓ ରୋଷେଇ ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ନିଆଁରେ ସୁରଜ ରାଉତ, ରେବତୀକାନ୍ତ ରାଉତ, ରାଜକିଶୋର ରାଉତ, ଶିଶିର ଭୋଇ ଓ ବାବୁଲି ଭୋଇଙ୍କ ରୋଷେଇ ଓ ଗୁହାଳଘର ପ୍ରଭାବିତ ହୋଇଥିଲା। ଖବରପାଇ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ନେଇ ରବିବାର ସକାଳୁ ତହସିଲ ପକ୍ଷରୁ ଅଧିକ କ୍ଷତିଗ୍ରସ୍ତ ୪ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି। ଏହା ସହ କ୍ଷୟକ୍ଷତିର ବିବରଣୀ କଟକସଦର ଉପଜିଲାପାଳଙ୍କ ନିକଟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ସୁଧା ନାମ ପଞ୍ଜୀକରଣ ନ କଲେ ପିଏମ୍‌ କିଷାନ ଯୋଜନାରୁ ବଞ୍ଚତ୍ତ ହେବେ ଚାଷୀ

ରସୁଲପୁର,୨୦ା୯(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୨୮ପଞ୍ଚାୟତରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ରାଜ୍ୟ ସରକାରଙ୍କ କାଳିଆ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

ବୌଦ୍ଧ,୫।୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁନକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର କରୋଡକଥାଠରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ତେବେ...

ମଦ ବେପାର କରି ପୋଲିସ ହାତରେ ଶିକ୍ଷକ ଧରାପଡ଼ିବା ଘଟଣା: ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜିଲା ମଙ୍ଗଳ ଅଧିକାରୀ

ମୋରଡ଼ା,୨ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଦାନ୍ତିଆମୁହଁାସ୍ଥିତ ବିଦେଶୀ ମଦ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ମଦ ଆଣି ପୋଲିସ ହାତରେ ଧରାପଡ଼ିଥିବା ଜଣେ ଶିକ୍ଷକଙ୍କୁ...

ମାଡ୍‌ପିଟ୍‌ରେ ଜଣଙ୍କ ଜୀବନ ଗଲା

ଜମନକିରା,୩ା୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପଲି ଫାଣ୍ଡି ଅନ୍ତର୍ଗତ ମେଣ୍ଢା ବହାଲ ଗାଁରେ ମାଡ଼ପିଟ୍‌ ଯୋଗୁ ସେହି ଗାଁର କାର୍ତ୍ତିକ ଖଡିଆ(୪୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ...

ହାଟକୁ ଡାକି ନେଇ ସ୍ତ୍ରୀଙ୍କୁ ହତ୍ୟା

ଓଡ଼ାପଡ଼ା, ୧୨ା୧୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଶ୍ରୀଡ଼ିହ ଗ୍ରାମର ସାବିତ୍ରୀ ଭୋଇ (୩୨) ନିଖୋଜ ଘଟଣାର ସୋମବାର ପର୍ଦ୍ଦାଫାସ ହୋଇଛି। ଅଭିଯୁକ୍ତ ସ୍ବାମୀ...

ଏସ୍‌ସିବିରେ ପୂର୍ବତନ ବିଧାୟକ ଜାକବଙ୍କ ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୩୧।୩: ଏସ୍‌ସିବି ମେଡିକାଲ କଲେଜରେ ବୁଧବାର ଜି.ଉଦୟଗିରି ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଶରୀରରେ ୧୦୦ତମ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ସେ ରକ୍ତକର୍କଟ ରୋଗ...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା’ ଭାଲୁର ଜୀବନ

ନୀଳଗିରି,୫।୨(ସ୍ବ ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣାଠାରେ ରବିବାର ଅଜଣା ଗାଡି ଧକ୍କାରେ ୨ ଛୁଆ ସହ...

ବୃକ୍ଷ ହିଁ ମଣିଷର ଶ୍ରେଷ୍ଠ ବନ୍ଧୁ

ବ୍ରହ୍ମପୁର ଅଫିସ୍‌,୫ା୮-ନିଜ ଜୀବନକାଳ ମଧ୍ୟରେ ମଣିଷକୁ ପ୍ରତ୍ୟେକ ସମୟରେ ସାହାଯ୍ୟ କରିଥାଏ ବୃକ୍ଷ । ଖାଦ୍ୟଠାରୁ ଆରମ୍ଭ କରି ଔଷଧ, ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନଠାରୁ...

Advertisement
Archives

Model This Week